ବୌଦ୍ଧ ଜିଲ୍ଲା ୧୩ ଜଣ ବିଦାୟୀ ସାମୟିକ କେନ୍ଦୁପତ୍ର କର୍ମଚାରୀ ଙ୍କୁ ୧୨.୪୫ ଲକ୍ଷ ଭବିଷ୍ୟନିଧି ପ୍ରଦାନ କଲେ ପି ସି ସି ଏଫ

332 0

ବୌଦ୍ଧ:(ଚିତ୍ତ ରଂଜନ ସିଂ) ଓଡିଶା ପ୍ରଧାନ ମୁଖ୍ୟ ବନ ସଂରକ୍ଷକ,କେନ୍ଦୁପତ୍ର (ପି ସି ସି ଏଫ) ଶୁଶୀଳ କୁମାର ପୋପଲି ଆଜି ବୌଦ୍ଧ ଜିଲ୍ଲା ର ୧୩ ଜଣ ଅବସରପ୍ରାପ୍ତ ସାମୟିକ କେନ୍ଦୁପତ୍ର କର୍ମଚାରୀଙ୍କୁ ୧୨ ଲକ୍ଷ ୪୫ହଜାର ୨୫୫ ଟଙ୍କା ଭବିଷ୍ୟନିଧି (ଗ୍ରାଚୁଇଟି) ପ୍ରଦାନ କରିଛନ୍ତି। ବୌଦ୍ଧ କେନ୍ଦୁପତ୍ର ବନ ବିଭାଗ ଡିଭିଜନ ତରଫରୁ ମନମୁଣ୍ଡା ରେଞ୍ଜ ଗୁଡ଼ଭେଳିପଦର ପଂଚାୟତ ଭୋଇସାହି କେନ୍ଦୁପତ୍ର ଫଡ଼ି କେନ୍ଦ୍ର ରେ ଅନୁଷ୍ଠିତ ଏକ ବର୍ଣ୍ଣାଧ୍ୟ ସଭାରେ ପି ସି ସି ଏଫ ଶ୍ରୀ ପୋପଲି ଏହା ପ୍ରଦାନ କରିଥିଲେ।

ମନମୁଣ୍ଡା ରେଞ୍ଜ ଅଫିସର ମାନସରଞ୍ଜନ ସାହୁ ଙ୍କ ଆୟୋଜନରେ ବୌଦ୍ଧ ଡି ଏଫ ଓ (କେନ୍ଦୁପତ୍ର) ଅରବିନ୍ଦ କୁମାର ମହାନ୍ତି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ପି ସି ସି ଏଫ ଶୁଶୀଳ କୁମାର ପୋପଲି ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲାବେଳେ ସମ୍ମାନିତ ଅତିଥିଭାବେ ସି ସି ଏଫ ,ବଲାଙ୍ଗୀର ପ୍ରଦୀପ୍ତ କୁମାର ମହାପାତ୍ର,ବଲାଙ୍ଗୀର ଡି ଏଫ ଓ ରଞ୍ଜିତ କୁମାର ମଲ୍ଲିକ ଯୋଗ ଦେଇଥିଲେ।ଉପସ୍ଥିତ ବନ କର୍ମଚାରୀମାନେ ଅତିଥୀମାନଙ୍କୁ କଳସ ବସାଇ ଉତ୍ତରୀୟ ଓ ପୁଷ୍ପଗୁଛ ଦେଇ ସ୍ୱାଗତ କରିଥିଲେ। ପ୍ରଚଣ୍ଡ ୪୫ ଡ଼ିଗ୍ରୀ ଖରା ସତ୍ତ୍ୱେ ମଧ୍ୟାହ୍ନ ପର୍ଯ୍ୟନ୍ତ ସମସ୍ତେ ଉପସ୍ଥିତ ରହିଥିବାରୁ ମୁଖ୍ୟ ଅତିଥି ସମସ୍ତଙ୍କୁ  ପ୍ରଥମେ ଧନ୍ୟବାଦ ଜଣାଇଥିଲେ।

 

ବିଦାୟୀ ତଥା ଅବସରପ୍ରାପ୍ତ ସାମୟିକ କେନ୍ଦୁପତ୍ର କର୍ମଚାରୀ ମନମୁଣ୍ଡା ରେଞ୍ଜ ର ମୁନ୍ସୀ ବସନ୍ତ ପ୍ରଧାନ ଙ୍କୁ ୫୯ ହଜାର ୧୦୧, ଦଶରଥ ବାଘ ଙ୍କୁ ୭୭ ହଜାର ୨୮୬,ଶ୍ରଦ୍ଧାକର ମଲ୍ଲିକ ଙ୍କୁ ୯୩ ହଜାର ୪୬, ଚେକର ଦଫେଦାର ସାହୁ ଙ୍କୁ ୧ଲକ୍ଷ ୬୩ ହଜାର ୪୪୬ , କଣ୍ଟାମାଲ ରେଞ୍ଜ ର ମୁନ୍ସୀ ଗୋଲାପୀ ପାତ୍ର ଙ୍କୁ ୧ ଲକ୍ଷ ୩୭  ହଜାର ୯୮,  କଷ୍ଟ ମାହାର ଙ୍କୁ ୧ ଲକ୍ଷ ୬୩ ହଜାର ୪୪୬, ଚପରାସି ନରସିଂହ ପାତ୍ର ଙ୍କୁ ୫୧ ହଜାର ୧୫୪ ଟଙ୍କା, ଦମାମୁଣ୍ଡା ରେଞ୍ଜ ର ଚପରାସି ବିଷ୍ଣୁ ମହାକୁଡ଼ ଙ୍କୁ ୩୫ ହଜାର ୯୯୭, ମୁନ୍ସୀ ଗକୁଳ କଁହର ଙ୍କୁ ୭୦ହଜାର ୪୬୭ ଟଙ୍କା, ବୌଦ୍ଧ ରେଞ୍ଜ ର ଚପରାସି ବିଜୟ ସାହୁ ଙ୍କୁ ୧ ଲକ୍ଷ ୧୭ ହଜାର ୮୭୮, ଚେକର ଲଖିନ୍ଦ୍ର କଁହର ଙ୍କୁ ୫୧ହଜାର ୧୫୪ , ଚାରିଛକ ରେଞ୍ଜ ର ମୁନ୍ସୀ ବିଶ୍ଵନାଥ ବେହେରା ଙ୍କୁ ୯୩ ହଜାର ୬୨୭, ଏବଂ ଚେକର କାର୍ତ୍ତିକ ନାୟକ ଙ୍କୁ ୧ ଲକ୍ଷ ୩୧ ହଜାର ୫୫୫ ଟଙ୍କା ,ଏମିତି ମୋଟ ୧୨ ଲକ୍ଷ ୪୫ ହଜାର ୨୫୫ ଟଙ୍କା ପ୍ରଦାନ କରିଥିଲେ।

ଉକ୍ତ ଟଙ୍କା କୁ ଅଯଥା ଖର୍ଚ ନ କରି କୌଣସି ଧନ୍ଦା ରେ ଲଗାଇ ତାହାର ବୃଦ୍ଧି କରିବାକୁ ମୁଖ୍ୟ ଅତିଥି ପରାମର୍ଶ ଦେଇଥିଲେ।ସେହିପରି କେନ୍ଦୁପତ୍ର କେରି ପ୍ରତି ୧.୨୦ ଟଙ୍କା ରୁ ୧.୪୦ କୁ ବୃଦ୍ଧି କରାଯାଇଥିବା, ୧ ହଜାର କେରି ଯୋଗ୍ୟତା କୁ ୫ ଶହ କୁ ହ୍ରାସ କରାଯାଇଥିବା, ୫ କେ ଜି ବଣ୍ଡଳ ବନ୍ଧାଇ କୁ ୭୫ ଟଙ୍କା, ଗୋଛାକଟା ମଜୁରୀ ୩୪୫ ଟଙ୍କା କରାଯାଇଥିବା, କେରି ପିଛା ଶତକଡା ୫୦ ଭାଗ ବନସ ଦିଆଯିବା,ସାମୟିକ କର୍ମଚାରୀ ଙ୍କୁ ଶତକଡା ୧୦ ଭାଗ ବନସ ଦିଆଯିବା,କନା ବସ୍ତା ରେ ପତ୍ର ଆଣିବା ପାଇଁ ୨ ଶହ ଟଙ୍କା ଦିଆଯିବା, ଟୋପି ପାଇଁ ୧ ଶହ ଟଙ୍କା, ମସାରି ପାଇଁ ୭ ଶହ ଟଙ୍କା, କଲ୍ୟାଣ ପାଣ୍ଠିରେ ୧୦ ଟଙ୍କା ଜମା କଲେ ମୃତ୍ୟୁ କାଳୀନ ୨ ଲକ୍ଷ ଟଙ୍କା ବିମା ରାଶି ଦିଆଯିବା ଇତ୍ୟାଦି ଅନେକ ପ୍ରକାର ଯୋଜନା ମୁଖ୍ୟ ଅତିଥି କର୍ମଚାରୀମାନଙ୍କୁ ଜଣାଇଥିଲେ।

କଲ୍ୟାଣ ମୁଳକ ଯୋଜନାରେ ସାମିଲ ହୋଇ ଭଲ ପତ୍ର ଦେଲେ ଅଧିକ ବନସ ପାଇବେ, କେନ୍ଦୁପତ୍ର କର୍ମଚାରୀଙ୍କ ସମ୍ପତ୍ତି, ଏଥିରୁ ଯାହା ଲାଭ ମିଳିବ କର୍ମଚାରୀଙ୍କ ପିଛା ଖର୍ଚ କରାଯିବ ଇତ୍ୟାଦି ମଧ୍ୟ ବୁଝାଇଥିଲେ।ତାପରେ ଅତିଥିଗଣ ପତ୍ର ବନ୍ଧାଇ କାମ, ଫଡ଼ି ଗୃହ ଇତ୍ୟାଦି ପରିଦର୍ଶନ କରିଥିଲେ।ଶେଷରେ ବୌଦ୍ଧ ଏ ସି ଏଫ ସମୀର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

 

ଏଠ।ରେ ଭିଡ଼ିଓ ଦେଖନ୍ତୁ……

Related Post

୧୦୦ ସିଟ ବାଳିକା ଛାତ୍ରୀନିବାସ ଭୂମି ପୂଜନ ଓ ଉଚ୍ଚ ମାଧ୍ୟମିକ ଶ୍ରେଣୀ ଉଦଘାଟନ

Posted by - November 9, 2021 0
ବୌଦ୍ଧ(ଚିତ୍ତ ରଂଜନ ସିଂ)ବୌଦ୍ଧ ସଦର ବ୍ଲକ ତେତେଲେଙ୍ଗା ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ 100ସିଟ ବାଳିକା ହଷ୍ଟେଲ ଭୂମି ପୂଜନ ଓ ଉଚ୍ଚ ମାଧ୍ୟମିକ ଶ୍ରେଣୀ ଉଦଘାଟନ…

ବିଝାଂରପୁର ଗୟାସୁଦ୍ଦିନ ଛକ ନିକଟରେ ବାଇକ ଧକ୍କାରେ ୫ ବଷର ଛାତ୍ର ଆହତ

Posted by - August 25, 2020 0
ଯାଜପୁର ଅଫିସ :ଯାଜପୁର ଜିଲା ବିଝାଂରପୁର ଗୟାସୁଦ୍ଦିନ ଛକ ନିକଟରେ ବାଇକ ଦକ୍କାରେ ୫ ବଷର ଛାତ୍ର ଆହତ । ଆହତ ଜଣକ ହେଲେ ବିଝାଂରପୁର ବ୍ଲକ…

ଖପ୍ରାଖୋଲରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ମିଳିତ ଜଣ ଶୁଣାଣି ୧୩୭ ଟି ମାମଲା ପଞ୍ଜିକୃତ ,୧୬ଟି ଅଭିଯୋଗ ର ତତ୍କାଳ ଶୁଣାଣୀ

Posted by - September 19, 2022 0
ଖପ୍ରାଖୋଲ : (ତାପସ ରଞ୍ଜନ ବେହେରା) ସ୍ଥାନୀୟ ବ୍ଲକ୍ ସଭା ଗୃହ ଠାରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ ଙ୍କ ବ୍ଲକସ୍ତରୀୟ ମିଳିତ ଜଣ ଶୁଣାଣୀ ସୋମବାର…

କଳାହାଣ୍ଡି ବ୍ରାହ୍ମଣ ସମାଜ ପକ୍ଷରୁ ମହା ସମାରୋହରେ “ପର୍ଶୁରାମ ଜୟନ୍ତୀ” ପାଳିତ

Posted by - May 3, 2022 0
ଭବାନୀପାଟଣା: (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ପବିତ୍ର ଅକ୍ଷୟ ତୃତୀୟା ଅବସରରେ କଳାହାଣ୍ଡି ବ୍ରାହ୍ମଣ ସମାଜ ପକ୍ଷରୁ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଭଗବାନ…

ଜାତୀର ପିତା ମହାତ୍ମାଗାନ୍ଧୀ ଓ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜନ୍ମଜୟନ୍ତୀ

Posted by - October 5, 2019 0
ଯାଜପୁର ଟାଉନ:(ଆନନ୍ଦ ଚନ୍ଦ୍ର ସାହୁ) ଜାତୀର ପିତା ମହାତ୍ମାଗାନ୍ଧୀ ଓ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜନ୍ମଜୟନ୍ତୀ । ଏହି ଅବସରରେ ଯାଜପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ…