ବଙ୍ଗୋମୁଣ୍ଡା ଗରିବୀ ସେନା ପକ୍ଷରୁ ଲୋକଙ୍କ ବିଭିନ୍ନ ସମସ୍ୟା ଉପରେ ଦାବିପତ୍ର ପ୍ରଦାନ

276 0

ବଙ୍ଗୋମୁଣ୍ଡା :(ଅଭିମନ୍ୟୁ ବହିଦାର) ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ବିଭିନ୍ନ ଗାଁ ମାନଙ୍କର ଲାଗି ରହିଥିବା ବିଭିନ୍ନ ପ୍ରମୁଖ ସମସ୍ୟା କୁ ନେଇ ବଙ୍ଗୋମୁଣ୍ଡା ଗରିବ ସେନା ସଭାପତି ଦିନେଶ ତାଣ୍ଡି ଙ୍କ ନେତୃତ୍ୱରେ ଅନେକ ଗରିବ ସାମିଲ ହୋଇ ବି ଆର,ସି, କାର୍ଯ୍ୟଳୟ ଠାରୁ ଏକ ଶୋଭାଯାତ୍ରାରେ ବାହାରି ବ୍ଲକ କାର୍ଯ୍ୟଳୟ ଠାରେ ପହଞ୍ଚି ଥିଲେ। ମୁଖ୍ୟ ସମସ୍ୟା ଗୁଡ଼ିକୁ ପ୍ରଶାସନ ପୁରଣ କରିବା ପାଇଁ ନାରାବାଜି କରିଥିଲେ। ଲୋକେ ବର୍ଷ ବର୍ଷ ମନରେଗା ଯୋଜନାରେ କାମକରି ସଠିକି ସମୟରେ ପରିଶ୍ରମିକ ଟଙ୍କା ପାଉ ନ ଥିବା ଅଭିଯୋଗ କରିଥିଲେ।

 

ରାସନକାର୍ଡ ରୁ ବଞ୍ଚିତ ପରିବାର ମାନଙ୍କୁ ନୂତନ ରାସନକାର୍ଡ ରେ ଅନ୍ତର୍ଭୁକ୍ତ କରାଯାଉ।  ବିଭିନ୍ନ ଗାଁରେ ଲାଗି ରହିଥିବା ପାନୀୟ ଜଳ ସମସ୍ୟା ର ତୁରନ୍ତ ସମାଧାନ କରାଯିବା ଭିଲ ଅନେକ ସମସ୍ୟା ଉପରେ ଲିଖିତ ଏକ ଦାବିପତ୍ର ଏବିଡ଼ିଓ ଜ୍ୟୋତିପ୍ରକାଶ ମିଶ୍ରଙ୍କୁ ଉକ୍ତ ସେନା ପକ୍ଷରୁ ପ୍ରଦାନ କାରାଯାଇଥିଲା। ତେବେ ଦରଖାସ୍ତ ରେ ଲିଖିତ ବିଷୟ ବସ୍ତୁ ପନ୍ଦର ଦିନ ମଧ୍ୟରର ପୂରଣ ନ ହେଲେ ଗରିବସେନା ପକ୍ଷରୁ ବ୍ଲକ କାର୍ଯ୍ୟଳୟ ସମ୍ମୁଖରେ ବିକ୍ଷୋଭ ପ୍ରତିବାଦ ଧାରଣା କରାଯିବ ବୋଲି ଉପରୋକ୍ତ ସଂଗଠନ ସଭାପତି ତଥା ଉପସ୍ଥିତ ଜନସାଧାରଣ ଚେତାବନି ଦେଇଥିବା ଜଣାପଡ଼ିଛି।

Related Post

ସୀମାଚତୁରୀ ନାଳକୁ ଡେଇଁ ଆତ୍ମହତ୍ୟା କଲେ ନବ ବିବାହିତ ମହିଳା 

Posted by - October 12, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଘରୁ କମ୍ପୁଟର କ୍ଲାସ କରିବା ପାଇଁ ଆସି ସୀମାଚତୁରୀ ନାଳକୁ ଡେଇଁ ଆତ୍ମହତ୍ୟା କଲେ ନବ ବିବାହିତ ମହିଳା l ଏଭଳି ଅଭାବନିୟ…

ନେହେରୁ ଯୁବ କେନ୍ଦ୍ରର ଜଳ ସଂରକ୍ଷଣ ଅଭିଯାନ

Posted by - December 10, 2021 0
ବୌଦ୍ଧ (ଚିତ୍ତ ରଂଜନ ସିଂ )ବୌଦ୍ଧ ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ଆନୁକୂଲ୍ୟରେ ଜାତୀୟ ଯୁବ ସମାଜସେବୀ ସୁଧିର ଦୀପ ଙ୍କ ତତ୍ତ୍ୱାବଧାନରେ ଛତ୍ରଙ୍ଗ ସ୍ଥିତ ନାରାୟଣ…

ଅତିସ୍ଟ ଗ୍ରୀଷ୍ମ ପ୍ରବାହ ଜନଜୀବନ ଅସ୍ତବ୍ୟସ୍ତ

Posted by - May 1, 2022 0
ବଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦାର) ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ୨୬ଟି ପଞ୍ଚାୟତ ର୧୦୦ରୁ ଉର୍ଦ୍ଧ୍ବ ଗାଁ ଗଣ୍ଡା ରେ ପ୍ରଚଣ୍ଡ ରୁଦ୍ର ତାପ ଗ୍ରୀଷ୍ମ ପ୍ରବାହର ପ୍ରକୋପରେ…

ଜିଲାର ୩୧୧ଟି ପଂଚାୟତ ରେ ଆଇସୋଲେସନ ସେଂଟର

Posted by - March 31, 2020 462
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲାରେ କୋରୋନା ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଯୋରଦାର କରିଛି । ଜିଲାର ସମସ୍ତ ୩୧୧ଟି ପଂଚାୟତ ରେ ଆଇସୋଲେସନ ସେଂଟର…

ଯାଜପୁର ଅଗ୍ନିଶମ ବିଭାଗ ପକ୍ଷରୁ ଅଗ୍ନିଶମ ସେଵା ସପ୍ତାହ ଓ ସଚେତନତା କାର୍ଯ୍ୟକ୍ରମ

Posted by - April 21, 2021 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ପୌରପାଳିକାର କିଆରେଶ୍ୱର ଗ୍ରାମରେ ଯାଜପୁର ଅଗ୍ନିଶମ ବିଭାଗ ପକ୍ଷରୁ ଅଗ୍ନିଶମ ସେଵା ସପ୍ତାହ ଅବସରରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…