ଫସର ଫାଟିଲା ମନମୁଣ୍ଡା ଅତ୍ୟାଧୁନିକ ବସଷ୍ଟାଣ୍ଡ ନିର୍ମାଣ,ରାଜନୈତିକ ଇଛା ଶକ୍ତିର ଅଭାବ

259 0

ବୌଦ୍ଧ:(ଚିତ୍ତରଞ୍ଜନ ସିଂ) ବୌଦ୍ଧ ଜିଲ୍ଲା ଲୋକସଂଖ୍ୟା ଦୃଷ୍ଟିରୁ ସବୁଠୁ ବଡ଼ ପଂଚାୟତ ମନମୁଣ୍ଡା ସଦର ମହକୁମା ରେ ପ୍ରସ୍ତାବିତ ଅତ୍ୟାଧୁନିକ ବସ ଷ୍ଟାଣ୍ଡ ନିର୍ମାଣ ଫସର ଫାଟିଯାଇଥିବା ଜାଣିବାକୁ ମିଳିଛି। କଣ୍ଟାମାଲ ବ୍ଲକ ର ମନମୁଣ୍ଡା ହିଁ ଏକମାତ୍ର ସହର ଯାହାଦେଇ ଜାତୀୟ ରାଜପଥ ୫୭ ଯାଇଛି ଓ ଏଠାରେ ରେଲୱେ ଷ୍ଟେସନ ମଧ୍ୟ ହେବାର ସ୍ଥିରୀକୃତ ହୋଇଛି।ଜିଲ୍ଲାର ଉପାନ୍ତ ଓ ସୋନପୁର ସହର ଠାରୁ ମାତ୍ର ୮୬୪ ମିଟର ଦୂରରେ ଥିବା ମନମୁଣ୍ଡା ଦେଇ ପଶ୍ଚିମ ଓଡିଶା ରୁ ପୂର୍ବ ଓ ଦକ୍ଷିଣ ଓଡିଶା କୁ ଯିବା ପାଇଁ ପ୍ରଥମ ତଥା ପ୍ରମୁଖ ରାସ୍ତା ଭାବେ ବିବେଚିତ।

ବୌଦ୍ଧ ବ୍ଲକ ର ଶଗଡା, ଗୁନ୍ଦୁଲିଆ, ଓ କଣ୍ଟାମାଲ ବ୍ଲକ ର ୨୪ ଟି ପଞ୍ଚାୟତବାସିନ୍ଦା ମନମୁଣ୍ଡା କୁ ଆସି ବିଭିନ୍ନ ସହର ଓ ଦୂର ଦୁରାନ୍ତ କୁ ବସ ରେ ଯାଇଥାନ୍ତି ଏବଂ ସେହିପରି ଦୂର ଦୁରାନ୍ତ ରୁ ଆସି ଏଠାରେ ଓହ୍ଲାଇ ନିଜ ଘରକୁ ଯାଇଥାନ୍ତି।୧୯୭୩ ମସିହାରୁ ମନମୁଣ୍ଡା ତେଲନଦୀ ରେ ସେତୁ ନିର୍ମାଣ ପରଠାରୁ ମନମୁଣ୍ଡା ଦେଇ ପୂର୍ବ ଓ ଦକ୍ଷିଣ ଓଡିଶା ସମେତ ଅନେକ ଅଂଚଳ କୁ ବହୁ ଦ୍ରୁତଗାମୀ ବସ ଯିବା ଆସିବା କରୁଥିବାବେଳେ ଶତାଧିକ ପାସେଞ୍ଜର ବସ ଓ ଅସଂଖ୍ୟ ଭାରି ଏବଂ ଛୋଟ ଯାନବାହନ ଏହି ରାସ୍ତା ଦେଇ ଯିବା ଆସିବା କରୁଛି।ମନମୁଣ୍ଡା ଏକ ପୁରାତନ ଐତିହାସିକ ସହର ତଥା ଏକ ପ୍ରମୁଖ ବାଣିଜ୍ୟ କେନ୍ଦ୍ର।ଅଦ୍ୟାବଧି ଏଠାରେ ଏକ ବସ ଷ୍ଟାଣ୍ଡ ଟିଏ ହୋଇ ନ ଥିବାରୁ ବସ ରାସ୍ତା ଉପରେ ଯାତ୍ରୀ ମାନଙ୍କୁ ଛାଡି ଚାଲିଯାଉଛି।

ଯାତ୍ରୀମାନେ କେଉଁଠି ବସ କୁ ଅପେକ୍ଷା କରିବେ ଜାଣି ନ ପାରି ବହୁତ ହଇରାଣ ହେଉଛନ୍ତି।ବସ ଷ୍ଟାଣ୍ଡ ନ ଥିବାରୁ ଯାତ୍ରୀମାନେ ଖରା ଓ ବର୍ଷା ସମୟରେ ଖୋଲା ଆକାଶ ତଳେ ନିଜ ନିଜ ଜିନିଷ ରଖି ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି।ଯାତ୍ରୀମାନେ ବିଶେଷ କରି ମହିଳାମାନେ ପରିଶ୍ରା ଓ ଝାଡା ଯିବାରେ ମଧ୍ୟ ଅସୁବିଧା ପାଉଛନ୍ତି।ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଙ୍କ ନିର୍ଦେଶମତେ ଏଠାରେ ଏକ ଅତ୍ୟାଧୁନିକ ବସ ଷ୍ଟାଣ୍ଡ ନିର୍ମାଣ ପାଇଁ ଓଡିଶା ରାଜ୍ୟ ସଡକ ଓ ପରିବହନ ବିଭାଗ ଅଧିକରିଗଣ କିଛିମାସ ତଳେ ଜାଗା ଚିହ୍ନଟ ପାଇଁ ଆସିଥିଲେ। ପୂର୍ବତନ ତହସିଲଦାର ଅର୍ଜୁନ ପ୍ରଧାନ ଏବଂ ମନମୁଣ୍ଡା ଆର ଆଇ ସୁରେନ୍ଦ୍ର କୁମାର ସାହୁ ମନମୁଣ୍ଡା ବାଇପାସ ଯୋଗିପଦର ଛକରେ ୪.୧୩ ଏକର ଜାଗା ଚିହ୍ନଟ ଦେଇଥିଲେ।

ଗତ ଡିସେମ୍ବର ୧୦ତାରିଖରେ ପୂର୍ବତନ ତହସିଲଦାର ଏବଂ ବର୍ତମାନ ର ବି ଡି ଓ କଳାକୃଷ୍ଣ ପ୍ରଧାନ ପ୍ରସ୍ତାବିତ ବସ ଷ୍ଟାଣ୍ଡ କୁ ତାର ବାଡ ମଧ୍ୟ ଘେରି ଆବଦ୍ଧ କରିଦେଇଥିଲେ। କିନ୍ତୁ ଆଶ୍ଚର୍ଯ୍ୟର କଥା ଜି ଏମ (ଏ), ଓ ଏସ ଆର ଟି ସି, ଭୁବନେଶ୍ୱର ଓଡ଼ିଶାରେ ନୂତନ ୧୧ ଟି ଅତ୍ୟାଧୁନିକ ବସ ଷ୍ଟାଣ୍ଡ ନିର୍ମାଣ ପାଇଁ ଟେଣ୍ଡର ନିଲାମ ନୋଟିସ୧୧୧/ଜି ଏମ/୨୮/ଓ ଏସ ଆର ଟି ସି/୨୦୨୧-୨୨ ରେ ମନମୁଣ୍ଡା ର ନାମ ନାହିଁ। ବୌଦ୍ଧ ଜିଲ୍ଲାରୁ କେବଳ କଣ୍ଟାମାଲ ରେ ଏକ ବସ ଷ୍ଟାଣ୍ଡ ୨  କୋଟି ୯୯  ଲକ୍ଷ୍ ୭୮  ହଜାର ୬୧୯  ଟଙ୍କା ବ୍ୟୟ ଅଟକଳରେ ହେବ ବୋଲି ଉକ୍ତ ଟେଣ୍ଡର ନୋଟିସ ରୁ ଜାଣିବାକୁ ମିଳିଛି।

ସ୍ଥାନୀୟ ବିଧାୟକ ମହିଧର ରଣା ଏହି ବିଷୟରେ ମନମୁଣ୍ଡା ପ୍ରତି ଆନ୍ତରିକତା ଦେଖାଇ ନ ଥିବା ଏବଂ ଅଣଦେଖା କରିଥିବା ଆଲୋଚନା ହେଉଛି। ବସ ଷ୍ଟାଣ୍ଡ କଥା କୁ ବିଚାର କଲେ ବୌଦ୍ଧ ଜିଲ୍ଲା ସଦରମହାକୁମା ବ୍ୟତୀତ ମନମୁଣ୍ଡା ଏଥିପାଇଁ ପ୍ରଥମ ହକଦାର ରହିଥିଲା। କିନ୍ତୁ ବି ଜେ ଡି ସରକାର ତଥା ସ୍ଥାନୀୟ ବି ଜେ ଡି ନେତାମାନେ ଏଥିପ୍ରତି ଆଗ୍ରହ ପ୍ରକାଶ କରି ନ ଥିବାରୁ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ଓ ଅସନ୍ତୋଷ ପ୍ରକାଶ ପାଇଛି।ମନମୁଣ୍ଡା ରେ ଏକ ବସ ଷ୍ଟାଣ୍ଡ ପାଇଁ ସରକାର ତୁରନ୍ତ ଟେଣ୍ଡର ନିଲାମ ନୋଟିସ ନ କଲେ ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ କରାଯିବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

Related Post

ଓଡ଼ିଶାରେ କାଳବୈଶାଖୀ ସମ୍ଭାବନା ନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲ୍ଲୋ ୱାଅର୍ଣିଂ ଜାରି

Posted by - April 19, 2022 0
କଳାହାଣ୍ଡି :(କଳାହାଣ୍ଡି ରୁ ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଭୁବନେଶ୍ୱର:- ଓଡ଼ିଶାର ବିଭିନ୍ନ ଜିଲ୍ଲାରେ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି ତାପମାତ୍ରା।ଅସହ୍ୟ ତାତିରେ ଜଳୁଛି…

ଆଉ ନାହାନ୍ତି ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ,ଝୁରୁଛି ନୀଳଗିରି ମାଟି

Posted by - June 19, 2021 0
ନୀଳଗିରି:(ସୌମ୍ୟା ସାଇ ବାରିକ)ପରଲୋକରେ ଆଇପିଏସ୍ ତଥା ଭିଜିଲାନ୍ସ ନିର୍ଦ୍ଦେଶକ ଡକ୍ଟର ଦେବାଶିଷ ପାଣିଗ୍ରାହୀ । କରୋନାରେ ଆକ୍ରାନ୍ତ ହୋଇ, କୋଲକାତାରେ ତାଙ୍କ ଇକମୋ ଚିକିତ୍ସା ଚାଲିଥିବା ବେଳେ,…

ଆବାସ ଘର ଅସମ୍ପୂର୍ଣ୍ଣ ,ପର ଘରେ ଦିନ କାଟୁଛନ୍ତି ହିତାଧିକାରୀ

Posted by - September 6, 2021 0
ବୌଦ୍ଧ(ଚିତ୍ତରଞ୍ଜନ ସିଂହ),୪/୯;ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ମିଳିତ ସହଯୋଗରେ ଚାଲିଛି ଗ୍ରାମୀଣ ଆବାସ ଯୋଜନା।ଏହି ଯୋଜନାର ଲକ୍ଷ୍ୟ ଜଣେ ଗରିବ ହିତାଧିକାରୀ ଙ୍କ ମୁଣ୍ଡ ଉପରେ…

ଟଙ୍ଗଜୋର ରୁ ପାନୀୟ ଜଳ ଯୋଗାଣ ଠେମରା ଯମତରା ୫ୱାଡା ଗାଁକୁ ଅପହଞ୍ଚ

Posted by - November 3, 2021 0
ବଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦାର)ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଠେମରା ପଞ୍ଚାୟ।ତର ଦୁଇ ଖଣ୍ଡଗାଁ ଠେମରା ଜାମତରା -୫ୱାଡ଼ ପାଇଁ ଦୀର୍ଘ ୧୫ ବର୍ଷ ହେଲା।ଗାଁନିକଟରେ ବହି ଯାଇଥିବା…

ଯାଜପୁର ଜିଲାପାଳ ଅପିଂସ ସମ୍ମୁଖରେ ବିକ୍ଷୋଭ ଓ ପ୍ରତିବାଦ କରିଛି ବିଶ୍ୱ ହିନ୍ଦୁ ପରିଷଦ 

Posted by - October 28, 2021 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ ) ବାଙ୍ଗଲାଦେଶରେ ହିନ୍ଦୁ ମାନଙ୍କ ଉପରେ ହେଉଥିବା ଅତ୍ୟାଚାର ପ୍ରତିବାଦରେ ଆଜି ଯାଜପୁର ଜିଲାପାଳ ଅପିଂସ ସମ୍ମୁଖରେ ବିକ୍ଷୋଭ ଓ ପ୍ରତିବାଦ କରିଛି ବିଶ୍ୱ ହିନ୍ଦୁ ପରିଷଦ । ବାଙ୍ଗଲାଦେଶରେ ହିନ୍ଦୁ ମାନଙ୍କ ଉପରେ କ୍ରମାଗତ ଭାବେ ଆକ୍ରମଣ ସହିତ ସେମାନଙ୍କ ଧର୍ମାନୁଷ୍ଠାନ ଗୁଡିକୁ ମଧ୍ୟ ଭଂଗାରୁଜୁା କରାଯାଇଛି । ଏହି ହିଂସାକାଣ୍ଡରେ ଅନେକ ହିନ୍ଦୁ ମାନଙ୍କର ମଧ୍ୟ ମୃତ୍ୟୁ ଘଟିଛି । ଏହାର ପ୍ରତିବାଦ କରିବା ସହିତ ୪ ଦପାଂ ସମ୍ବଳିତ ଏକ ଦାବୀ ପତ୍ର ରାଷ୍ଟ୍ରପତିଙ୍କ ଉଦ୍ଧେଶ୍ୟରେ ପ୍ରଦାନ କରାଯାଇଛି । ତୁରନ୍ତ ହିନ୍ଦୁ ମାନଙ୍କୁ ସୁରକ୍ଷା ଦେବା ସହିତ କ୍ଷତିପୁରଣ ପ୍ରଦାନ କରିବାକୁ ଦାବୀ ହୋଇଛି । ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ଦାବୀ ହୋଇଛି ।