ଭୁବନେଶ୍ଵର:- (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଗତ ଦୁଇ ବର୍ଷ ଧରି କରୋନା ମହାମାରୀ ସାରା ଦେଶ ତଥା ସମଗ୍ର ବିଶ୍ଵର ସାମାଜିକ ଓ ଅର୍ଥନୈତିକ ସ୍ଥିତିକୁ ଦୋହଲାଇ ଦେଇଛି। ତେବେ କୋଭିଡ ସଂକ୍ରମଣ ଧୀରେ ଧୀରେ ହ୍ରାସ ପାଇବା ପରେ ଜନସାଧାରଣଙ୍କ ଜୀବନ ଧାରଣର ମାନ ସୁଧୁରିବାରେ ଲାଗିଛି। କିନ୍ତୁ ଭାରତର ସ୍ଥିତି ବର୍ତମାନ ସଙ୍କଟଜନକ ଅବସ୍ଥାରେ ରହିଥିବା ଏକ ରିପୋର୍ଟ ରୁ ଜଣାପଡିଛି।
ଦେଶରେ ଦରଦାମ୍ ହୁ ହୁ ହୋଇ ବ୍ରୁଦ୍ଧି ପାଇବାରେ ଲାଗିଥିବା ବେଳେ ଅଭିବ୍ରୁଦ୍ଧି ହାର କମିବାରେ ଲାଗିଛି। ଏହାଦ୍ଵାରା ଦେଶରେ ଦିନକୁ ଦିନ ବେକାରି ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି। ରିପୋର୍ଟ ଅନୁସାରେ ଦେଶରେ ଗତ ଏପ୍ରିଲ୍ ମାସରେ ବେରୋଜଗାରି ହାର ବୃଦ୍ଧି ପାଇ ୭.୮୩ ପ୍ରତିଶତ ରେ ପହଁଞ୍ଚିଛି।
ଗତ ମାର୍ଚ୍ଚ ମାସରେ ଏହି ହାର ୭.୬୦ ପ୍ରତିଶତ ରହିଥିଲା। ସହରାଞ୍ଚଳରେ ଏପ୍ରିଲ୍ ମାସରେ ବେକାରି ହାର ୯.୨୨ ପ୍ରତିଶତ ରହିଥିବା ବେଳେ ମାର୍ଚ୍ଚ ମାସରେ ଏହା ୮.୨୮ ପ୍ରତିଶତ ରହିଥିଲା। ଅନ୍ୟପକ୍ଷରେ ଗ୍ରାମାଞ୍ଚଳରେ ବେକାରି ହାର ଏପ୍ରିଲ୍ ମାସରେ ୭.୧୮ ପ୍ରତିଶତ ରହିଥିବା ବେଳେ ମାର୍ଚ୍ଚ ମାସରେ ୭.୨୯ ପ୍ରତିଶତ ରହିଥିଲା। ଭାରତିୟ ଅର୍ଥ ବ୍ୟବସ୍ଥା ଉପରେ ଦ୍ରୁଷ୍ତିପାତ କରି ଭାରତୀୟ ଅର୍ଥ ବ୍ୟବସ୍ଥା ପରିଚାଳନା କେନ୍ଦ୍ର (Center for Monitoring Indian Economy) ( CMIE) ପକ୍ଷରୁ ପ୍ରଦତ୍ତ ସଦ୍ୟତମ ରିପୋର୍ଟ ରୁ ଏହା ଜଣାପଡିଛି।