ବିଦ୍ୟୁତ କାର୍ଯ୍ୟାଳୟ ରେ ତାଲା

156 0

ସୋନପୁର:(ଅଜିତ କୁମାର ପୂଜାହାରୀ)ଅଘୋଷିତ ବିଦ୍ୟୁତ୍ କାଟକୁ ନେଇ ସୁବର୍ଣ୍ଣପୁର ଜିଲ୍ଲା ବିନିକା ବିଦ୍ୟୁତ ଉପଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଲୟ ରେ ତାଲା ପକାଇଲେ ସଚେତନ ନାଗରିକ । ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅଞ୍ଚଳରେ ପ୍ରତିଦିନ ଅଧରାତିରେ ଅଘୋଷିତ ବିଦ୍ୟୁତ କାଟ ବନ୍ଦ କରିବା ପାଇଁ ବିନିକା ସଚେତନ ନାଗରିକ ପକ୍ଷରୁ ଗତ ୨୮ ତାରିଖରେ ଏସଡିଓଙ୍କୁ ଦାବିପତ୍ର ଦିଆଯାଇଥିଲା ।

ହେଲେ ଅବସ୍ଥା ୩ଦିନ ଭିତରେ ନ ସୁଧୁରିବାରୁ ଆଜି ବିନିକା ଉପଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ତାଲା ପକାଇ ଧାରଣାରେ ବସିଛନ୍ତି ଅଞ୍ଚଳର ସଚେତନ ନାଗରିକ। ଯେତେଦିନ ପର୍ଯ୍ୟନ୍ତ ସମସ୍ୟା ସମାଧାନ ପାଇଁ ଲିଖିତ ପ୍ରତିଶୃତି ନମିଲେ କାର୍ଯ୍ୟାଳୟ ସମ୍ମୁଖରେ ତାଲା ପକାଇ ଧାରଣାରୁ ଓହରିବେବେ ନାହିଁ ବୋଲି କହିଛନ୍ତି ।

ବିଦ୍ୟୁତ କାଟ ହେଉଥିବାରୁ ବିନିକା ଅଞ୍ଚଳର ଛାତ୍ର ଛାତ୍ରୀଙ୍କ ପାଠ ପଢାରେ ଅସୁବିଧା ହେବା ସହ ରାତ୍ରୀ ସମୟରେ ଅସାମାଜିକ ବ୍ୟକ୍ତିଙ୍କ ପ୍ରାଦୁର୍ଭାବ ବୃଦ୍ଧି ହେଉଛି । ଫଳରେ ଲୋକେ ଏହି ଗ୍ରୀଷ୍ମ ପ୍ରବାହ ସମୟରେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉ ଥିବା ଅଭିଯୋଗ କରିଛନ୍ତି ।

 

 

 

Related Post

କଳାହାଣ୍ଡି ଜିଲ୍ଲାପାଳ ଙ୍କ ଜନଶୁଣାଣି ଶିବିର ଅନୁଷ୍ଠିତ

Posted by - April 18, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କରୋନା ମହାମାରୀ ଯୋଗୁଁ ବନ୍ଦ ରହିଥିବା ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣି ସରକାରଙ୍କ ନିର୍ଦ୍ଦେଶ କ୍ରମେ ଆଜି ଠାରୁ କଳାହାଣ୍ଡି…

ଓଡିଶା ବାହାରେ ଅଛନ୍ତି କି ଏବଂ ଓଡିଶା କୁ ଆସିବାକୁ ଚାହୁଁଛନ୍ତି କି?ପଢନ୍ତୁ ଏ ଖବର

Posted by - April 22, 2020 55
ଭୁବନେଶ୍ୱର:ଓଡିଶା ବାହାରେ ରହୁଥିବା ଓଡିଶା ବାସିନ୍ଦା ଯେଉଁମାନେ ଓଡିଶା କୁ ଆସିବାକୁ ଚାହୁଁଛନ୍ତି,ସେମାନେ ଓଡିଶା ସରକାର ଙ୍କ ଏକ ୱେବସାଇଟ ରେ ପଞ୍ଜିକୃତ କରିବେ।ଏହି ପଞ୍ଜିକୃତ କାର୍ଯ୍ୟ…

ବିଧାନସଭା ସଦାଚାର କମିଟିର ବୌଦ୍ଧ ଗସ୍ତ

Posted by - October 25, 2021 0
ବୌଦ୍ଧ( ଚିତ୍ତରଞ୍ଜନ ସିଂହ)ଓଡ଼ିଶା ବିଧାନସଭା ସଦାଚାର କମିଟିର ଏକ ପ୍ରତନିଧି ମଣ୍ଡଳୀ ଗତ ୨୩ ତାରିଖ ଦିନ ସନ୍ଧ୍ୟାରେ ବୌଦ୍ଧ ଅତିଥିଭବନଠାରେ ପହଞ୍ଚିଥିଲେ । ଜିଲା ପ୍ରଶାସନ…

ଖଣ୍ଡରା ପଂଚାୟତରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ

Posted by - November 11, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲା ଦଶରଥପୁର ବ୍ଲକ ଖଣ୍ଡରା ପଂଚାୟତ ଗସ୍ତ କରି ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିଛନ୍ତି…

ଶାନ୍ତି ଶୃଙ୍ଖଳାର ସହିତ ରଥଯାତ୍ରା ପରିଚାଳନା ପାଇଁ ଜିଲା ପ୍ରଶାସନର ଚୂଡାନ୍ତ ବୈଠକ

Posted by - June 30, 2022 0
ବୌଦ୍ଧ:୨୯ା୬ 🙁 ଚିତ୍ତରଂଜନସିଂ) ବୌଦ୍ଧର ପ୍ରସିଦ୍ଧ ରଥଯାତ୍ରା ଶାନ୍ତି ଶୃଙ୍ଖଳାର ସହିତ ପରିଚାଳନା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଚୂଡାନ୍ତ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ…