ଉଷା ପାଢ଼ୀଙ୍କ ବିରୋଧରେ ଗିରଫ ପରୱାନା

870 0

କଟକ: ପ୍ରାଥମିକ ଶିକ୍ଷକ ନିଯୁକ୍ତି କ୍ଷେତ୍ରରେ ଅନିୟମିତତାକୁ ନେଇ ପୃଥକ ଦୁଇଟି ମାମଲାର ରାଜ୍ୟ ପ୍ରଶାସନିକ ଟ୍ରିବ୍ୟୁନାଲ(ସ୍ୟାଟ୍) ଶୁଣାଣି କରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପୂର୍ବତନ ସଚିବ ଉଷା ପାଢୀଙ୍କ ବିରୋଧରେ ଜାମିନ ଯୋଗ୍ୟ ଗିରଫ ପରୱାନା ଜାରି କରିଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ସୌମେନ୍ଦ୍ର କୁମାର ମହାପାତ୍ର ମାମଲା ପରିଚାଳନା କରୁଛନ୍ତି। ୨୦୧୯, ଜୁନ୍ ୨୮ରେ ସ୍ୟାଟ୍ ମାମଲାର ଶୁଣାଣି କରି ୨୦୧୨, ମେ’ ୧୮ରେ ପ୍ରଦାନ କରାଯାଇଥିବା ନିର୍ଦ୍ଦେଶକୁ ୨୦୧୯ ଜୁଲାଇ ସୁଦ୍ଧା କାର୍ଯ୍ୟକାରୀ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଯଦି ଏଥିରେ ଅବହେଳା କରାଯାଏ; ତେବେ ପ୍ରତିପକ୍ଷ ପରବର୍ତ୍ତୀ ଶୁଣାଣିବେଳେ ବ୍ୟକ୍ତିଗତ ହାଜର ହେବେ ବୋଲି ସ୍ୟାଟ୍‌ ନିର୍ଦ୍ଦେଶ ଦେଇଥିଲେ। ଗୁରୁବାର ମାମଲାର ଶୁଣାଣିରେ ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ ୨୦୧୨, ମେ’ ୧୮ର ନିର୍ଦ୍ଦେଶ ଏ ପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯାଇନାହିଁ। ଅନ୍ୟପକ୍ଷରେ ପ୍ରତିପକ୍ଷ ବ୍ୟକ୍ତିଗତ ହାଜର ନ ହୋଇ ହାଇକୋର୍ଟରେ ରିଭ୍ୟୁ ପିଟିସନ୍ ଦାୟର କରାଯାଇଛି ବୋଲି ଦର୍ଶାଇ ଅଦାଲତ ଅବମାନନା ମାମଲାର ଶୁଣାଣି ସ୍ଥଗିତ ରଖିବାକୁ ପ୍ରାର୍ଥନା କରିଥିଲେ। ସ୍ୟାଟ୍ ଏପରି ପ୍ରାର୍ଥନାକୁ ଅଗ୍ରାହ୍ୟ କରିତତ୍କାଳୀନ ଗଣଶିକ୍ଷା ସଚିବ ଉଷା ପାଢୀଙ୍କ ବିରୋଧରେ ଗିରଫ ପରୱାନା ଜାରି ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

Related Post

ସମ୍ବଲପୁର ବିଶ୍ୱବିଦ୍ୟାଳୟ କୁଳପତି ଙ୍କ ଗିରଫ କରାଯିବା ନେଇ ସହରରେ ଲାଗିଲା ପୋଷ୍ଠର

Posted by - July 28, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ) ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରପେସର ସଞ୍ଜିବ ମିତ୍ତଲ ଙ୍କୁ ଗିରଫ କରାଯାଉ ବୋଳି ସମ୍ବଲପୁର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖ ଫ୍ଲାଇଓଭର ପିଲରରେ ପୋଷ୍ଠର…

ବିଧାୟକ କୋଭିଡ ହସ୍ପିଟାଲ ରେ, କେନ୍ଦ୍ରମନ୍ତ୍ରୀ ହୋମ୍ କ୍ୟୁରାଣ୍ଟାଇନ୍ ରେ।ପ୍ରଶାସନ କଠୋର ପଦକ୍ଷେପ ଗ୍ରହଣ କରିବ କେବେ ???

Posted by - July 8, 2020 94
ନୀଳଗିରି:(ସୌମ୍ୟା ସାଇ ବାରିକ) ନୀଳଗିରି ବିଧାୟକ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ, ନୀଳଗିରି ଉପଖଣ୍ଡ ତଥା ନିର୍ବାଚନ ମଣ୍ଡଳୀ ର ଜନସାଧାରଣ ଙ୍କ ମଧ୍ୟରେ କୋକୁଆ ଭୟ…

କଂଗ୍ରେସ ଛାଡ଼ିବାର ପ୍ରଶ୍ନ ଉଠୁନି’,‘ମୁଁ ଛାତ୍ର ଜୀବନରୁ କଂଗ୍ରେସ -ନବ ଦାସ

Posted by - December 15, 2018 1,547
ଭୁବନେଶ୍ୱର: ପ୍ରେସ୍‌ ବିଜ୍ଞପ୍ତି ଜରିଆରେ ନବ ଦାସ ଏହି ସୂଚନା ଦେଇଛନ୍ତି।କଂଗ୍ରେସ ଦଳ ଛାଡିବା ପ୍ରସଙ୍ଗରେ ବରିଷ୍ଠ କଂଗ୍ରେସ ବିଧାୟକ ନବ ଦାସ ପ୍ରତିକ୍ରିୟା ରଖିଛନ୍ତି। ଦଳ…

ଅଗଷ୍ଟ ୧ ସମ୍ବଲପୁରୀ ଦିନ ଧୁମଧାମ ରେ ପାଲନ ପାଇଁ ଅତାବିରାରେ ପ୍ରସ୍ତୁତି ପର୍ବ ଆରମ୍ଭ

Posted by - July 31, 2022 0
ବରଗଡ/ଅତାବିରା:ଛତ୍ରଛାୟା ତଲେ ନିଜ ପୁଅକୁ ସଦାସର୍ବଦା ଘୋଡାଇ ରଖି ସମସ୍ତଙ୍କୁ କରୁଣା ପ୍ରଦାନ କରି ଆସୁଥିବା ମହାଦେବୀ ମାଁ ସମଲେଇ ହେଉଛନ୍ତି ଆମ ପଶ୍ଚିମ ଓଡିଶା ସମ୍ବଲମାଟିର…

କରୋନା ସତର୍କତା:ବିଦେଶ ଫେରନ୍ତାଙ୍କ ଲାଗି ପଞ୍ଜିକରଣ ବାଧ୍ୟତା ମୂଳକ, ନ ମାନିଲେ ଦଣ୍ଡ

Posted by - March 16, 2020 0
ଭୁବନେଶ୍ବର୧୬/୩: ରାଜ୍ୟରେ କୋଭିଡ୍-୧୯ ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପ୍ରତିଷେଧ ମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି।  ବର୍ତ୍ତମାନ ପରିସ୍ଥିତିରେ ବିଦେଶରୁ ଓଡ଼ିଶାକୁ ଆସୁଥିବା ବ୍ୟକ୍ତିମାନେ…

Leave a comment

Your email address will not be published.