ଯାଜପୁର;(ଆନନ୍ଦ ଚନ୍ଦ୍ର ସାହୁ)ବିଂଝାରପୁର ଥାନା ଗୁଣ୍ଡୁରିପଡା ଗାଁ ରେ ବଧୁ ହତ୍ୟା ଅଭିଯୋଗ।ଶାଶୁ ଘର ଲୋକେ ହତ୍ୟାକରିଥିବା ବାପ ଘର ପକ୍ଷରୁ ଅଭିଯୋଗ। ମୃତକ ହେଲେ ଦିଗମ୍ବର ଦଳେଇଙ୍କ ସ୍ତ୍ରୀ ଗୀତାରାଣି।ଗୀତାରାଣୀ ଙ୍କ ବେକରେ ଗଭୀର କ୍ଷତ ଚିହ୍ନ ରହିଥିବାରୁ ତାଙ୍କୁ ଗଳାକାଟି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।
ପୋଲିସ ପହଂଚି ଘଟଣା ର ତଦନ୍ତ ଆରମ୍ଭ କରିଛି।ବର୍ତ୍ତମାନ ସୁଦ୍ଧା ହତ୍ୟାକାଣ୍ଡ ର ପ୍ରକୃତ କାରଣ ଜଣାପଡିନାହିଁ। ସାଇଣ୍ଟିଫିକ ଟିମର ଆସିବା ପରେ ତଦନ୍ତ ଆଗକୁ ବଢିବ ବୋଲି ଯାଜପୁର ଏସ୍ଡଡିପିଓ ସୂଚନା ଦେଇଛନ୍ତି।