ପ୍ରଖ୍ୟାତ କଣ୍ଠଶିଳ୍ପୀ ସଂଗୀତଜ୍ଞ ପ୍ରଫୁଲ୍ଲ କରଙ୍କ ସ୍ମୃତିରେ ଶ୍ରଦ୍ଧାଂଜଳି ସଭା

256 0

ସୋନପୁର:(ଅଜିତ କୁମାର ପୁଜାହାରୀ)ପଶ୍ଚିମ ଓଡିଶା ର ଅଗ୍ରଣୀ ଅନୁଷ୍ଠାନ ମହାନଦୀ ସାହିତ୍ୟ ସଂସଦ ପକ୍ଷରୁ ଅନୁଷ୍ଠାନ ର ପ୍ରେକ୍ଷାଳୟରେ ଓଡ଼ିଶାର ବରେଣ୍ୟ କଣ୍ଠଶିଳ୍ପୀ ସଗୀତଜ୍ଞ ପଦ୍ମଶ୍ରୀ ପ୍ରଫୁଲ୍ଲ କରଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରା ଯାଇଥିଲା । ଏହି ଶ୍ରଦ୍ଧାଂଜଳି ସଭାରେ ଅନୁଷ୍ଠାନର ଉପ ସଭାପତି ଡକ୍ଟର ପୁରୁଷୋତ୍ତମ ମିଶ୍ର ଅଧ୍ୟକ୍ଷତା କରିଥିବା ବେଳେ କବି ଶ୍ରୀ ବେଣୁଧର ପ୍ରଧାନ ,କବି ଲକ୍ଷ୍ମୀ ନାରାୟଣ ସାହୁ ,ବନମାଳି ପଣ୍ଡା ଏବଂ ଯୁଧିଷ୍ଠିର ପଧାନି ଯୋଗଦାନ କରି ଶୋକାର୍ତ୍ତ ଶ୍ରଦ୍ଧାଂଜଳି ଅର୍ପଣ କରିଥିଲେ

ଉକ୍ତ ସଭାକୁ ଅନୁଷ୍ଠାନର ସାଧାରଣ ସଂପାଦକ ଡକ୍ଟର ସୌରଭ ରଂଜନ ଖମାରୀ ସଂଯୋଜନା କରି କହିଥିଲେ ମହାନଦୀ ସାହିତ୍ୟ ସଂସଦ ସହିତ କମଳଦେଶର ରାଜ କୁମାର କଣ୍ଠଶିଳ୍ପୀ ପଦ୍ମଶ୍ରୀ ପ୍ରଫୁଲ୍ଲ କରଙ୍କ ଘନିଷ୍ଠ ସଂପର୍କ ଥିଲା । ମହାନଦୀ ସାହିତ୍ୟ ସଂସଦର ଆମନ୍ତ୍ରଣ କ୍ରମେ ସୁବର୍ଣ୍ଣପୁରକୁ ଆସି କହିଥିଲେ -ପ୍ରକୃତରେ ମୁଁ କମଳ ଦେଶକୁ ଆସିଛି । ସୁବର୍ଣ୍ଣପୁର ,ମହାନଦୀ ଓ ଜହ୍ନରାତିକୁ ଭେଟିଲା ପରେ ମୋତେ ଲାଗୁଛି ମୁଁ କମଳ ଦେଶର ନଈକୂଳରେ ଛିଡ଼ା ହୋଇଛି ।

ସୁବର୍ଣ୍ଣପୁର ମୋର ପ୍ରିୟ ସହର ମଧ୍ୟରୁ ଗୋଟିଏ । ଏ ସହର ବାରମ୍ବାର ମୋର ସ୍ମରଣରେ ରହିବ । ସେଇ ପ୍ରିୟ କଣ୍ଠଶିଳ୍ପୀଙ୍କ ଆମର ଆତ୍ମାଙ୍କ ପ୍ରତି ମହାନଦୀ ସାହିତ୍ୟ ସଂସଦର ଶୋକାର୍ତ୍ତ ଶ୍ରଦ୍ଧାଂଜଳି ।ଶେଷରେ କଣ୍ଠଶିଳ୍ପୀ ସୁରେନ୍ଦ୍ର ମିଶ୍ର ସ୍ବର୍ଗତ କଣ୍ଠଶିଳ୍ପୀ ପ୍ରଫୁଲ୍ଲ କରଙ୍କୁ ସ୍ମରଣ କରି ତାଂକର ଏକ ଜନପ୍ରିୟ ଜଣାଣ “ଭୁଜ ତଳେ ମୋତେ ରଖ ମହାବାହୁ …”ଗୀତକୁ ଗାନ କରିଥିଲେ ।

 

Related Post

ଖପ୍ରାଖୋଲ ରେ ଭୋଟ ଗଣତି ତାଲିମ ଶିବିର

Posted by - February 26, 2022 0
ଖପ୍ରାଖୋଲ:(ତାପସ ରଞ୍ଜନ ବେହେରା) ସ୍ଥାନୀୟ ହରିଶଙ୍କର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଭୋଟ ଗଣତି ତାଲିମ ଶିବିର ଶୁକ୍ରବାର ଅନୁଷ୍ଠିତ ହୋଇ ଯାଇଛି । ତାଲିମ ଶିବିରରେ ତ୍ରିସ୍ତରୀୟ…

ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ତେଲନଦୀ ବ୍ରିଜରେ ଟ୍ରକ ଦୁର୍ଘଟଣାଗ୍ରସ୍ତ

Posted by - January 8, 2022 0
ସୋନପୁର:(ଅଜିତ କୁମାର ପୁଝାରୀ)ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ତେଲନଦୀ ବ୍ରିଜରେ ଏକ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇ ଝୁଲନ୍ତା ଅବସ୍ଥାରେ ରହିଛି । ଗତକାଲି ବିଳମ୍ବିତ ରାତିରେ ଏକ…

ବୌଦ୍ଧ ଜିଲ୍ଲା ୧୩ ଜଣ ବିଦାୟୀ ସାମୟିକ କେନ୍ଦୁପତ୍ର କର୍ମଚାରୀ ଙ୍କୁ ୧୨.୪୫ ଲକ୍ଷ ଭବିଷ୍ୟନିଧି ପ୍ରଦାନ କଲେ ପି ସି ସି ଏଫ

Posted by - April 20, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ) ଓଡିଶା ପ୍ରଧାନ ମୁଖ୍ୟ ବନ ସଂରକ୍ଷକ,କେନ୍ଦୁପତ୍ର (ପି ସି ସି ଏଫ) ଶୁଶୀଳ କୁମାର ପୋପଲି ଆଜି ବୌଦ୍ଧ ଜିଲ୍ଲା ର ୧୩…

ବର୍ଡାକଟା ଗାଁରେ ବଜ୍ରାଘାତ ରେ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଆହତ

Posted by - June 14, 2021 0
ସୋନପୁର:( ଅଜିତ୍ କୁମାର ପୁଝାରୀ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବର୍ଡାକଟା ଗାଁରେ ବଜ୍ରାଘାତ ରେ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଆହତ ହୋଇଛନ୍ତି ।…

କୋଷାଗୁମୁଡା ଠାରେ ଇଣ୍ଡିଆନ କ୍ରିଷ୍ଟିଆନ ଦିବସ ପାଳିତ

Posted by - July 6, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ )ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ରେ ଡ୍ରିମ ଇଣ୍ଡିଆ ପୂବ୍ଲିକସ୍କୁଲ ଠାରେ ଇଣ୍ଡିଆନ ଖ୍ରୀଷ୍ଟିଆନ ଦିବସ ପାଳିତ ହଇଯାଇଛି ! ଏହି ଅବସରରେ…