Breaking News
6:33 pmଭୁବନେଶ୍ବର: ଜୁନ୍ ୧୭ରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓଡ଼ିଶା ଆସିବେ, ସୂଚନା ଦେଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ 6:32 pmଜୁନ ୩୦ ସୁଦ୍ଧା ଛାତ୍ରଛାତ୍ରୀଙ୍କୁ ମିଳିବ ସ୍କୁଲ ୟନିଫର୍ମ। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ପୋଷାକ ପ୍ରଦାନ ନେଇ ଜାରି ହେଲା ଗାଇଡ୍‌ଲାଇନ୍‌ 6:32 pmଆସନ୍ତା ୨୪ ଘଣ୍ଟା ମଧ୍ୟରେ ୧୪ ଜିଲ୍ଲାରେ କାଳବୈଖାଖୀ ସମ୍ଭାବନା; ୟେଲୋ ଓ୍ଵାର୍ଣ୍ଣିଂ ଜାରି,ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ପ୍ରଭୃତିି ୧୪ଟି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ଝଡ଼ବର୍ଷା 10:02 amକାମାକ୍ଷାନଗର: କାମାକ୍ଷାନଗରରେ ୫ଟି ଗୋରୁ ବୋଝେଇ ଗାଡ଼ିରୁ ୨୬ ଗୋରୁ ଉଦ୍ଧାର,୧୧ ଜଣ ଅଟକ 9:58 am୪ରେ ସମ୍ବଲପୁର ଯିବେ ବିଜେଡି ରାଜ୍ୟ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ

ପଲ୍ଲିଶ୍ରୀ ଓ ପୁସ୍ତକ ମେଳା ର ଶୁଭ ଉଦ୍ଘାଟନୀ ଉତ୍ସବ

328 0

ବୌଦ୍ଧ : (ଚିତ୍ତ ରଂଜନ ସିଂ) ବୌଦ୍ଧ ଜିଲ୍ଲା ର ବହୁପୁରାତନ ଶ୍ରୀ ରାମ ଲୀଳା ଯାତ୍ରା ଅବସରରେ ବୌଦ୍ଧ ଠାରେ ପଲ୍ଲିଶ୍ରୀ ଏବଂ ପୁସ୍ତକ ମେଳା ର ଶୁଭ ଉଦ୍ଘାଟନୀ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି l ଏହି ଉପଲକ୍ଷେ ଏକ ମଶାଲ ଶୋଭାଯାତ୍ରା ଶ୍ରୀରାମ ମନ୍ଦିର ଠାରୁ ବାହାରି କଚେରୀ ପଡିଆ ଠାରେ ପହଁଚି ଥିଲା l ଏହି ସାସ୍କୃତିକ ଶୋଭାଯାତ୍ରା ରେ ବୌଦ୍ଧ, ହରଭଙ୍ଗା ଏବଂ କଣ୍ଟାମାଲ ବ୍ଲକ ର ବହୁ ସଂଖ୍ୟା ରେ କଳାକାର ଅଂଶ ଗ୍ରହଣ କରିଥିଲl

ସଭାରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ଉପ -ବାଚସ୍ପତି, ଓଡିଶା ବିଧାନ ସଭା ଶ୍ରୀଯୁକ୍ତ ରାଜନୀକାନ୍ତ ସିଂହ, ସମ୍ମାନୀତ ଅତିଥି ଭାବେ ଅଧ୍ୟକ୍ଷ, ବିଜ୍ଞ୍ୟାପିତ ଅଞ୍ଚଳ ପରିଷଦ ମୃତ୍ୟୁଞ୍ଜୟ ମିଶ୍ର, ଆରକ୍ଷୀ ଅଧିକ୍ଷକ ଜ୍ଞାନ ରଞ୍ଜନ ମହାନ୍ତି, ଅତିରିକ୍ତ ଜ଼ିଲ୍ଲାପାଳ ବବିତାରାଣୀ ଦଳବେହେରା,ପ୍ରକଳ୍ପ ନିର୍ଦେଶକ, ଜ଼ିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଯୋଗ ଦେଇଥିଲେ l ସଭାପତି ଭାବେ ଜ଼ିଲ୍ଲାପାଳ ଯୋଗ ଦେଇ କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ l

ଜ଼ିଲ୍ଲା ସଂସ୍କୃତି ଅଧିକାରୀ ଶୁକ୍ରୁ ସ୍ୱାଇଁ ସ୍ୱାଗତ ଭାଷଣ ଏବଂ ଅତିଥି ପରିଚୟ ପ୍ରଦାନ କରିଥିଲେ l କାର୍ଯ୍ୟକ୍ରମ କୁ ପ୍ରମୋଦ କୁମାର ପ୍ରଧାନ, ସହକାରୀ ଶିକ୍ଷକ ପରିଚାଳନା କରିଥିଲେ ଏବଂ ବସନ୍ତ କୁମାର ସାହୁ,, ପ୍ରଧାନ ଶିକ୍ଷକ ଧନ୍ୟବାଦ ଅର୍ପଣ କରିଥିଲେ l ନଟରାଜ କଳା ମନ୍ଦିର, ଫୁଲବାଣୀ -ଓଡିଶୀ, ପଏଁରୀ, ସୁବର୍ଣ୍ଣପୁର -ସମ୍ବଲପୁରୀ ଏବଂ ପଦ୍ମିନୀ ଦୋରା ଏବଂ ସାଥି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ l

ମର୍ଯ୍ୟାକୁଦ ର ସଂକୀର୍ତନ ମଣ୍ଡଳୀ, ମଙ୍ଗଳ ମହୁରୀ (ମାଲେଶ୍ରୀ ବାଦ୍ୟ ) ସହ ପୂଜାର୍ଚନା ଓ ମଙ୍ଗଳ ଆରତୀ, ବାବା ବୈଦ୍ୟନାଥ ନାଟ୍ୟ କଳା ପରିଷଦ, ସରସରା ଶ୍ରୀରାମ ଲୀଳା ଯାତ୍ରା -ସୀତାଚୋରି ଅଭିନୟ କରି ସମ୍ବର୍ଦ୍ଧିତ ହୋଇଥିଲେ l ଏହି ଅବସରରେ ବୁଟୁପାଲୀ ମଞ୍ଚରେ ପାଲା ପରିବେଷଣ ସହ ଶ୍ରୀରାମ ମନ୍ଦିର ମଞ୍ଚରେ ଶ୍ରୀରାମ ଲୀଳା ଯାତ୍ରା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l କଚେରୀ ପଡିଆ ଠାରେ ପୁସ୍ତକ ଷ୍ଟଲ -୧୨ ଟି, ୨୮ ଟି ଜ଼ିଲ୍ଲା ରୁ ଆସିଥିବା ସ୍ୱୟଂ ସହାୟକ ଗୋଷ୍ଠୀ ର ୭୪ ଟି ଷ୍ଟଲ ଏବଂ ସମସ୍ତ ବିଭାଗ ର ୪୪ ଟି ଷ୍ଟଲ ଏହିପରି ସର୍ବମୋଟ ୧୫୭ ଟି ଷ୍ଟଲ ଖୋଲା ଯାଇଛି l

 

Related Post

ଜୟପାଟଣା ମହାବୀରପଡା ଠାରେ ସମାରୋହର ସହ ଗଜଲକ୍ଷ୍ମୀ ପୂଜା

Posted by - October 11, 2022 0
ଭବାନୀପାଟଣା : (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ମହାବୀରପଡା ଠାରେ ମହାବୀରପଡା ଗଜଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ମହାସମାରୋହର…

ପୁରୀରୁ ଶବ ସତ୍କାର କରି ଫେରୁଥିବା ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ, ଡ୍ରାଇଭର ସମେତ ୬ଗୁରୁତର

Posted by - April 10, 2020 858
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ) ପୁରୀରୁ ଶବ ସଂସ୍କାର କରି ଫେରୁଥିବା ଏକ ଆମ୍ବୁଲାନ୍ସ ସହ ଟ୍ରକର ମୁହାଁମୁହିଁ ଧକ୍କା । ଫଳରେ ଆମ୍ବୁଲାନ୍ସ ଡ୍ରାଇଭର ସମେତ ୬ଜଣ…

କଳାହାଣ୍ଡି ଜିଲା ଉତ୍ତର ବନଖଣ୍ଡ ର ରେଞ୍ଜର ଭିଜିଲାନ୍ସ ଦ୍ଵାରା ଗିରଫ

Posted by - December 24, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ପୂର୍ବତନ ରେଞ୍ଜର ତଥା ବର୍ତମାନ ଭ୍ରାମ୍ୟମାଣ ରେଞ୍ଜର ଦାୟିତ୍ଵ ରେ ଥିବା ନୃତ୍ୟରାଜ ମାଝୀ…

ଗ୍ରୀଷ୍ମ ସମୟରେ ମାତ୍ରାଧିକ ଗରମ କୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ବ୍ୟାପକ ନିରାପତ୍ତା ବ୍ୟବସ୍ଥା, ନିରାପତ୍ତା ପାଇଁ କର୍ମଚାରୀଙ୍କୁ ପରାମର୍ଶ :

Posted by - March 28, 2019 0
ଭୁବନେଶ୍ବର:୨୮ /୦୩ ଗ୍ରୀଷ୍ମ ଋତୁ ସମୟରେ ମାତ୍ରାଧିକ ଗରମ ରେ ଟ୍ରେନ ଗୁଡିକର ନିରାପତ୍ତା ସହିତ ରେଳଧାରଣର ରକ୍ଷଣାବେକ୍ଷଣ ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଏହାର ପରିସୀମା…