ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଦେଶବ୍ୟାପୀ ଦୁଇ ଦିନିଆ ଧର୍ମଘଟକୁ ଓହ୍ଲାଇଥିବା ମିଳିତ କେନ୍ଦ୍ରୀୟ ଟ୍ରେଡ୍ ୟୁନିଅନର ଡାକରା ରେ ସାମିଲ ହୋଇଛି ଜୀବନ ବୀମା ତୃତୀୟ ଶ୍ରେଣୀ କର୍ମଚାରୀ ସଂଘ। ଦେଶ ବ୍ୟାପି ଆନ୍ଦୋଳନକୁ ଓହ୍ଲାଇଥିବା ଏହି ମିଳିତ ଟ୍ରେଡ଼ୟୁନିଅନର ଧର୍ମଘଟ ଯୋଗୁଁ କାଲି ଓ ଆଜି ଟିଟିଲାଗଡ ସହରର ସରକାରୀ ଓ ବେସରକାରୀ ବ୍ୟାଙ୍କ ,ଜୀବନ ବୀମା କାର୍ଯ୍ୟାଳୟ ସମ୍ପୂର୍ଣ ରୂପେ ବନ୍ଦ ରହିଥିଲା।
ଜୀବନବୀମା କର୍ମଚାରୀ ମାନେ କାର୍ଯ୍ୟାଳୟର ମୁଖ୍ୟ ଫାଟକ ସମ୍ମୁଖରେ ଧାରଣାରେ ବସିବା ସହ କେନ୍ଦ୍ର ସରକାରଙ୍କ ମାରଣ ନୀତି ବିରୁଦ୍ଧରେ ବିଭିନ୍ନ ସ୍ଲୋଗାନ ଦେଇଥିଲେ। ଏଲଆଇସିରୁ ସରକାରୀ ପୁଞ୍ଜି ପ୍ରତ୍ୟାହାର ଓ ଆଇପିଓ ବିକ୍ରି ,ବୀମା ଶିଳ୍ପରେ ବିଦେଶୀ ପୁଞ୍ଜି ନିବେଶ, ନ୍ୟାସନାଲ ପେନସନ ସ୍ଖିମ୍ ଲାଗୁ ,ଜିଆଇସିର ଘରୋଇକରଣ ,ଶିଳ୍ପ ସମୂହର ବିକ୍ରି ଆଦିକୁ ବିରୋଧ କରି କର୍ମଚାରୀ ସଂଗଠନ ଏହି ଆନ୍ଦୋଳନରେ ଯୋଗଦେଇଥିବା ନେଇ ଟିଟିଲାଗଡ ତୃତୀୟ ଶ୍ରେଣୀ ବୀମା କର୍ମଚାରୀ ସଂଗଠନର ସମ୍ପାଦକ ନବଘନ ତାଣ୍ଡି ସୂଚନା ଦେଇଥିଲେ।
ବେଳେ ଶାଖା କର୍ମଚାରୀ ସଞ୍ଜୀବ ବାଗ,ରାଧା ରମଣ ସାହୁ,ଖାରବେଳ ପାଢ଼ୀ, ମଧୁବନ ଛତ୍ରୀୟା ପ୍ରମୁଖ ଙ୍କ ସହ ଅସ୍ଥାୟୀ କର୍ମଚାରୀ କୃପା ମାଝୀ,ବିକି ମାଝୀ,ବିପିନ ସାହୁ ଉପସ୍ଥିତ ଥିଲେ।ମାର୍ଚ୍ଚ ମାସର ଏହି ଆନ୍ଦୋଳନ ଯୋଗୁଁ ଏବଂ କାର୍ଯ୍ୟାଳୟ ବନ୍ଦ ରହିବା ଯୋଗୁଁ ନୂତନ ବ୍ୟବସାୟ ତଥା ଗ୍ରାହକଙ୍କ ଉପରେ ଏହାର ପ୍ରଭାବ ପଡିଥିବା ନେଇ ସୂଚନା ମିଳିଛି।