ବାରୁଣୀ ସ୍ନାନ ଉପଲକ୍ଷେ ଶ୍ରଦ୍ଧାଳୁ ଙ୍କ ପାଇଁ ସାମାଜିକ ସଂଗଠନର ମାଗଣା ଦହି ସର୍ବତ ବିତରଣ

274 0

ବାଲେଶ୍ଵର:ବାଲେଶ୍ୱର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ କଷାଫଳ ସାରଙ୍ଗ ଶ୍ରୀକ୍ଷେତ୍ର ବେଳାଭୂମି ରେ ଆଜି ବାରୁଣୀ ସ୍ନାନ ଯାତ୍ରା ଅନୁଷ୍ଠିତ ହୋଇଯାଉଛି l ଏହି ସ୍ନାନ ଯାତ୍ରାରେ ପ୍ରାୟତଃ ଲକ୍ଷାଧିକ ଭକ୍ତ ଆସି ସାଗରରେ ବୁଡ଼ ପକାଇଛନ୍ତି l ଟାଣ ଖରା ସହିତ ବିଶାଳ ଜନ ସମୁଦ୍ର ରେ ସାଧାରଣ ଭକ୍ତ ବହୁ କଷ୍ଟ ଅନୁଭବ କରୁଥିଲେ ବି ନିଜ ପର୍ବ ପର୍ବାଣୀ କୁ ଆନନ୍ଦରେ ସହକାରେ ପାଳନ କରୁଥୁବାରୁ ବହୁ ଭକ୍ତ ଖୁସି ମଧ୍ୟ ଥିଲେ l

ଭକ୍ତ ମାନଙ୍କୁ ଟାଣ ଖରାରୁ ଉପଶମ ଦେବା ପାଇଁ ସାମାଜିକ ସଂଗଠନ ମେ ଆଇ ହେଲ୍ପ ୟୁ ମୋ ପରିବାର, ବାଲିଆପାଳ ଶାଖା ତରଫରୁ ଏହି ବେଳାଭୂମି ରେ ଦହି ସର୍ବତ, ଜଳ ଜିରା ପାଣି ଓ ପାଣି ର ବ୍ୟବସ୍ଥା ମାଗଣାରେ କରାଯାଇଥିଲା l କଷାଫଳ ପଞ୍ଚାୟତର ସରପଞ୍ଚ ପ୍ରତିନିଧି ତଥା ସମାଜ ସେବୀ ମୁକୁନ୍ଦ ଆଦିକ ଏବଂ ମେ ଆଇ ହେଲ୍ପ ୟୁ ମୋ ପରିବାର, ବାଲିଆପାଳ ଶାଖାର କାର୍ଯ୍ୟନିର୍ବାହୀ ସଭାପତି ରାଜକିଶୋର ପାତ୍ରଙ୍କ ତତ୍ୱାବଧାନରେ ଜଳ ଛତ୍ର ଷ୍ଟଲ ଖୋଲାଯାଇ ଭକ୍ତ ମାନଙ୍କୁ ପାନୀୟ ସାମଗ୍ରୀ ପ୍ରଦାନ କରାଯାଇଥିଲା l

ଏହି କାର୍ଯ୍ୟକ୍ରମରେ ସଂଗଠନ ର ଉପସଭାପତି ଆଶିଷ ପଣ୍ଡା, କୋଷାଧକ୍ଷ ଜୟନ୍ତ ହଟେଇ, ସଦସ୍ୟ ମିଥୁନ, ନନ୍ଦକିଶୋର, ଅରୁପ, ଜ୍ୟୋତିରଞ୍ଜନ, ରାଜେନ୍ଦ୍ର ପ୍ରମୁଖ ସହଯୋଗ କରିଥିଲେ l ସଂଗଠନ କର୍ମକର୍ତ୍ତା ଙ୍କ ଏପରି ନିସ୍ଵାର୍ଥପର ସେବା କାର୍ଯ୍ୟ କୁ ବହୁ ଭକ୍ତ ଏବଂ ସ୍ଥାନୀୟ ଜନସାଧାରଣ ପ୍ରସଂଶା ମଧ୍ୟ କରିଛନ୍ତି l

Related Post

ଗୀତାଜାଗରଣ ପରିଷଦ ପକ୍ଷରୁ ବଡ ଧୁମଧାମରେ ବୋଇତ ବନ୍ଦାଣ ଉତ୍ସବ ପାଳିତ

Posted by - December 1, 2020 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ପବିତ୍ର କାର୍ତିକ ପୂର୍ଣ୍ଣିମା ଅବସରରେ ପ୍ରତିବର୍ଷ ଯାଜପୁରରେ ଗୀତାଜାଗରଣ ପରିଷଦ ପକ୍ଷରୁ ବଡ ଧୁମଧାମରେ ବୋଇତ ବନ୍ଦାଣ ଉତ୍ସବ ପାଳିତ ହୋଇଥାଏ…

ଡିଏଭି ମହାବିଦ୍ୟାଳୟ ପରିସରରୁ ବିନା ଅନୁମତିରେ ଶାଗୁଆନ ଗଛ କଟା ଘଟଣା,ବନ ବିଭାଗ ଅଧିକାରୀ ଆସି କଲେ ଅନୁଧ୍ୟାନ

Posted by - May 6, 2022 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଟିଟିଲାଗଡ ଡିଏଭି ମହାବିଦ୍ୟାଳୟ ପରିସରରେ ନିର୍ମାଣ ହେବ ଟାଉନ ହଲ, ଟାଉନ ହଲ ପାଖରେ ବୋଏଜ ହଷ୍ଟେଲ ଏବଂ କମର୍ସ ବ୍ଲକରେ ନିର୍ମାଣ ହେବ…

ଶ୍ରୀମନ୍ଦିର ଭିତରେ ହେବ ଅକ୍ଷୟ ତୃତୀୟା ଓ ଚନ୍ଦନ ଯାତ୍ରା,ରଥଯାତ୍ରା ଆୟୋଜନର ନିଷ୍ପତ୍ତି ଏବେ ନୁହେଁ

Posted by - April 24, 2020 0
ପୁରୀ :(ସମୀର ରଞ୍ଜନ ନାୟକ )କୋଭିଡ୍ ୧୯ ମହାମାରୀ ମୁକାବିଲା ଲାଗି  ସରକାରଙ୍କ ପକ୍ଷରୁ ଜାରି ନିୟମକୁ ପାଳନ କରାଯାଇ  ଅକ୍ଷୟ ତୃତୀୟା ନୀତିବିଧି ମନ୍ଦିର ବାହାରେ…

ପାର୍ବତ୍ଯାଞ୍ଚଳ ର ବିକାଶରେ ବାଧକ ନାଗାବଳୀ ନଦୀ,ମୌଳିକ ସୁବିଧାରୁ ବଞ୍ଚିତ ଦୁର୍ଗମ ଅଞ୍ଚଳ ବାସୀ

Posted by - March 31, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଭାରତ ବର୍ଷର ସହରୀ ମଣିଷ ଦୁଆର ମୁହଁରେ ଉଡାଜାହାଜ ଯାତ୍ରା କରୁଥିବା ବେଳେ ସ୍ଵାଧୀନତାର ଦୀର୍ଘ ଦଶନ୍ଧି ପରେ ମଧ୍ଯ…

ବାତ୍ୟା ମୁକାବିଲା ନେଇ ପ୍ରସ୍ତୁତି ଚଲାଇଛି ଓଡିଆରଏଏଫ୍ ଟିମ୍

Posted by - May 24, 2021 0
ବାଲେଶ୍ୱର: ଭୀଷଣ ବାତ୍ୟାର ରୂପ ନେଇ ମାଡିଆସୁଛି “ୟଶ ” । ବର୍ତ୍ତମାନ ଏହାର ପ୍ରସ୍ତୁତିରେ ଲାଗିପଡିଛନ୍ତି ରାଜ୍ୟ ସରକାର । ଏହି ପରିପ୍ରେକ୍ଷୀରେ ବାଲେଶ୍ୱରରେ ବାତ୍ୟା…