ପୁରୀ ୨୯।୭: ପାନ ଅଭ୍ୟାସ ଥିଲେ ଶ୍ରୀମନ୍ଦିରକୁ ଯାଇ ଜଗନ୍ନାଥଙ୍କ ଦର୍ଶନ କରିବା କଥା ଭୁଲି ଯାଆନ୍ତୁ,ଶ୍ରୀମନ୍ଦିର ଭିତରକୁ ଭକ୍ତ ଓ ସେବାୟତ ପାନ ବା ଗୁଟ୍ଖା ଖାଇ ପ୍ରବେଶ କରିପାରିବେ ନାହିଁ। ମନ୍ଦିର ପରିସର ପରିଷ୍କାର ପରିଚ୍ଛନ୍ନ ରଖିବା ଦୃଷ୍ଟିରେ ଏପରି ନିଷ୍ପତ୍ତି ନିଆଯାଇଛି। ଅଗଷ୍ଟ ୧ ତାରିଖରୁ ଏହି ନିୟମକୁ କଡ଼ାକଡ଼ି ଭାବେ ଲାଗୁ କରାଯିବ। ଏହାକୁ ଉଲ୍ଲଂଘନ କଲେ ୫୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା କରାଯିବାର ବ୍ୟବସ୍ଥାହୋଇଛି।ଅଗଷ୍ଟ ୧ ତାରିଖରୁ ଶ୍ରୀମନ୍ଦିରରେ ପାନ ନିଷେଧ ହେବ। ସୋମବାର ଅନୁଷ୍ଠିତ ମନ୍ଦିର ପରିଚାଳନା କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଉଭୟ ସେବାୟତ ଓ ଭକ୍ତଙ୍କ ନିମନ୍ତେ ଏହି ନିୟମ ଲାଗୁ ହେବାକୁ ଥିବା ବେଳେ ନିୟମ ଭଙ୍ଗ କଲେ ୫ଶହ ଟଙ୍କା ଜରିମାନା ଗଣିବାକୁ ପଡିବ।
