Breaking News
2:05 pmତେଲ ରେଟ କମିବାରୁ କମିଲା ବସ ଭଡା ,ସାଧାରଣ ବସରେ କିଲୋମିଟର ପିଛା ୩ ପଇସା ହ୍ରାସ, 2:04 pmପାରାଦୀପ ରେ ଫାଟିଲା IOCL ତେଲ ପାଇପ ,ଘଟଣା ସ୍ଥଳ ରେ ପହଞ୍ଚିଲେ IOCL ଅଗ୍ନିଶମ ବାହିନୀ, ପ୍ରଚୁର ମାତ୍ର ରେ ତେଲ ବହି ପାଣି ରେ ମିଶୁଚି 1:58 pmଭୁବନେଶ୍ବର: ରାଜ୍ୟସଭା ଉପନିର୍ବାଚନ ଲାଗି ବିଧାନସଭା ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି, ଆଜିଠାରୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ 10:45 pmଭୁବନେଶ୍ୱର: ଜମିଜମା ବିବାଦକୁ ନେଇ ପୁରୁଣା ଭୁବନେଶ୍ୱର ରଥରୋଡରେ ପୁଲିସ ଉପସ୍ଥିତିରେ ବଡ଼ଭାଇକୁ ହାଣିଲା ସାନଭାଇ। ଖଣ୍ଡା ଆକ୍ରମଣରେ ବଡ଼ଭାଇ ଗୁରୁତର। ହସ୍ପିଟାଲରେ ଭର୍ତ୍ତି। 10:44 pmଭୁବନେଶ୍ବର: ବରିଷ୍ଠ ଅଭିନେତା ବିରାଜ ଦାସଙ୍କ ପରଲୋକ। ୬୩ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କଲେ ବିରାଜ ଦାସ। କଟକର ଏକ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।

ଛାୟାଳିଆ ବାସନ୍ତୀ ପୂଜା ମଣ୍ଡପରେ ରକ୍ତଦାନ ଶିବିର ଅନୁଷ୍ଠିତ

71 0

ବାଲେଶ୍ଵର:କଥାରେ ଅଛି ରକ୍ତଦାନ ମହାପୁଣ୍ୟ l ଆଜିର ବିଜ୍ଞାନ ଯୁଗରେ ଲୋକେ ଚନ୍ଦ୍ରପୃଷ୍ଠରେ ଜାଗା କିଣୁଥିବା ବେଳେ ବାସ୍ତବରେ ରକ୍ତ ମଣିଷ ଦେହରେ ପ୍ରାକୃତିକ ଉପାୟରେ ସୃଷ୍ଟି ହେଉଥିବା ବେଳେ ଅନ୍ୟ ରାସ୍ତା କିଛି ନାହିଁ I କିନ୍ତୁ ପ୍ରତ୍ୟେକ ଦିନ ରକ୍ତ ଅଭାବରୁ ଶହଶହ ଲୋକଙ୍କର ଜୀବନ ଜାଉଛି I କେବଳ ଜଣେ ମଣିଷ ଅନ୍ୟ ମଣିଷକୁ ରକ୍ତଦେଇ ବଞ୍ଚାଇପାରିବ I ରକ୍ତ ଅଭାବରୁ ମୃତ୍ୟୁରୁ ଜୀବନକୁ ରକ୍ଷା କରିବାକୁ ହେଲେ ରକ୍ତଦାନ ଶିବିର ଦ୍ବାରା ରକ୍ତ ସଂଗ୍ରହ ଜରୁରୀ ହୋଇ ପଡ଼ିଛି I

ତେବେ ରକ୍ତ ଅଭାବକୁ ହୃଦୟଙ୍ଗମ କରି ଆଜି ସାମାଜିକ ସଂଗଠନ ମେଁ ଆଇ ହେଲ୍ପ ୟୁ ମୋ ପରିବାର ବାଲିଆପାଳ ଶାଖା, ରାଧାକୃଷ୍ଣ ଜିୟୁ ଟ୍ରଷ୍ଟ ଏବଂ ଛୟାଳିୟା ବାସନ୍ତୀ ପୂଜା କମିଟିଙ୍କ ମିଳିତ ଉଦ୍ୟମରେ ରକ୍ତଦାନ ଶିବିର ଛୟାଳିୟା ବାସନ୍ତୀ ପୂଜା ମଣ୍ଡପରେ ଆୟୋଜିତ ହୋଇଯାଇଛି I ଦୈନିକ ଖବରକାଗଜ ସେଇଠୁ ଆରମ୍ଭର ସଂପାଦକ ସୁଭେନ୍ଦୁ ଦାସ୍ ଫିତାକାଟି ଶିବିରକୁ ଶୁଭାରମ୍ଭ କରିଥିଲେ।

ଉକ୍ତ ଶିବିରରେ ୧୦୨ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା ବେଳେ ଜିଲ୍ଲା ରକ୍ତଦାତା ସଙ୍ଘର ସଭାପତି କମଲ କୁମାର ଚକ୍ରବର୍ତ୍ତି, ସାମାଜିକ ସଂଗଠନ ମେଁ ଆଇ ହେଲ୍ପ ୟୁ ମୋ ପରିବାର ବାଲିଆପାଳ ଶାଖାର ସଭାପତି ରାଜକିଶୋର ପାତ୍ର, ସମ୍ପାଦକ ପ୍ରଭାତ କୁମାର ଦାସ, କୋଷାଧକ୍ଷ ଜୟନ୍ତ ହଟେଇ ସହିତ ଶାଖାର ଅନ୍ୟ କର୍ମକର୍ତ୍ତା, ଜଳେଶ୍ଵର ସଂଗଠନର ମୁଖ୍ୟ ଜଗନ୍ନାଥ ପରିଡା, ଭୋଗରାଇ ଶାଖା ସଭାପତି ପ୍ରଶାନ୍ତ ଘୋଷ, ରାଧାକୃଷ୍ଣ ଜିୟୁ ଟ୍ରଷ୍ଟର ସଭାପତି ତ୍ରିଲୋଚନ କର ଏବଂ ଛୟାଳିୟା ବାସନ୍ତୀ ପୂଜା କମିଟି ପକ୍ଷରୁ ନଗେନ୍ଦ୍ର ମହାନ୍ତି, ନିରଞ୍ଜନ ହଟେଇ ଓ ବ୍ରହ୍ମାନନ୍ଦ କର ଆଦି ପ୍ରମୁଖ ପରିଚାଳନା କରିଥିଲେ।

 

Facebook Notice for EU! You need to login to view and post FB Comments!

Related Post

ମାନସିକ ବିକୃତ ବ୍ୟକ୍ତିଙ୍କୁ ଉଦ୍ଧାର କଲା ବୌଦ୍ଧ ପ୍ରଶାସନ

Posted by - October 30, 2021 0
ବୌଦ୍ଧ:(ଚିତ୍ତରଂଜନସିଂ)ବୌଦ୍ଧ ମହାନଦୀ କୂଳରେ ଥିବା ଗେହ୍ଳାମା ମନ୍ଦିର ପରିସରରେ ଦୀର୍ଘ ୭ ଦିନ ହେଲା ଅବହେଳିତ ଅବସ୍ଥାରେ ପଡିଥିବା ଜଣେ ଅସହାୟ ମାନସିକ ବିକାରଗ୍ରସ୍ତ ବ୍ୟକ୍ତିଙ୍କୁ ବୌଦ୍ଧ…

ଅଲୋଡ଼ା ହେଲା ମଲା ମଣିଷ : ଶବ ନେଲେନି ପତ୍ନୀ, ପରିବାର, ମୃତଦେହ ୩ ଦିନ ପଡ଼ିରହିଲା, ପୁଲିସ୍‌ କଲା ଶେଷକୃତ୍ୟ

Posted by - December 6, 2018 0
କୋରାପୁଟ : ମେଡିକାଲରେ ଜୀବନ ସହ ଲଢ଼ି ଲଢ଼ି ହାରିଗଲେ ବିଧାନ। ଏ ଖବର ପତ୍ନୀ, ପରିବାର ପାଖରେ ପହଞ୍ଚିଲା। ହେଲେ ମୃତଦେହ ନେବାକୁ ସେମାନେ ସଫା…

ସ୍ୱେଚ୍ଛାସେବୀ ଅନୁଷ୍ଠାନର ସହଯୋଗ କ୍ରମେ ବଳକା ଖାଦ୍ୟ ବଂଟନ 

Posted by - January 12, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ ) ସ୍ୱେଚ୍ଛାସେବୀ ଅନୁଷ୍ଠାନର ସହଯୋଗ କ୍ରମେ ବଳକା ଖାଦ୍ୟ ବଂଟନ କରାଗଲା ଯାଜପୁର ଜିଲା ରସୁଲପୁର ବ୍ଲକ ନଠୁଆବର ପଂଚାୟତର ପୂର୍ବତନ ସରପଂଚ ଦର୍ଶନ ପତିଙ୍କ ଦ୍ୱାଦଶ କ୍ରିୟାରେ ହୋଇଥିବା ଭୋଜିରେ ବିପୁଂଳ ପରିମାଣର ଖାଦ୍ୟ ବଳି ପଡିଥିଲେ । ପରିବାର ଲୋକେ ସାମାଜିକ ଗଣମାଧ୍ୟମ ଯୋଗେ ଯାଜପୁର ଖବର କୁ ଜଣାଇଥିଲେ ।  ଯାଜପୁର ଖବର ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଅଶୋକ ଦାସ ପାଂଉଣ୍ଡେସନ ର ମିଳିତ ଉଦ୍ୟମ କ୍ରମେ ଯାଜପୁର ମୁଖ୍ୟ ଡାକ୍ତରଖାନା ପରିସରରେ ରୋଗୀ ଓ ସେମାନଙ୍କ ସଂପର୍କିୟ ମାନଙ୍କୁ ରନ୍ଧା ଖାଦ୍ୟ ବଂଟନ କରାଯାଇଥିଲା । ଏହାକୁ ନେଇ ରୋଗୀ ଓ ସେମାନଙ୍କ ସଂପର୍କିୟ ମାନେ ବେଶ ଖୁସି ବ୍ୟକ୍ତ କରିଥିଲେ । Facebook Notice for EU! You need to login to view and post FB Comments!

ଅସହାୟ କୁଷ୍ଟ ରୋଗୀ ସ୍ଵର୍ଗତ ଫକିର ହାତୀଙ୍କ ଦଶାହ କାଯ୍ୟ କଲା ଜନକଲ୍ୟାଣ ସେବା ଟ୍ରଷ୍ଟ

Posted by - February 10, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ଆଜି ବରଗଡ଼ ର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ଅତାବିରା ଝାଇଯୋର କୁଷ୍ଠ କଲୋନୀ ରେ ଦିର୍ଘ ବର୍ଷ ଧରି…

ଜନ୍ମଦିନ ପାଳନ ବଦଳରେ କରୋନା ପାଣ୍ଠିକୁ ଦାନ

Posted by - April 18, 2020 0
ଭୁବନେଶ୍ୱର:ତା ୧୮/୪ : ଯାଜପୁର ସହରସ୍ଥିତ କୋଦଣ୍ଡପୁର ଗ୍ରାମ ନିବାସୀ ସୂର୍ଯ୍ୟ ପ୍ରକାଶ ନାୟକ ଓ ସରସ୍ୱତୀ ଧଳଙ୍କର ସନ୍ ପବ୍ଲିକ ସ୍କୁଲର ଏଲ୍‌.କେଜିରେ ପଢ଼ୁଥିବା ଝିଅ…