ପୁଣି ଖରଭୁଇଁ ରେ ରାସ୍ତା ରୋକ, ସାତଦିନ ମଧ୍ୟରେ ଅସମୀକୁ ଗିରଫ ନ କଲେ ,ଏସପି ଅଫିସରେ ଧାରଣା

276 0

ବୌଦ୍ଧ:(ଚିତ୍ତରଞ୍ଜନ ସିଂ)ଖରଭୂଇଁ ଗ୍ରାମରେ ଜମିଜମା ମକଦ୍ଦମାକୁ ନେଇ ଗତ ୨୪ମାର୍ଚ୍ଚ ଅପରାହ୍ନରେ ୫୪ ବର୍ଷିୟ ବିଷ୍ଣୁ ରଣାଙ୍କୁ ଟାଙ୍ଗିଆରେ ହାଣି ଗୁରୁତର କରିଥିଲେ ବିସୁଦ୍ଧା ଆଜିପର୍ଯ୍ୟନ୍ତ ଆସାମୀକୁ ପୁଲିସ ଗିରଫ କରିବାରେ ଅସଫଳ ହୋଇଛି । ଏନେଇ ଗତ ୨୬ ମାର୍ଚ୍ଚ ଦିନ ଖରଭୂଇଁ ଠାରେ ରାଜ୍ୟ ରାଜପଥ ଗ୍ରାମବାସୀଙ୍କ ପକ୍ଷରୁ ଅବରୋଧ କରାଯାଇଥିଲା । ମାତ୍ର ଉଭୟ ହରଭଙ୍ଗା ଆଇଆଇସି ଓ ପୁରୁଣା କଟକ ଆଇଆଇସି ୦୭ଦିନ ମଧ୍ୟରେ ଆସାମୀକୁ ଗିରଫର ନିର୍ଭର ପ୍ରତିଶୁତି ଦେଲାପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ।

ମାତ୍ର ଇତିମଧ୍ୟରେ ୦୮ଦିନ ଅତିକ୍ରାନ୍ତ ହୋଇଯାଇଥିଲେ ସୁଦ୍ଧା ଆଜିପର୍ଯ୍ୟନ୍ତ ଗିରଫ କରିବାରେ ପୁଲିସ ବିଫଳ ହୋଇଛି । ଏହାର ପ୍ରତିବାଦରେ ଆଜି ପୁନଶ୍ଚ ସକାଳ ୦୫ଟାରୁ ଖରଭୂଇଁ ଠାରେ ରାଜ୍ୟ ରାଜପଥ ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଅବକାଶ ସାହୁଙ୍କ ନେତୃତ୍ବରେ ରାଜପଥ ଅବରୋଧ କରାଯାଇଥିଲା । ପୁନଶ୍ଚ ଉଭୟ ଥାନାଧିକାରୀ ପହଞ୍ଚି ଲୋକଙ୍କୁ ବୁଝାସୁଝା ପରେ ୦୭ଦିନ ମଧ୍ୟରେ ଆସାମୀକୁ ଗିରଫ ନକଲେ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯିବ ବୋଲି ନିଷ୍ପତ୍ତି ସହ ଆନ୍ଦୋଳନକୁ ସ୍ଥଗିତ ରଖାଗଲା ।

ଏହି ଆନ୍ଦୋଳନରେ ଅନ୍ୟମାନଙ୍କ ମଧ୍ୟରେ ହୃଦାନନ୍ଦ ଦେହୁରୀ ଅକ୍ଷୟ ନାଏକ ମଳୟ ପ୍ରଧାନ ରଞ୍ଜନ ବଗର୍ତ୍ତି ମୁଖ ଷାଣ୍ଡ ଅଜିତ ପୃଷ୍ଟି ତିଳୋତ୍ତମା କହଁର ସୁନୀତା ପ୍ରଧାନ ଗୀତା ଦେହୁରୀ କୁନାଷାଣ୍ଡ ଭୋଳା ରଣା ପ୍ରମୁଖ ନେତୃତ୍ବ ନେଇଥିଲେ ।

Related Post

ପୁରୀ ବାଇପାସ୍‌ ରାସ୍ତା ଆଲୋକିରଣ ବ୍ୟବସ୍ଥା ଲୋକାର୍ପିତ

Posted by - February 3, 2021 0
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ଭୁବନେଶ୍ବରର ଟଙ୍କପାଣି ରୋଡସ୍ଥିତ ସାଇମନ୍ଦିର ଛକ ଠାରେ କଟକ-ପୁରୀ ବାଇପାସ୍‌ ରୋଡରେ ଏଲ୍‌ଇଡି ଷ୍ଟ୍ରିଟଲାଇଟ ଆଲୋକୀକରଣ ବ୍ୟବସ୍ଥାକୁ ଲୋକାର୍ପିତ…

ଶେଷ ହେଲା ତୈଳାଭିଷେକ ଓ ହଳଦୀ ମଖା ପର୍ବ

Posted by - June 5, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ସମ୍ବଲପୁର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା କ୍ରମରେ ଆଜି ରାତିରେ ଅନୁଷ୍ଠିତ ହେବ ଦେବଦେବ ମହାଦେବ ଓ ଦେବୀ ପାର୍ବତୀଙ୍କ ବିବାହ । ସମ୍ବଲପୁରର ସମସ୍ତ ପଡାର…

ଉଦଯାପିତ ହୋଇଯାଇଛି ଆଦିବାସୀ ନୃତ୍ୟ , ସଂଗୀତର ଉତ୍ସବ “ଡଙ୍ଗର ମହୋତ୍ସବ” ୨୦୨୨

Posted by - March 31, 2022 0
ସୋନପୁର:(ଅଜିତ କୁମାର ପୂଜାରୀ )ଉଦଯାପିତ ହୋଇଯାଇଛି ଆଦିବାସୀ ନୃତ୍ୟ , ସଂଗୀତର ଉତ୍ସବ “ଡଙ୍ଗର ମହୋତ୍ସବ” ୨୦୨୨ ।ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା…

ହରିବଂଶ ନାରାୟଣ ସିଂଙ୍କୁ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ବିଜେଡି ସମର୍ଥନ କରିବ

Posted by - September 18, 2020 0
ଭୁବନେଶ୍ବର:ଜେଡିୟୁ ପ୍ରାର୍ଥୀ ହରିବଂଶ ନାରାୟଣ ସିଂଙ୍କୁ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ବିଜେଡି ସମର୍ଥନ କରିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଘୋଷଣା କରିଛନ୍ତି ।ଏନେଇ ନୀତୀଶ…