Breaking News
2:05 pmତେଲ ରେଟ କମିବାରୁ କମିଲା ବସ ଭଡା ,ସାଧାରଣ ବସରେ କିଲୋମିଟର ପିଛା ୩ ପଇସା ହ୍ରାସ, 2:04 pmପାରାଦୀପ ରେ ଫାଟିଲା IOCL ତେଲ ପାଇପ ,ଘଟଣା ସ୍ଥଳ ରେ ପହଞ୍ଚିଲେ IOCL ଅଗ୍ନିଶମ ବାହିନୀ, ପ୍ରଚୁର ମାତ୍ର ରେ ତେଲ ବହି ପାଣି ରେ ମିଶୁଚି 1:58 pmଭୁବନେଶ୍ବର: ରାଜ୍ୟସଭା ଉପନିର୍ବାଚନ ଲାଗି ବିଧାନସଭା ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି, ଆଜିଠାରୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ 10:45 pmଭୁବନେଶ୍ୱର: ଜମିଜମା ବିବାଦକୁ ନେଇ ପୁରୁଣା ଭୁବନେଶ୍ୱର ରଥରୋଡରେ ପୁଲିସ ଉପସ୍ଥିତିରେ ବଡ଼ଭାଇକୁ ହାଣିଲା ସାନଭାଇ। ଖଣ୍ଡା ଆକ୍ରମଣରେ ବଡ଼ଭାଇ ଗୁରୁତର। ହସ୍ପିଟାଲରେ ଭର୍ତ୍ତି। 10:44 pmଭୁବନେଶ୍ବର: ବରିଷ୍ଠ ଅଭିନେତା ବିରାଜ ଦାସଙ୍କ ପରଲୋକ। ୬୩ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କଲେ ବିରାଜ ଦାସ। କଟକର ଏକ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।

ମାନବିକତାର ଜ୍ୱଳନ୍ତ ଉଦାହରଣ,ମୁମୂର୍ଷୁ ଅବସ୍ଥାରେ ଅଚିହ୍ନା ବୃଦ୍ଧଙ୍କୁ ଉଦ୍ଧାର କଲେ ସମାଜସେବୀ ସୁଜନ ନାଏକ

177 0

କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ସମୟର ଅପରାହ୍ନରେ ଏକ ଅପରିଚିତ ଅସହାୟ ବୃଦ୍ଧ। ଦିର୍ଘଦିନ ଧରି ଭିକ୍ଷା ମାଗି ପେଟ ପେଷୁଥିବା ଜୈନିକ ବୃଦ୍ଧ ପକ୍ଷାଘାତ ରୋଗ ଆକ୍ରାନ୍ତ ହୋଇ ଏକ ଗାତରେ ପଡିଯାଇ ଥିବା ଠିକଣାହିନ ଅସହାୟ ବୃଦ୍ଧକୁ ଉଦ୍ଧାର କଲେ ଯୁବ ସମାଜସେବୀ।ମାନବିକତାର ପରିଚୟ ଦେଇ ବୃଦ୍ଧଙ୍କ ସେବାରେ ଲାଗିପଡିଲେ ଯୁବ ସମାଜସେବୀ।କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅଧିନସ୍ଥ ଡୁମେରପଦର ଗ୍ରାମରେ ଶୁକ୍ରବାର ବିଜୁ ଛାତ୍ର ନେତା ସୁଜନ ନାଏକ ଏବଂ କୁନାଲ ନାଏକଙ୍କ ସମେତ ସ୍ଥାନୀୟ କିଛି ଯୁବ ସମାଜସେବୀ ଏକ ଅପରିଚିତ ଅସହାୟ ବୃଦ୍ଧଙ୍କୁ ମୁମୂର୍ଷ ଅବସ୍ଥାରେ ଏକ ଗାତରୁ ଉଦ୍ଧାର କରି ସେବା କରିବା ଭଳି ମହତ କାର୍ଯ୍ୟ ଅଞ୍ଚଳରେ ପ୍ରଶଂସାର ଚର୍ଚ୍ଚା ହେଉଛି।

ଏହି ଅସହାୟ ବୃଦ୍ଧଙ୍କୁ ଉଦ୍ଧାର କରି ପ୍ରଥମେ ତାକୁ ଗୋଧୋଇ ପରିଷ୍କାର କରି ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରି ପ୍ରାଥମିକ ଚିକିତ୍ସା କରାଇଥିଲେ।ବୃଦ୍ଧ ଜଣକ ଦୀର୍ଘ କିଛିଦିନ ହେବ ଭୋକିଲା ଅବସ୍ଥାରେ ରହିଥିବା ଏବଂ ଅପରପକ୍ଷରେ ତାର ଏକ ଅଙ୍ଗ ପକ୍ଷାଘାତ ଆକ୍ରାନ୍ତ ଥିବା ଜାଣି ତାକୁ ଉତ୍ତମ ଚିକିତ୍ସା ପାଇଁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଇଥିଲେ।ଯୁବ ସମାଜସେବୀ ସୁଜନ ନାଏକ ଏ ସଂକ୍ରାନ୍ତରେ ବ୍ଲକ ପ୍ରଶାସନ ଓ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ଅବଗତ କରିଥିଲେ। ସୂଚନା ପାଇ ଥୁଆମୂଳ ରାମପୁର ବ୍ଲକ ପ୍ରଶାସନ ପକ୍ଷରୁ ବିଡିଓ ସୁଭକାନ୍ତ ନାଏକ, ଜିପିଇଓ ଜ୍ଞାନ ରଞ୍ଜନ ଭୋଇ,ଡବ୍ଲ୍ୟୁ ଇଓ ଗଙ୍ଗାଧର ବେହେରା ଏବଂ ବ୍ଲକ ଯୋଗାଣ ଅଧିକାରୀ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପହଞ୍ଚି ବୃଦ୍ଧ ଜଣକର ସ୍ବାସ୍ଥ୍ୟବସ୍ଥା ବୁଝି ବୃଦ୍ଧ ଜଣକର ଆଶ୍ରୟ ପାଇଁ କିଭଳି ଥଇଥାନର ବ୍ୟବସ୍ଥା ହୋଇପାରିବ ସେଥିପ୍ରତି ଜିଲ୍ଲା ପ୍ରଶାସନ ସହିତ ଯୋଗାଯୋଗ କରିଥିଲେ।

ଯୁବ ସମାଜସେବୀ ସୁଜନ ନାଏକ ବୃଦ୍ଧଙ୍କ ସେବାରେ ନିଜ ମାନବିକତା ପୂର୍ବକ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରୂ ଭବାନୀପାଟଣା ମୁଖ୍ୟ ଡାକ୍ତରଖାନାକୁ ନେଇ ସେଠାରେ ଚିକିତ୍ସା କରାଇଥିଲେ।ବୃଦ୍ଧଙ୍କ ସ୍ବାସ୍ଥ୍ୟବସ୍ଥା ଠିକ୍ ହେଲାପରେ ଜିଲ୍ଲା ଓ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଏହି ବିଭାଗର କର୍ମଚାରୀ ଅରୁଣ ମହାପାତ୍ରଙ୍କ ଉପସ୍ଥିତିରେ ବୃଦ୍ଧଙ୍କୁ ଧର୍ମଗଡ ଯଶୋଦା ଅନାଥାଶ୍ରମରେ ଛାଡିଛନ୍ତି।ଏଥିରେ ଖୁସି ଚେରିଟେବୁଲ ଟ୍ରଷ୍ଟର ଯଶୋବନ୍ତ ରଣା ଏବଂ ରାଜେଶ ଗଉଡ ସହଯୋଗ କରିଥିଲେ।ଏଠାରେ ସୂଚନାଯୋଗ୍ୟ ଯେ ଆଜିକୁ ଏକ ବର୍ଷ କାଳ ହେଲା ଡୁମେରପଦର ଗାଁରେ ଏହି ଅଜଣା ବୃଦ୍ଧ ରହିଆସୁଥିଲେ।

ବୃଦ୍ଧ ଜଣକର କୌଣସି ପରିଚୟ ନାହିଁ ଘର କେଉଁଠି ସେ କେଉଁ ଭାଷାରେ କଥା ହେଉଛନ୍ତି ତାହା ମଧ୍ୟ ସ୍ଥାନୀୟ ଲୋକେ ବୁଝିପାରୁନଥିବା ଜାଣିବାକୁ ମିଳୁଛି।ଘରଘର ବୁଲି ଭିକ୍ଷାବୃତ୍ତି କରି ନିଜ ଜୀବନ ଅତିବାହିତ କରିଆସୁଥିଲେ।ଖରା ବର୍ଷା ଶୀତ ଓ କାକରରେ, କେବେ ଗଛତଳେ ତ କେବେ ରାସ୍ତା କଡ଼ରେ ତ ପୁଣି କେବେ ଭଂଗା କୁଡିଆରେ ରାତ୍ରି ଯାପନ କରି ଆସୁଥିବା ଜଣାପଡିଛି।ଦିନକୁ ଦିନ ବୃଦ୍ଧଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହୋଇପଡୁଥିବା ବେଳେ ମୃତ୍ୟୁ ସହିତ ସଂଗ୍ରାମ କରିଚାଲିଥିଲେ ଏହି ଅସହାୟ ଠିକଣାହିନ ବୃଦ୍ଧ ଜଣକ।ଯୁବ ସମାଜସେବୀଙ୍କ ଏହି ଅସହାୟ ବୃଦ୍ଧଙ୍କୁ ଏପରି ସେବା ମନୋଭାବ ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିପାରିଛି।

Related Post

ପ୍ରବାସୀ ଓଡ଼ିଆ ଅନୁଷ୍ଠାନ ”ଓସାକା” ହାଇଦ୍ରାବାଦ ଭରଚୁଆଲ ନୂଆଁଖାଇ ଭେଟ୍‌ଘାଟ୍ର

Posted by - October 5, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ୱାଳ)ହାଇଦ୍ରାବାଦ ସ୍ଥିତ ପ୍ରବାସୀ ପଶ୍ଚିମଓଡ଼ିଶା ବାସୀଙ୍କ ଅଗ୍ରଣୀ ଅନୁଷ୍ଠାନ “ଓସାକା” ତରଫରୁ ଏହି ବର୍ଷ ଅକ୍ଟୋବର ୩ ତାରିଖ ସନ୍ଧ୍ୟାରେ ଭରଚୁଏଲ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ…

ଚିନ୍ମୟ ଫାଉଣ୍ଡେସନର କରୋନା ସଚେତନତା ଓ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ

Posted by - October 6, 2021 0
ଯାଜପୁର : ମହାମାରୀ କରୋନାକୁ ପ୍ରତିହତ କରିବାପାଇଁ ନିଜ ଜୀବନକୁ ବାଜି ଲଗାଇ ନିରସ୍ତ୍ର ସୈନିକ ଭାବରେ ଆଜକୁ ୫୬୩ ଦିନ ଧରି ସଂଗ୍ରାମ କରିଆସୁଅଛି ଯାଜପୁର…

ହର୍ଡ ଇମ୍ୟୁନିଟି ବା ଗୋଷ୍ଠୀ ରୋଗ ପ୍ରତିରୋଧକ ବ୍ୟବସ୍ଥା କଣ ?ଆମେ କେତେ ପ୍ରସ୍ତୁତ। ଜାଣନ୍ତୁ

Posted by - May 25, 2020 0
ଭୁବନେଶ୍ବର: କରୋନା ସଂକ୍ରମଣ ସାରା ବିଶ୍ୱରେ ଆତଙ୍କ ଖେଳିଥିବା ବେଳେ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ଏହାକୁ କାର୍ଯ୍ୟକାରୀ କରିବା ପାଇଁ ସରକାରୀ…

ବିନିକା ବଜରଙ୍ଗ ଦଳ ତରଫରୁ ସ୍ଥାନୀୟ ଟାଉନହଲ ଠାରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର

Posted by - November 2, 2021 0
ସୋନପୁର:(ଅଜିତ୍ କୁମାର ପୁଝାରୀ) ହୃତତ୍ମା ଦିବସ ଅବସରରେ ରାମ ଜନ୍ନଭୂମି ମନ୍ଦିର ନିର୍ମାଣ ପାଇଁ ବଳିଦାନ ଦେଇଥିବା କର ସେବକ ମାନଙ୍କ ଆତ୍ମାର ସଦଗତି ଓ ତାଙ୍କୁ…

ଯାଜପୁର ବ୍ଲକରେ କାର୍ଯ୍ୟକାରୀ ହୋଇଛି ମୋ ଉପକାରୀ ବଗିଚା ଯୋଜନା

Posted by - October 31, 2020 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ବ୍ଲକରେ କାର୍ଯ୍ୟକାରୀ ହୋଇଛି ମୋ ଉପକାରୀ ବଗିଚା ଯୋଜନା । ଜିଲାରେ ଆସିଥିବା ବନ୍ୟା ପରବର୍ତି ଅବସ୍ଥାରେ ଚାଷୀଙ୍କୁ ସହାୟତା…