ନିର୍ମାଣ ଶ୍ରମିକଙ୍କ ଅଭିନବ ପନ୍ଥା,ଦେଶୀ ଉତ୍ତୋଳକ “ତେଣ୍ଡା” ଦ୍ୱାରା ଛାତ କୁ ଜିନିଷ ଉତ୍ତୋଳନ

561 0

ବୌଦ୍ଧ:(ଚିତ୍ତରଞ୍ଜନ ସିଂ) ଆଜିକାଲି ହାତରେ ଟଙ୍କା ଥିଲେ ମଧ୍ୟ ଶ୍ରମିକ ଙ୍କ ଅଭାବ ତଥା ଠକାମି ପାଇଁ ଘରଟିଏ ନିର୍ମାଣ କରିବା ଲୋକଙ୍କ ପକ୍ଷେ ମୁଣ୍ଡବ୍ୟଥା ର କାରଣ ପାଲଟିଛି।ସେହିପରି ଘରଟିଏ ନିର୍ମାଣ କରିବାରେ ବହୁ ଆନୁଷଙ୍ଗିକ ଜିନିଷ ର ଆବଶ୍ୟକତା ରହିଥିବାବେଳେ ଶ୍ରମିକଙ୍କ ମଜୁରୀରେ ସବୁଠୁ ଅଧିକ ଖର୍ଚ ହେଉଛି।ସାଧାରଣ ଲୋକଙ୍କ ପାଇଁ ଏହା କଷ୍ଟକର ଓ କାଠିକର ପାଠ ସଦୃଶ୍ୟ। କିନ୍ତୁ ବୁଦ୍ଧି ଥିଲେ ବଳ ଆସେ ଓ ଇଛା ଶକ୍ତି ଥିଲେ ଅସାଧ୍ୟ କାମ ସହଜରେ ସାଧ୍ୟ ହୋଇପାରେ।

ଏପରି ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ଶୁଣ୍ଢିପଦର ପଂଚାୟତ ସଦର ମହକୁମାରେ।ଉକ୍ତ ଗ୍ରାମର ପୂର୍ଣ୍ଣଚନ୍ଦ୍ର ସେଠି ବହୁ କଷ୍ଟରେ ଅର୍ଥାଯୋଗାଡ଼ କରି ଘର ଖଣ୍ଡିଏ ନିର୍ମାଣ କରୁଛନ୍ତି। ଘର ନିର୍ମାଣ ରେ ନିଜ ଦ୍ୱାରା ଯାହା ହୋଇପାରିବ କରୁଛନ୍ତି ଏବଂ ଆବଶ୍ୟକ ହେଲେ ଶ୍ରମିକ ଓ ମିସ୍ତ୍ରୀ ଲଗାଉଛନ୍ତି।ଏହିପରି ଭାବରେ ସେ ଛାତ ପକାଇ ଏକ ଘର ନିର୍ମାଣ କରିସାରିଛନ୍ତି।ଛାତ ଉପର କାମ କରିବାକୁ ଉପରକୁ ବାଲି, ସିମେଣ୍ଟ, ଚିପ୍ସ ଓ ପାଣି ନେବାକୁ ପଡୁଛି।

ଏଥିପାଇଁ ସି ଡି ସହ ଅଧିକ ଶ୍ରମିକ କିମ୍ବା ଆଧୁନିକ ମେସିନ ଦରକାର।ସେ ସବୁ ଜିନିଷ ଯୋଗାଡ଼ କରିବା ଓ ଖର୍ଚ୍ଚ ତୁଲାଇବା ବଦଳରେ ପୂର୍ଣ୍ଣଚନ୍ଦ୍ର ସେଠି ନିଜ ବୁଦ୍ଧି ପ୍ରୟୋଗ କରି ଦୁଇଟି ବଡ଼ ଗଛ(କାଠ କନା),ଦୁଇଟି ଟାୟାର ଓ ଗୋଟିଏ ଦଉଡି ବଳ ରେ ଏକ ଦେଶୀ ” ତେଣ୍ଡା” କରି ସେ ଉକ୍ତ ବାଲି, ସିମେଣ୍ଟ , ଚିପ୍ସ ଓ ପାଣି କୁ ଛାତ ଉପରକୁ ନେଉଥିବା ସାମାଜିକ ଗଣମାଧ୍ୟମରେ ଭାଇରଲ ହେଉଛି।ଏହି କାମରେ ଛାତ ଉପରେ ରହି ନିଜ ପରିବାର ର ଜଣେ ସଦସ୍ୟ ତାଙ୍କୁ ସାହାଯ୍ୟ କରୁଛନ୍ତି।ଏହାଦ୍ୱାରା ତାଙ୍କ ଅନେକ ଟଙ୍କା ଖର୍ଚ ରୁ ବଂଚି ଯାଇଛି।ତେବେ ତାଙ୍କ ଏହି ଅଭିନବ ବୁଦ୍ଧି କୌଶଳ କୁ ଅନେକ ଲୋକ ଭୁୟସୀ ପ୍ରଶଂସା କରିଛନ୍ତି।

ଏଠାରେ ଭିଡିଓ ଦେଖନ୍ତୁ 

Related Post

ରିଷ୍ଟଖଣ୍ଡନ ପାଇଁ ଛୁଆମାନକୁ କୁକୁର ସହିତ ବାହାଘର

Posted by - February 25, 2020 5,284
ଅମୟୁରଭଞ୍ଜ:( ସୀତାରାମ ଦୀକ୍ଷିତ)ଅନେକ ବାହାଘର ଦେଖିଥିବେ ଆଉ ଭୋଜିଭାତ ଖାଇବି ଥିବେ । ଆଜି ଆପଣଙ୍କୁ ଏମିତି ଏକ ବାହାଘରକୁ ନେଇଯିବୁ ଯାହା ଆପଣ ଦେଖିଲେ ଆଶ୍ଚର୍ଯ୍ୟ…

ଛାତରେ ତୁଳସୀ ଗଛ ଲଗାଇବାର ସୁପରିଣାମ ଜାଣନ୍ତି କି?

Posted by - March 11, 2021 0
ଆଜିକାଲି ଖୁବ୍‍ କମ୍‍ ଜାଗାରେ ଘର କରିବାକୁ ପଡ଼ୁଥିବାବେଳେ ତୁଳସୀ ଚଉଁରା କରିବା ପାଇଁ ଉପଯୁକ୍ତ ସ୍ଥାନ ଚୟନ ହୋଇପାରୁ ନାହିଁ। ତେବେ ଅନେକଙ୍କ ଘରର ବାଲକୋନୀରେ…

ଗଛରୁ ମିଳିଲା ‘ଚଢେଇ’ ଆକୃତିର ଆମ୍ବ

Posted by - June 19, 2021 0
ବୌଦ୍ଧ:(ଚିତ୍ତ ରଞ୍ଜନ ସିଁ ) ଅନେକ ଫଳମୂଳ,ପନିପରିବା ବେଳେ ଭିନ୍ନ ଭିନ୍ନ ପ୍ରଜାତିର ଅବିକଳ ନକଲ ପରି ଦେଖା ଦେଇଥାନ୍ତି । ଯାହାକୁ ନେଇ ଦେଖେଣାହାରୀଙ୍କ ମଧ୍ୟରେ…

ବଞ୍ଚିଥିବା ରୋଗୀଙ୍କୁ ଡାକ୍ତରଙ୍କ ମୃତ ଘୋଷଣା ପରେ ବ୍ୟବଚ୍ଛେଦ ପୂର୍ବରୁ ରୋଗୀ ହେଲେ ଜୀବିତ

Posted by - March 19, 2019 55
ଭଦ୍ରକ:ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଜଣେ ଡାକ୍ତର ରୋଗୀଙ୍କ ପାଇଁ ଯମ ପାଲଟି ଯାଇଛନ୍ତି। ବଞ୍ଚିଥିବା ରୋଗୀଙ୍କୁ ଡାକ୍ତରଙ୍କ ମୃତ ଘୋଷଣା ପରେ ବ୍ୟବଚ୍ଛେଦ ପୂର୍ବରୁ ରୋଗୀ…

ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନେଇ ବିଜେପିରେ ବିବାଦ,ଅପରାଜିତା ଓ ଧର୍ମେନ୍ଦ୍ର ଙ୍କ ଶୀତଳ ଯୁଦ୍ଧ ଆରମ୍ଭ

Posted by - December 11, 2018 1,364
ଭୁବନେଶ୍ବର: ବିଜେପିରେ କିଏ ହେବ ମୁଖ୍ୟମନ୍ତ୍ରୀ। ଅପରାଜିତା ଷଡଙ୍ଗୀ ନା ଧର୍ମେନ୍ଦ୍ର ପ୍ରଧାନ। ଅପରାଜିତା ଭାରତୀୟ ଜନତା  ପାର୍ଟି ରେ ଯୋଗ ଦେବା ପରେ ତାଙ୍କ ଫେସବୁକ…