Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

ପ୍ରାକୃତିକ ବିପର୍ଯ୍ୟୟ ସୂଚନା ଦେବ ‘ସତର୍କ’ ଆପ୍‌: ବ୍ଲକ, ପଞ୍ଚାୟତରେ ଲାଗିବ ପାଣିପାଗ ଓ ବୃଷ୍ଟିମାପକ ଯନ୍ତ୍ର

7823 22

ଭୁବନେଶ୍ୱର, ୧୮।୭(ବ୍ୟୁରୋ): ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ଚିର ସହଚର ହୋଇ ରହିଛି। କେତେବେଳେ ବନ୍ୟା ତ କେତେବେଳେ ବାତ୍ୟା, ମରୁଡ଼ି, ବଜ୍ରପାତ, ଅଂଶୁଘାତ ଭଳି ବିପତ୍ତି ରାଜ୍ୟବାସୀଙ୍କୁ ଅସ୍ତବ୍ୟସ୍ତ କରୁଛି। ପ୍ରାକ୍‌ ସୂଚନା ଅଭାବରୁ ଅନେକ ଧନ ଜୀବନ ନଷ୍ଟ ହେଉଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୂର୍ବ ସତର୍କତା ସୂଚନା ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି। ପ୍ରଥମ ପର୍ଯ୍ୟାୟରେ ଜାତୀୟ ବାତ୍ୟା ପ୍ରଶମନ ପ୍ରକଳ୍ପ ଅଧୀନରେ ୬ଟି ଉପକୂଳବର୍ତ୍ତୀ ଜିଲା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତ୍‌ସିଂପୁର, ପୁରୀ ଓ ଗଞ୍ଜାମ ଜିଲାରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି। ଅନ୍ୟ ସମସ୍ତ ଜିଲାରେ ପ୍ରାକ୍‌ ସୂଚନା ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଲାଗି ରାଜ୍ୟ ସରକାର ୨୦୧୯-୨୦ ବଜେଟରେ ୧୦ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ଏଥିସହିତ ବାତ୍ୟାର ପ୍ରାକ୍‌ ସୂଚନା ପାଇଁ ପାରାଦୀପ ଓ ଗୋପାଳପୁରରେ ଡଫ୍ଲାର ରାଡାର ସ୍ଥାପନ କରାଯାଇଥିବା ବେଳେ ସମ୍ବଲପୁର ଏବଂ ବାଲେଶ୍ୱରରେ ପରେ ସ୍ଥାପନ କରାଯିବ। ଗୁରୁବାର ବିଧାନସଭା ପ୍ରଶ୍ନୋତ୍ତର ବେଳେ ଏହି ସୂଚନା ଦେଇଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି।
ବିଜେଡି ସଭ୍ୟ ଅଶ୍ୱିନୀ କୁମାର ପାତ୍ର ମୂଳପ୍ରଶ୍ନରେ କହିଥିଲେ ଯେ, ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କରିବାକୁ ସରକାର କି ପ୍ରକାର ବୈଜ୍ଞାନିକ ପଦ୍ଧତି ଅବଲମ୍ବନ କରୁଛନ୍ତି। ମନ୍ତ୍ରୀ କହିଥିଲେ ଯେ, ବାତ୍ୟା ଫନୀ ପୂର୍ବରୁ ପ୍ରଭାବିତ ହେବାକୁ ଥିବା ଅଞ୍ଚଳର ୧ କୋଟି ୮୦ ଲକ୍ଷ ଲୋକଙ୍କୁ ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ପ୍ରାକ୍‌ ସୂଚନା ଦିଆଯାଇଥିଲା। ଏଥିସହିତ ଆଲଟ୍‌ ସାଇରନ୍‌ ଟାଓ୍ବାର ଜରିଆରେ ମଧ୍ୟ ବାତ୍ୟା ସମ୍ବନ୍ଧୀୟ ସୂଚନା ଲୋକଙ୍କ ନିକଟରେ ପହଞ୍ଚାଯାଇଥିଲା। ବଜ୍ରପାତ ଯୋଗୁ ରାଜ୍ୟରେ ବହୁ ଅମୂଲ୍ୟ ଜୀବନ ଚାଲିଯାଉଛି। ଏଥିରୁ ଲୋକଙ୍କୁ ସୁରକ୍ଷା ଦେବା ସକାଶେ ବଲାଙ୍ଗୀର, କେନ୍ଦୁଝର, ବ୍ରହ୍ମପୁର, ଜୟପୁର, ରାଉରକେଲା ଏବଂ ପାଣିକୋଇଲି ଆଦି ୬ଟି ସ୍ଥାନରେ ଲାଇଟିନିଂ ଡେଟେକ୍ସନ୍‌ ସେଣ୍ଟର ଲଗାଯାଇଛି। ୩୦ରୁ ୪୦ ମିନିଟ ପୂର୍ବରୁ ବଜ୍ରପାତ ସମ୍ପର୍କରେ ସୂଚନା ଦିଆଯାଉଛି। ଏହାଛଡ଼ା ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ଦ୍ୱାରା ଜନସାଧାରଣଙ୍କୁ ବିପର୍ଯ୍ୟୟ ସମ୍ପର୍କରେ ପ୍ରାକ୍‌ ସୂଚନା ଦେବା ଲାଗି ‘ସତର୍କ’ ନାମରେ ଏକ ମୋବାଇଲ ଆପ୍‌ ପ୍ରସ୍ତୁତ କରାଯାଇଛି। ଏହି ଆପ୍‌ ଜରିଆରେ ବନ୍ୟା, ବାତ୍ୟା, ଗ୍ରୀଷ୍ମପ୍ରବାହ, ବଜ୍ରପାତ, ମରୁଡ଼ି, ସୁନାମି, ସଡ଼କ ଦୁର୍ଘଟଣା ଭଳି ବିପର୍ଯ୍ୟୟର ପ୍ରାକ୍‌ ସୂଚନା ମିଳିପାରିବ। ଏତଦ୍‌ବ୍ୟତୀତ ପ୍ରତ୍ୟେକ ବ୍ଲକରେ ସ୍ବୟଂଚାଳିତ ପାଣିପାଗ ମାପକ ଯନ୍ତ୍ର ଏବଂ ପ୍ରତ୍ୟେକ ପଞ୍ଚାୟତରେ ସ୍ବୟଂଚାଳିତ ବୃଷ୍ଟିମାପକ ଯନ୍ତ୍ର ସ୍ଥାପନ କରାଯିବାର ବ୍ୟବସ୍ଥା ରହିଛି। ଏହା ଦ୍ୱାରା ପ୍ରତ୍ୟେକ ଅଞ୍ଚଳର ତାପମାତ୍ରା, ବାୟୁର ଚାପ ଓ ଆର୍ଦ୍ରତା, ପବନର ଦିଗ ଓ ବେଗ, ସୂର୍ଯ୍ୟ ତାପର ପରିମାଣ, ଉତ୍ତାପ, ବୃଷ୍ଟିର ପରିମାଣ ଇତ୍ୟାଦି ପ୍ରତି ଘଣ୍ଟାରେ ମିଳିପାରିବ। ଏହିସବୁ ତଥ୍ୟକୁ ବୈଜ୍ଞାନିକ ପଦ୍ଧତିରେ ବିଶ୍ଳେଷଣ କରାଯିବ। ଚାଷୀମାନଙ୍କୁ ଯୋଗାଇ ଦିଆଯାଉଥିବା ବିଭିନ୍ନ କୃଷିବୀମା ଆଦି କ୍ଷେତ୍ରରେ ଏହା ବିଶେଷ ଭାବେ ସହାୟକ ହେବ। ଏଥିସହିତ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ କାର୍ଯ୍ୟାଳୟରେ ଏକ ଜିଓଗ୍ରାଫିକ୍‌ ଇନ୍‌ଫର୍ମେଶନ ସିଷ୍ଟମ ସ୍ଥାପନ କରାଯାଇଛି। ଏହାକୁ ବ୍ୟବହାର କରି ବାତ୍ୟା ଗତିପଥର ନିରୂପଣ କରାଯାଇ ପାରିବ। ଏହା ଦ୍ୱାରା ବନ୍ୟା ପରିଚାଳନା ମଧ୍ୟ କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି। ବିଜେଡି ସଭ୍ୟ ପ୍ରଫୁଲ୍ଲ ସାମଲ, ନୃସିଂହ ଚରଣ ସାହୁ, ଅନନ୍ତ ଦାସ, ମୁକେଶ ପାଲ, ରଘୁନାଥ ଗମାଙ୍ଗ ଏବଂ ଭାଜପା ସଭ୍ୟ ବିଷ୍ଣୁଚରଣ ସେଠୀ ପ୍ରମୁଖ ଅତିରିକ୍ତ ପ୍ରଶ୍ନରେ ବାତ୍ୟାର ଗତି ଓ ବେଗ ବଦଳାଇବା ପାଇଁ ରାଜ୍ୟ ସରକାର କିଛି ଆଧୁନିକ ଜ୍ଞାନକୌଶଳ ଆପଣାଇଛନ୍ତି କି? ଧାମରାରେ ଏକ ଡଫ୍‌ଲା ରାଡର ସ୍ଥାପନ କରିବା, ବାତ୍ୟା ଆଶ୍ରୟସ୍ଥଳୀଗୁଡିକର ଦୂରତ୍ୱ ୧୦ କିମି ବ୍ୟବଧ୍ୟାନକୁ ହଟାଇବା ଓ ବଜ୍ରପାତ ସମ୍ପର୍କରେ ପୂର୍ବ ସୂଚନା ଦେବା ପାଇଁ ବ୍ୟବସ୍ଥା କରିବାକୁ କ’ଣ ପଦକ୍ଷେପ ନିଆଯାଇଛି। ମନ୍ତ୍ରୀ ଉତ୍ତରରେ କହିଛନ୍ତି ଯେ, ଅନ୍ୟ ଦେଶର ଆଧୁନିକ ଜ୍ଞାନକୌଶଳ ବ୍ୟବହାର କରି ଲୋକମାନଙ୍କୁ ବନ୍ୟା ବାତ୍ୟାରୁ ରକ୍ଷା କରିବା ସକାଶେ ବ୍ୟବସ୍ଥା କରାଯାଉଛି।

Related Post

ଭିଜିଲାନ୍ସ ଜାଲରେ କୋଟି ପତି ଲାଇଭ୍‌ ଷ୍ଟକ୍‌ ଇନ୍‌ସପେକ୍ଟର ଜଗନ୍ନାଥ ରାଉତ,ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ଼

Posted by - May 5, 2022 0
ଭୁବନେଶ୍ୱର:(ପାୟଲ ରାଉତ )ଭୁବନେଶ୍ୱର ନିକଟବର୍ତ୍ତୀ ରଘୁନାଥପୁର ରୟାଲ ଲାଗୁନ , ଜଗନ୍ନାଥ ରାଉତ ଙ୍କ ବାସ ଭବନ ରେ ଭିଜିଲାନ୍ସ ଚଢ଼ାଉ କରିଛି।  ଭୁବନେଶ୍ବର ଉପକଣ୍ଠ ରଘୁନାଥ…

ପୁରୀରେ ପାକିସ୍ତାନୀ ଭକ୍ତ,ଶ୍ରୀମନ୍ଦିର ଦର୍ଶନ କଲେ

Posted by - January 5, 2020 31
ପୁରୀ ୦୪।୦୧ – ଭାରତ ଓ ପାକିସ୍ଥାନ ମଧ୍ୟରେ ରହିଛି ତିକ୍ତତା। ସୀମାରେ ଉଭୟ ଦେଶର ସେନା ମଧ୍ୟରେ ଚାଲିଛି ଛକାପଞ୍ଝା। ଏହି ସମୟରେ ପାକିସ୍ତାନରୁ ଆସିଥିବା…

୮୫୩୭୭୭ ଜଣ ପ୍ରବାସୀ ଙ୍କୁ ଆଣିବା ପାଇଁ ପୂର୍ବ ତଟ ରେଳବାଇ କୁ ଭଡା ବାବଦରେ ୯ କୋଟି ଟଙ୍କା

Posted by - October 1, 2020 0
ଭୁବନେଶ୍ୱର : ଭାରତ ବର୍ଷରେ କରୋନା ମହାମାରୀ ଯୋଗୁଁ ମାର୍ଚ୍ଚ ୨୩ ରୁ ଲକ୍ ଡାଉନ୍ ଆରମ୍ଭ ହୋଇଥିଲା । ସେହି ସମୟରେ ଦେଶର ବିଭିନ୍ନ ପ୍ରାନ୍ତରୁ ୮…

ବିଦେଶୀ ପାଣ୍ଠିର ଅପବ୍ୟବହାର, ଓଡିଶାର ଦୁଇ ସ୍ଵେଚ୍ଛାସେବୀ ଅନୁଷ୍ଠାନ କଳା ତାଲିକାଭୁକ୍ତ

Posted by - April 30, 2022 0
ଭୁବନେଶ୍ବର :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ସ୍ଵେଚ୍ଛାସେବୀ ଅନୁଷ୍ଠାନ ନାଁ ରେ ବିଦେଶୀ ଅନୁଦାନ ଆଣି ଅପବ୍ୟବହାର ଅଭିଯୋଗରେ ଓଡିଶାର ଦୁଇ ସ୍ଵେଚ୍ଛାସେବୀ ସଂସ୍ଥା…

କଂଗ୍ରେସ ଦଳ ପକ୍ଷରୁ ଆଜି ବିନିକା ବନ୍ଦ

Posted by - June 25, 2021 0
ସୋନପୁର:( ଅଜିତ କୁମାର ପୁଝାରୀ)ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ବିନିକା ସହରକୁ ସକାଳ ୭ ଟାରୁ ସଂନ୍ଧ୍ୟା 6ଟା ପର୍ଯ୍ୟନ୍ତ ବନ୍ଦ କରାଯାଇଛି I ସୁବର୍ଣ୍ଣପୁର ଜିଲ୍ଲାରେ ରବି…

There are 22 comments

Leave a comment

Your email address will not be published.