ବରୀ୨୬/୭ ଯୋଗ ମଣିଷ ଜୀବନର ଏକ ଅବିଛେଦ ଅଙ୍ଗ ଯାହାକି ଆଜି ବରୀ ବ୍ଲକ ଅଧିନସ୍ଥ ଅରଙ୍ଗାବାଦ୍ ପଂଚାୟତର ଅରଙ୍ଗାବାଦ୍ ଠାରେ ପ୍ରଧାନମନ୍ତ୍ରୀ କୈାଶଳ ଯୋଜନା ଓ ବ୍ୟକ୍ତି ବିକାଶ କେନ୍ଦ୍ର ଆନୁକୁଲ୍ୟରେ ଯୋଗ ଦେଇ ଛାତ୍ରଛାତ୍ରୀମାନେ ଆଗାମୀ ଯୁବ ପିଢୀମାନଙ୍କ ପାଇଁ ଏକ ଦିଗ୍ଦର୍ଶନ ଦେଇଛନ୍ତି । ୩ ଦିନଧରି ଚାଲିଥିବା ଏହି ଟ୍ରେନର ଯୋଗ ଶିବିରରେ ଛାତ୍ରଛାତ୍ରୀ ମାନଙ୍କ ସହିତ ବହୁ ସଚେତନ ନାଗରିକ ଉପସ୍ଥିତ ଥିଲେ । ଉକ୍ତ ଯୋଗ ଶିବିରରେ ବରୀ ଅଂଚଳର ୩୫ ଜଣ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଯୋଗ ମଣିଷ ଜୀବନର ମାନସିକ,ଶାରିରୀକ ଓ ଆଧ୍ୟାତ୍ମକ ଚିନ୍ତାଧାରକୁ ପରିପୃଷ୍ଠ କରିବା କ୍ଷେତ୍ରରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ବୋଲି ଏହି କାର୍ଯ୍ୟକ୍ରମର ଆୟୋଜକ ବିଶ୍ୱଜିତ ଜେନା ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମ ଆଗାମୀ ଦିନରେ ବରୀ ଅଂଚଳରେ ବିଭିନ୍ନ ଯୁବ ପିଢୀମାନଙ୍କୁ ଉତ୍ସାହିତ କରିବା ସହିତ କାର୍ଯ୍ୟକ୍ରମରେ ସାମିଲ ହେବାର ଏକ ବର୍ତ୍ତା ଦେବ ବୋଲି ଉପସ୍ଥିତ ପ୍ରଶିକ୍ଷକମାନେ ମତ ବ୍ୟକ୍ତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଶୁଶ୍ରିଲକ୍ଷ୍ମୀ ସାହାଣୀ (ଛତିଶଗଡ), ସୁନିତା ପ୍ରଧାନ(ଦେବଗଡ) ଖଗପତି ନାୟକ( କଳାହାଣ୍ଡି ) ପ୍ରମୁଖ ଯୋଗ ଦେଇଥିଲେ । ପରିବେଶ ସୁରକ୍ଷା ଜୀବନ ରକ୍ଷାକୁ ଗୁରୁତ୍ୱ ଦେଇ ଯାଜପୁର ପ୍ରସାଶନ ବିଭିନ୍ନ ଶିକ୍ଷାନୁଷ୍ଠାନ,ଧର୍ମିୟ ଅନୁଷ୍ଠାନ ଓ ରାସ୍ତା କଡରେ ବୃକ୍ଷରୋପଣକୁ ଅଧିକ ଗୁରୁତ୍ୱ ଦେଉଥିବାରୁ ଉପସ୍ଥିତ ଛାତ୍ରଛାତ୍ରୀମାନେ ଏହି କାର୍ଯ୍ୟକ୍ରମକୁ ସମ୍ମାନ ଦେଇ ବରୀ କଳାମାଟିଆ ପୃତ୍ତ ବିଭାଗ ରାସ୍ତା କଡରେ ବୃକ୍ଷରୋପଣ କରି ଏକ ନିଆରା ପରମ୍ପରା ସୃଷ୍ଟି କରିଥିଲେ । ଯାହାକି ସ୍ଥାନୀୟ ଲୋକମାନଙ୍କ ଠାରୁ ଆରମ୍ଭ କରି ବହୁ ପରିବେଶ ବିତ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରିଥିବାର ଦେଖିବାକୁ ମିଳିଥିଲା ।
