Breaking News
5:31 pmଜୁନ ୩୦ ପର୍ଯ୍ୟନ୍ତ ବଢିଲା ପାନ୍-ଆଧାର ଲିଙ୍କ୍ ସମୟସୀମା 5:29 pmବାଲେଶ୍ୱର: ଅନ୍ୱେଷା ଇନ୍ ଚିଟଫଣ୍ଡ ଠକେଇ ମାମଲାରେ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ସାହୁଙ୍କ ସହ ୩ ଜଣଙ୍କୁ ଜେଲ ଦଣ୍ଡ। କୃଷ୍ଣଙ୍କୁ ୫ ବର୍ଷ ଜେଲ୍ ଓ ୨ ଲକ୍ଷ ୪୦ ହଜାର ଜରିମାନା ନିର୍ଦ୍ଦେଶ। ଅନ୍ୟ ୨ କର୍ମଚାରୀଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ଓ ୧୦ ହଜାର ଲେଖାଏଁ ଜରିମାନା 5:26 pmଓଡ଼ିଶାରେ ୨୮ଟି ମହାବଳ ବାଘ: ଜଙ୍ଗଲ ଓ ପରିବେଶ ମନ୍ତ୍ରୀ 5:25 pmପୁରୀ-ଗୁଣୁପୁର ଟ୍ରେନ ଲାଇନଚ୍ୟୁତ। ପୁରୀ ଷ୍ଟେସନରେ ଟ୍ରେନ୍‌ ସନଟିଂ ଲାଇନକୁ ଫେରିବା ବେଳେ ଲାଇନ୍‌ଚ୍ୟୁତ 5:24 pmବାଲେଶ୍ୱର: ଅନ୍ୱେଷା ଇନ୍ ଚିଟଫଣ୍ଡ ଠକେଇ ମାମଲାରେ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ସାହୁଙ୍କ ସହ ୩ ଜଣଙ୍କୁ ଜେଲ ଦଣ୍ଡ। କୃଷ୍ଣଙ୍କୁ ୫ ବର୍ଷ ଜେଲ୍ ଓ ୨ ଲକ୍ଷ ୪୦ ହଜାର ଜରିମାନା ନିର୍ଦ୍ଦେଶ। ଅନ୍ୟ ୨ କର୍ମଚାରୀଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ଓ ୧୦ ହଜାର ଲେଖାଏଁ ଜରିମାନା

କେସିଙ୍ଗା ଏନ୍ ଏ ସି ର ପ୍ରଥମ ପାରିଷଦ ବର୍ଗ ବୈଠକ

231 0

କେସିଙ୍ଗା :(ପୀତେଶ ପଟେଲ) କେସିଙ୍ଗା ଏନ୍ ଏ ସି ର ସଦଭାବନା ସଭାଗୃହରେ ନବ ନିର୍ବାଚିତ ଅଧ୍ୟକ୍ଷ ନୃପରାଜ ଯାଦବଙ୍କ ଅଧ୍ୟକ୍ଷତାରେ ପ୍ରଥମ ପାରିଷଦ ବର୍ଗ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସମସ୍ତ ନବ ନିର୍ବାଚିତ କାଉନସିଲରଙ୍କ ସହିତ ନିର୍ବାହୀ ଅଧିକାରୀ ସୁଶ୍ରୀ କିରଣ ବେହେରା ଉପସ୍ଥିତ ଥିଲେ। ପ୍ରଥମେ ଅଧ୍ୟକ୍ଷ ଶ୍ରୀ ଯାଦବ ସମସ୍ତ ପାରିଷଦ ବର୍ଗଙ୍କୁ ସ୍ବାଗତ କରିବା ସହିତ କେସିଙ୍ଗା ସହରର ସର୍ବାଙ୍ଗୀନ ଉନ୍ନତି ଏବଂ ଏନ୍ ଏ ସି ବାସୀଙ୍କ ଆବଶ୍ୟକୀୟ ମୁତାବକ ଉନ୍ନତି ମୂଳକ କାର୍ଯ୍ୟ କରିବା ପାଇଁ ଅନୁରୋଧ କରିଥିଲେ।

ପୂର୍ବ ପରିଷଦ ଦ୍ବାରା ହୋଇଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକୁ ପ୍ରଶଂସା କରାଯାଇଥିଲା। ଏଥିସହିତ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନା କରାଯାଇଥିଲା। ବାସହୀନ ମାନଙ୍କୁ ଜମି ପଟ୍ଟା ନିମନ୍ତେ ବିଭିନ୍ନ ଓ୍ବାର୍ଡରେ ହୋଇଥିବା ଡ୍ରୋନ୍ ସର୍ଭେ କାର୍ଯ୍ୟ ଜରୁରୀକାଳୀନ ଭିତ୍ତିରେ ସମ୍ପାଦନ ପାଇଁ ସ୍ଥିର କରାଗଲା। ଓ୍ବାର୍ଡ ନଂ ୧୧ ରେ ଥିବା ଉଠା ଜଳସେଚନ କାର୍ଯ୍ୟାଳୟର ଜାଗାକୁ ସର୍ବସାଧାରଣଙ୍କ ସୁବିଧା ପାଇଁ ଏନ୍ ଏ ସି କୁ ହସ୍ତାନ୍ତର ପାଇଁ କେସିଙ୍ଗା ତହସିଲଦାରଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଅନୁରୋଧ କରାଯିବା ପାଇଁ ସ୍ଥିର କରାଗଲା।

କେସିଙ୍ଗା ସହରବାସୀଙ୍କ ପାଇଁ ସାପ୍ତାହିକ ବଜାର ନିମନ୍ତେ ଆର ଏମ ସି ପରିସର ମଧ୍ୟରେ ସ୍ଥାନ ଦେବା ପାଇଁ ଉପ ଜିଲ୍ଲାପାଳ ଭବାନୀପାଟଣାଙ୍କୁ ଅନୁରୋଧ କରାଗଲା। ରେଳଓ୍ବେ ଅଣ୍ଡର ବ୍ରିଜ୍ ନିକଟ ଅନ୍ଧାର ରହୁଥିବାରୁ ତୁରନ୍ତ ଆଲୋକିକରଣ ପାଇଁଁ ସ୍ଥିର କରାଗଲା। ବର୍ତ୍ତମାନ ପ୍ରବଳ ଗ୍ରୀଷ୍ମ ପ୍ରବାହରେ ସମସ୍ତ ଓ୍ବାର୍ଡମାନଙ୍କରେ ପାନୀୟ ଜଳର ଅଭାବ ଦୂର ପାଇଁ ନଳକୂପ ଓ ରାସ୍ତା କଡ଼ରେ ଥିବା ଷ୍ଟାଣ୍ଡପୋଷ୍ଟ ଗୁଡ଼ିକ ଶୀଘ୍ର ମରାମତି ପାଇଁ ଜନସ୍ବାସ୍ଥ୍ୟ ବିଭାଗକୁ ଅନୁରୋଧ କରାଗଲା। ଏନ୍ ଏ ସି ର ଗରିବ ତଥା ଅସହାୟ ଲୋକମାନଙ୍କୁ ରାସନ୍ କାର୍ଡ ପ୍ରଦାନ ନିମନ୍ତେ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଅନୁରୋଧ କରାଗଲା।

Related Post

ପ୍ରଧାନମନ୍ତ୍ରୀ ଅଣୁ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ସଂଗଠୀକରଣ ଯୋଜନାକୁ ନେଇ ଏକ ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ

Posted by - May 25, 2022 0
ସୋନପୁର :(ଅଜିତ କୁମାର ପୁଜାହାରି) ସୁବର୍ଣ୍ଣପୁର ଜିଲ୍ଲା ଶିଳ୍ପ କେନ୍ଦ୍ର ଦ୍ବାରା ଆଜି ନୂତନ ଟାଉନହଲ ଠାରେ ପ୍ରଧାନମନ୍ତ୍ରୀ ଅଣୁ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ସଂଗଠୀକରଣ ଯୋଜନା…

ଖପ୍ରାଖୋଲ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କଲେ ରାଜ୍ୟ ସଭା ସାଂସଦ ନିରଞ୍ଜନ ବିଶି, ସମସ୍ୟା ସମାଧାନର ଦେଲେ ପ୍ରତିଶୃତି

Posted by - September 18, 2022 0
ଖପ୍ରାଖୋଲ : (ତାପସ ରଞ୍ଜନ ବେହେରା) ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଶନିବାର ଦିନ ପରିଦର୍ଶନ କରିଥିଲେ ରାଜ୍ୟ ସଭା ସାଂସଦ ନିରଞ୍ଜନ ବିଶି। ଗସ୍ତ ଅବସରରେ…

ଧର୍ମଗଡ଼ ଵସ୍ତିପଡା ଠାରେ ମହାଲକ୍ଷ୍ମୀ ପୂଜା ପାଇଁ କଳସ ଯାତ୍ରା

Posted by - December 1, 2022 0
ଧର୍ମଗଡ଼:୧ /୧୨ ( ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଵସ୍ତିପଡା ଠାରେ ମହାଲକ୍ଷ୍ମୀ ପୂଜା ପାଇଁ ଆଜି କଳସ ଯାତ୍ରା ହୋଇଛି । ସନ୍ଧ୍ୟାରେ ସ୍ଥାନୀୟ…

ଓଡିଶା ଅଙ୍ଗନୱାଡ଼ି ୱାରକର୍ସ ଆସୋସିଏସନ୍ ର ବୈଠକ

Posted by - October 31, 2022 0
ରାୟଗଡା  : (ଅଞ୍ଜନ କୁମାର ନାଏକ) ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଅଲ୍ ଓଡ଼ିଶା ଅଙ୍ଗନୱାଡ଼ି ଲେଡିଜ୍ ୱାରକର୍ସ ଆସୋସିଏସନ୍ ର କାଶୀପୁର ବ୍ଳକ ସମ୍ପାଦିକା…

ଲଲିତେଶ୍ଵର ନିକଟସ୍ଥ ଆଦିବାସୀ ବସ୍ତିରେ ଅଗ୍ନିକାଣ୍ଡ

Posted by - March 4, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ସହର କଲେଜ ରୋଡର ଲଲିତେଶ୍ଵର ନିକଟସ୍ଥ ଆଦିବାସୀ ବସ୍ତିରେ ଅଗ୍ନିକାଣ୍ଡ।ଗତକାଲି ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଛି।ଅଗ୍ନିକାଣ୍ଡ ର କାରଣ ସ୍ପଷ୍ଟ ହୋଇନଥିବା…