‘କାଳିଆ’ ଟଙ୍କା ଯିବା ପରେ ଯାଞ୍ଚ ଲାଗି ସରକାରୀ ବିଜ୍ଞାପନ

949 0

ଯେଉଁ ଅଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ କାଳିଆ ଟଙ୍କା ଯାଇଛି ସେମାନେ ତୁରନ୍ତ ଟଙ୍କା ଫେରାଇବାକୁ ସରକାର ନୋଟିସ ଜାରି କରିଛନ୍ତି । କାଳିଆ ଟଙ୍କା ପାଇଥିବା ରାଜ୍ୟର ସମସ୍ତ ୫୧ ଲକ୍ଷ ହିତାଧିକାରୀଙ୍କ ନାଁ କୁ ମଧ୍ୟ ସାର୍ବଜନିନ କରିଛନ୍ତି ସରକାର । ଏହିତାଲିକା ଅନୁସାରେ ଯେଉଁ ଅଯୋଗ୍ୟ ହିତାଧିକାରୀ କାଳିଆ ଟଙ୍କା ନେଇଛନ୍ତି  ସେମାନେ ଆଜିଠୁ ୧୪ ତାରିଖ ଭିତରେ ଟଙ୍କା ଫେରାଇବାକୁ ସରକାର ନିର୍ଦେଶ ନାମା ଜାରିକରିଛନ୍ତି । ପଞ୍ଚାୟତ କାର୍ଯ୍ୟାଳୟ, ପ୍ରାଥମିକ ସେବା ସମବାୟ ସମିତି କାର୍ଯ୍ୟାଳୟରେ ଲଗାଯାଇଛି ହିତାଧିକାରୀ ତାଲିକା। ଯେଉଁଥିରେ ଅଯୋଗ୍ୟ ହିତାଧିକାରୀଙ୍କୁ ନିଜ ଆଡୁ ନିଜ ନାଁ ବାଦ୍ ଦେବାକୁ ଆବେଦନ କରିବା ପାଇଁ ଅପିଲ୍ କରାଯାଇଛି। ଏଥିରେ ବ୍ୟାଙ୍କ (୩୮୪୭୪୫୦୦୭୬୨) ଆକାଉଣ୍ଟ ନମ୍ବର ବି ଦିଆଯାଇଛି। ଅଯୋଗ୍ୟ ହିତାଧିକାରୀ ଏହି ଆକାଉଣ୍ଟରେ ସହାୟତା ଟଙ୍କା ଫେରସ୍ତ କରିପାରିବେ।କୃଷି ସଚିବ କହିଛନ୍ତି ଅଯୋଗ୍ୟ ହିତାଧିକାରୀମାନେ ନିଜଆଡୁ ଦରଖାସ୍ତ ଦେଇ ତାଲିକାରୁ ନିଜନାଁକୁ କାଟି ଟଙ୍କା ଫେରାନ୍ତୁ । ନହେଲେ ସରକାର ବିଭିନ୍ନ ସୋର୍ସରୁ ଅଯୋଗ୍ୟ ହିତାଧିକାରୀଙ୍କ ନାଁ ଯାଞ୍ଚକରି ତାକୁ ତାଲିକାରୁ ବାଦ୍ ଦେବେ । ଏହାବାଦ୍ ଯେଉଁ ଯୋଗ୍ୟ ହିତାଧିକାରୀଙ୍କ ନାଁ ତାଲିକାରେ ସ୍ଥାନ ପାଇନି ସେମାନଙ୍କ ନାଁ ତାଲିକା ଭୁକ୍ତ କରିବାକୁ ସରକାର ପ୍ରୟାସ କରୁଛନ୍ତି ।

Related Post

ନବରଙ୍ଗପୁର ରେ ବିଜେଡ଼ି ମହିଳା ଓ ଛାତ୍ର ବିଜୁ ଜନତା ଦଳ ତରଫରୁ ରନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବିକ୍ଷୋଭ

Posted by - November 25, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ )ଦିନକୁ ଦିନ ଗ୍ୟାସଦର ବୃଦ୍ଧି ପାଇବାରେ ଲାଗିଛି, ଯାହାକି ସାଧାରଣ ଜନତାଙ୍କ ମେରୁଦଣ୍ଡ ଭାଙ୍ଗି ଦେଉଛି, କେନ୍ଦ୍ର ସରକାର ଉଜ୍ଜ୍ୱଳ। ଯୋଜନାକରି ମହିଳା…

ନାରାୟଣପୁର ଫରେଷ୍ଟ ବିଟ ବାଦିଖୋଲ ଜଙ୍ଗଲ ରେ ଦନ୍ତା ହାତୀ ମୃତ

Posted by - March 25, 2022 0
ସୋନପୁର:(ଅଜିତ କୁମାର ପୂଝlରୀ)ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବନାଂଚଳ ନାରାୟଣପୁର ଫରେଷ୍ଟ ବିଟ ବାଦିଖୋଲ ଜଙ୍ଗଲ ରେ ଦନ୍ତା ହାତୀ ମୃତ । ଏକ ବିଲରୁ ହାତୀର ମୃତ…

ପୁରୀ ମଙ୍ଗୁମଠ ଭଙ୍ଗା ନେଇ ଭୁଲ ବୁଝାମଣା ଥିଲା, ତାହା ଏବେ ଦୂର ହୋଇଛି:ପଞ୍ଜାବ ବିଧାୟକ ସିମରଜିତ୍‌ ସିଂହ

Posted by - December 23, 2019 1,445
ଭୁବନେଶ୍ୱର: ପୁରୀରେ ମଙ୍ଗୁ ମଠ ଭଙ୍ଗାଯିବା ପ୍ରସଙ୍ଗରେ ଆଜି ଶିଖ୍‌ମାନଙ୍କର ଏକ ପ୍ରତିନିଧି ଦଳ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ର, ପୂର୍ତ୍ତ ସଚିବ ତଥା ଶ୍ରୀମନ୍ଦିର…

ଜିଲା ପ୍ରଶାସନ ପକ୍ଷରୁ ଓଡ଼ିଶା ଦିବସରେ ୧୦ ଜଣ ପ୍ରତିଭାଙ୍କୁ ସମ୍ବର୍ଦ୍ଧନା

Posted by - April 3, 2023 0
ବୌଦ୍ଧ;(ଚିତ୍ତ ରଞ୍ଜନ ସିଂ)ବୌଦ୍ଧ ଜିଲ୍ଲାପ୍ରଶାସନ ପକ୍ଷରୁ ୮୮ତମ ଜିଲ୍ଲାସ୍ତରୀୟ ଓଡ଼ିଶା ଦିବସ ମହାସମାରୋହରେ ଆୟୋଜିତ ହୋଇଯାଇଛି । ସ୍ଥାନୀୟ ଟାଉନହଲଠାରେ ଆୟୋଜିତ ଜିଲାସ୍ତରୀୟ ଉତ୍ସବରେ ବିଭିନ୍ନ କ୍ଷେତ୍ରରେ…

ରାଜୀବ ଗାନ୍ଧୀ ଙ୍କ ଜନ୍ମ ଦିବସ ପାଳନ ଅବସରରେ ବିଜେପି ମୁକ୍ତ ଭାରତ ଗଠନ ପାଇଁ ଆହ୍ଵାନ

Posted by - August 22, 2020 0
ନୀଳଗିରି:(ସୌମ୍ୟା ସାଇ ବାରିକ୍)ସମଗ୍ର୍ ଭାରତ ବର୍ଷ ରେ ସ୍ଵର୍ଗତ ପ୍ରଧାନ ମନ୍ତ୍ରୀ ରାଜୀବ ଗାନ୍ଧୀ ଙ୍କ ଜନ୍ମ ଦିବସ କୁ ସଦ୍ଭାବନା ଦିବସ ଭାବେ କଂଗ୍ରେସ ଦଳ…

Leave a comment

Your email address will not be published.