Breaking News
11:54 pmପୋଲିସ ଅତ୍ୟାଚାରରେ ଆତ୍ମହତ୍ୟା ଘଟଣା ପଡିଲା ମହଙ୍ଗା। ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ନେଲେ ଯାଜପୁର ଆରକ୍ଷୀ ଅଧିକ୍ଷକ। ବଦଳିଲେ ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅଧିକାରିଣୀ ରୀନାରାଣୀ ସାହୁ। ସୂଚନା ଦେଲେ ଯାଜପୁର ଆରକ୍ଷୀ ଅଧିକ୍ଷକ ଭିନିତ ଅଗ୍ରୱାଲ 12:19 pmଘଟଗାଁ: ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଘଟଗାଁ ତହସିଲ୍ ଅଫିସର କନିଷ୍ଠ କିରାଣୀ ଦେବାଶିଷ ପଣ୍ଡା 7:25 amପରବର୍ତ୍ତୀ ରାଜ୍ୟପାଳ ନିଯୁକ୍ତି ଯାଏ ପ୍ରଫେସର ଗଣେଶୀ ଲାଲଙ୍କୁ ଦାୟିତ୍ବ 7:25 amବୁଧବାର ରାଜ୍ୟରେ +୨ ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି,ପ୍ରାୟ ସମସ୍ତ କଲେଜରେ ଭଲ ଫଳ ହୋଇଛି 7:24 amବିଦ୍ୟୁତ ବିଭାଗ ଡିଜିଏମ୍‌ ଦାମୋଦର ଦାଶଙ୍କ ୮.୩୩ ଲକ୍ଷର ସମ୍ପତ୍ତି ବାଜ୍ୟାପ୍ତ। ଭିଜିଲାନ୍ସ ଆବେଦନ ଆଧାରରେ ବାଜ୍ୟାପ୍ତ କଲେ ସ୍ୱତନ୍ତ୍ର କୋର୍ଟ

ଇଣ୍ଡୋ-ନେପାଲ କରାଟେ ଚାମ୍ପିଅନସିପରେ ଟିଟିଲାଗଡ କରାଟେ ଆସୋସିଏସର ସଫଳତା, ଆଣିଲେ ୩୦ ମେଡାଲ

324 0

ଟିଟିଲାଗଡ :(ସଞ୍ଜୟ କୁମାର ନାୟକ): ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ ସହରରେ ଦୀର୍ଘ ୧୫ ବର୍ଷ ହେଲା ଚାଲୁରହୁଛି ଟିଟିଲାଗଡ କରାଟେ ଆସୋସିଏସନ । ଏହି ଆସୋସିଏସନର ଛାତ୍ର ଛାତ୍ରୀ ମାନେ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ଉତ୍ତୀର୍ଣ୍ଣ ହୋଇ ଟିଟିଲାଗଡ ପାଇଁ ଗୌରବ ଅର୍ଜନ କରିଆସୁଛନ୍ତି। ଏହି ବର୍ଷ ମଧ୍ୟ ଏହି ଆସୋସିଏସନରୁ କଣ୍ଟାବାଞ୍ଜି ଓ ଟିଟିଲାଗଡର ତାଲିମ ପ୍ରାପ୍ତ ଛାତ୍ରଛାତ୍ରୀ ମାନେ ଝାରଖଣ୍ଡରେ  ହୋଇଥିବା ” ଇଣ୍ଡୋ ନେପାଲ କରାଟେ ଚାମ୍ପିଅନସିପ “ପ୍ରତିଯୋଗିତାରେ ଓଡ଼ିଶା ପକ୍ଷରୁ ଅଂଶ ଗ୍ରହଣ କରି ଉତ୍ତୀର୍ଣ୍ଣ ହୋଇ ପୁଣିଥରେ ଓଡ଼ିଶା ଓ ଟିଟିଲାଗଡ ମାଟି ପାଇଁ ଗର୍ବ ଓ ଗୌରବ ଅର୍ଜନ କରିଛନ୍ତି। ଏହି ପ୍ରତିଯୋଗିତାରେ ଓଡ଼ିଶା ପକ୍ଷରୁ ମୋଟ ୧୮ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ଏବଂ ଏଥିରୁ ମୋଟ ୧୫ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇ ମୋଟ ୩୦ ଟି ପଦକ ହାସଲ କରିଛନ୍ତି ।

ସେଥିମଧ୍ୟରେ ମୋଟ ୭ ଟି ସ୍ବର୍ଣ୍ଣ ପଦକ,୭ ଟି ରୋପ୍ୟପଦକ ଏବଂ ୧୬ ଟି କାଂଶ ପଦକ ରହିଛି ।ଏହି ଛାତ୍ରଛାତ୍ରୀ ମାନେ ପ୍ରଶିକ୍ଷକ ସଂସାଇ ଜିତୁ ପୃଷ୍ଟି ଓ କେଦାର କବାଟଙ୍କ ନେତୃତ୍ୱରେ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସେଥିରେ ଉତ୍ତୀର୍ଣ୍ଣ ହୋଇ ଆମ ଓଡ଼ିଶା ମାଟି ପାଇଁ ପୁଣିଥରେ ଗୌରବ ଅର୍ଜନ କରିଛନ୍ତି । ସୋମବାର ସନ୍ଧ୍ୟାରେ ପ୍ରତିଯୋଗୀମାନେ ଟିଟିଲାଗଡ ସହରକୁ ଫେରିବା ପରେ ସେମାନଙ୍କୁ ଆସୋସିଏସନ୍ ଏବଂ ସହରବାସୀଙ୍କ ପକ୍ଷରୁ ଭବ୍ୟ ସ୍ଵାଗତ କରଯାଇଥିଲା। ଏହି ଆସୋସିଏସନର ମୁଖ୍ୟ ସଂରକ୍ଷକ ସଂସାଇ ପ୍ରଦୀପ ବାଗ ,ସଭାପତି ଅମରଜିତ ବାଗ , ବାନ୍ଦୁପଲା ସରପଞ୍ଚ ଗୋପାଳ ତାଣ୍ଡି,ପ୍ରଶାନ୍ତ ବେହେରା, ଉମେଶ ଛପଡ଼ିଆ,ଗୁପ୍ତେଶ୍ଵର ସାହୁ,ଇସାନ ଷୋମଇୟା,ଲୋକନାଥ ମେହେର,ମଚେନ୍ଦ୍ର ନାରାୟଣ ବେହେରା , ଲୋକରଞ୍ଜନ ମାଝୀ,ବାସୁଦେବ ବେହେରା ,ସଂଜୀବ ମିଶ୍ରଙ୍କ ସହିତ ଟିଟିଲାଗଡ ବାସି ତାଙ୍କୁ ଉତ୍ସାହିତ ସହିତ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ।

ଏହି ପ୍ରତିଯୋଗିତାରେ ମହିଳା ବିଭାଗରେ ୯ ବର୍ଷ ବୟସର ଇସା ଛାପଡ଼ିଆ ପ୍ରତିଯୋଗୀତାରେ କାତା ଓ କୁମିତେରେ ୨ ଟି କାଂଶ ପଦକ ହାସଲ କରିଛନ୍ତି, ଏହିପରି ପୁରୁଷ ବିଭାଗରେ ୧୦ ବର୍ଷ ବୟସ ସିମାରେ ରେ ପ୍ରଭାଷ ବନଛୋର କାତା ଓ କୁମିତେରେ ୨ ଟି ସ୍ଵର୍ଣ ପଦକ , ଚେତନ କବାଟ କାତା ଓ କୁମିତେରେ ୨ ଟି ରୋପ୍ୟ ପଦକ ଓ ଏକାଂଶ ଷୋମାଇୟା କାତା ଓ କୁମିତେରେ ୨ଟି କାଂଶ ପଦକ ହାସଲ କରିଛନ୍ତି, ୧୦ ବର୍ଷ ବୟସ ସୀମା ଭିତରେ ମହିଳା ବିଭାଗରେ ବୈଶାଳୀ ମାଝୀ କାତା ଓ କୁମିତେରେ ୨ ଟି ସ୍ବର୍ଣ୍ଣ ପଦକ ,ପୁନମ କବାଟ କାତାରେ ରୋପୀୟ ଓ କୁମିତେରେ କଂ।ଶୀୟ ପଦକ ହାସଲ କରିଛନ୍ତି। ୧୨ ବର୍ଷ ବୟସ ସୀମାରେ ମହିଳା ବିଭାଗରେ ବୀଣାପାଣି ସାହୁ କାତାରେ କଂ।ଶୀୟ ଓ କୁମିତେ ରେ ରୋପୀୟ ପଦକ ଓ ଦେଭିକା ମେହେର କାତା ଓ କୁମିତେରେ କଂ।ଶୀୟ ପଦକ ହାସଲ କରିଛନ୍ତି।

ପୁରୁଷ ବିଭାଗରେ ଆଇସା ଛାପଡ଼ିଆ କାତା ଓ କୁମିତେ ରେ କଂଶୀୟ ପଦକ ହାସଲ କରିଛନ୍ତି ।୧୪ ବର୍ଷ ବୟସ ସୀମାରେ ମହିଳା ବିଭାଗରେ ତୃଷ୍ଣା ବେହେରା କାତାରେ ରୋପ୍ୟଓ କୁମିତେରେ କଂ।ଶୀୟ ପଦକ ହାସଲ କରିଛନ୍ତି। ପୁରୁଷ ବିଭାଗରେ ପିୟୁସ ବେହେରା କାତା ଓ କୁମିତେ ରେ ୨ ଟି କଂ।ଶୀୟ ପଦକ ହାସଲ କରିଛନ୍ତି। ୧୫ ବର୍ଷ ବୟସ ସୀମାରେ ପୁରୁଷ ବିଭାଗରେ ଶ୍ରୀସାନ୍ତ କୁମାର ମିଶ୍ର କାତା ଓ କୁମିତେ ରେ କଂ।ଶୀୟ ପଦକ ଓ ଲମ୍ବୋଦର ବନଛୋର କାତାରେ ସ୍ବର୍ଣ୍ଣ ଓ କୁମିତେରେ ରୋପ୍ୟ ପଦକ ହାସଲ କରିଛନ୍ତି। ୧୮ ବର୍ଷ ବୟସ ସୀମାରେ ମହିଳା ବିଭାଗରେ ଦମୟନ୍ତି ସାହୁ କାତା ଓ କୁମିତେ ରେ କଂଶୀୟ ପଦକ ହାସଲ କରିଛନ୍ତି। ସେହିପରି ୨୦ ବର୍ଷ ବୟସ ମଧ୍ୟରେ ମହିଳା ବିଭାଗରେ ଶାରଳା ସାହୁ କାତା ଓ କୁମିତରେ ୨ଟି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି।

Related Post

୨୫ତମ ସର୍ବଭାରତୀୟ ଲୁତୁରପଙ୍କ କ୍ରିକେଟ କପ,ଅଲ୍ଲାହାବାଦ କୁ ହରେଇ ଫରେଷ୍ଟ କ୍ଲବ ଛତିଶଗଡ ଚାମ୍ପିୟନ

Posted by - December 31, 2021 0
ସୋନପୁର:(ଅଜିତ କୁମାର ପୁଝାରୀ )ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଲୁତୁରପଙ୍କ ସ୍ଥିତ ହାଇସ୍କୁଲ ପଡିଆରେ ହେଉଥିବା ୨୫ତମ ସର୍ବଭାରତୀୟ ଲୁତୁରପଙ୍କ କ୍ରିକେଟ କପ ର ଫାଇନାଲରେ…

ଡିସେମ୍ବର ୪ରୁ ୮ ତାରିଖ ପର୍ଯ୍ୟନ୍ତ କିଟ ବିଶ୍ୱବିଦ୍ୟାଳୟ ପରିସରରେ ୩ୟ ଟେବୁଲଟେନିସ ପ୍ରିିମିୟର ଲିଗ୍

Posted by - November 28, 2019 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଆସନ୍ତା ଡିସେମ୍ବର ୪ରୁ ୮ ତାରିଖ ପର୍ଯ୍ୟନ୍ତ କିଟ ବିଶ୍ୱବିଦ୍ୟାଳୟ ପରିସରରେ ୩ୟ ଟେବୁଲଟେନିସ ପ୍ରିିମିୟର ଲିଗ୍ ଅନୁଷ୍ଠିତ ହେବାକୁ ଯାଉଛି । ଏହି…

ଲଡୁଗାଁ ଏଲ.ବି.ସି.ସି ପ୍ରିମୀୟର ଲିଗ ଟୁର୍ଣ୍ଣ।ମେଣ୍ଟ ଉଦଯାପିତ ,ଭୂର୍ଷୀଗୁଡ଼ା କୁ ହରାଇ ଲଡୁଗାଁ ଚମ୍ପିୟାନ

Posted by - June 15, 2022 0
ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କୋକସରା ବ୍ଲକ ଲଡୁଗାଁ ଅପେରା ପଡିଆ ଠାରେ ଗତ ୨୯ ତାରିଖ ରୁ ଆରମ୍ଭ ହୋଇଥିବା ଏଲ.ବି.ସି.ସି ପ୍ରୀମିୟର…

ଆନ୍ତ ମହାବିଦ୍ୟାଲୟ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଝାଡେଶ୍ୱରି କଲେଜ ବିଜୟୀ

Posted by - December 4, 2021 0
ବରଗଡ/ଅତାବିରା:ସମ୍ବଲପୁର ବିଶ୍ୱବିଦ୍ୟାଲୟ ଆନୁକୁଲ୍ୟରେ ଗତ ଚାରିଦିନ ଧରି ବରଗଡ ଜିଲ୍ଲା ଲରମ୍ଭା କଲେଜ ଠାରେ ଚାଲିଥିବା ଆନ୍ତ ମହାବିଦ୍ୟାଲୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ସମାପନ ହୋଇଯାଇଛି ।ଏହାକୁ…

ବିଶ୍ବକପ୍‌ରେ ବଡ଼ ବିପର୍ଯ୍ୟୟ, ଅଲିମ୍ପିକ୍ସ ବିଜେତା ଆର୍ଜେଣ୍ଟିନାକୁ ହରାଇଲା ଫ୍ରାନ୍ସ ନ୍ୟୁଜିଲାଣ୍ଡ ସହ ଅମୀମାଂସିତ ରଖି ସ୍ପେନର ବିଦାୟ

Posted by - December 7, 2018 79
ଭୁବନେଶ୍ବର: ବଡ଼ ବିପର୍ଯ୍ୟୟ ସହିତ ଓଡ଼ିଶା ପୁରୁଷ ହକି ବିଶ୍ବକପ୍‌ରେ ଗୁରୁବାର ପୁଲ୍ ‘ଏ’ ଲିଗ୍ ପର୍ଯ୍ୟାୟ ଶେଷ ହୋଇଛି। ରିଓ ଅଲିମ୍ପିକ୍ସ ବିଜେତା ତଥା ବିଶ୍ବ…