ଗୁଳିମାଡ଼ରେ ଚାଲିଗଲା ଜଣେ ସମିତିସଭ୍ୟ ସ୍ୱାମୀଙ୍କ ଜୀବନ

119 0

ପାଟଣାଗଡ଼ :(ତାପସ ରଞ୍ଜନ ବେହେରା): ଗୁଳିମାଡ଼ରେ ଚାଲିଗଲା ଜଣେ ସମିତି ସଭ୍ୟଙ୍କ ସ୍ୱାମୀଙ୍କ ଜୀବନ। ଏହି ଦୁଃଖଦ ଘଟଣା  ଘଟିଛି ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଲକ ବାଗଦୋର ଗ୍ରାମପଞ୍ଚାୟତ ବାନମାଳ ଗ୍ରାମରେ ।ମୃତ ବ୍ୟକ୍ତିଙ୍କ ନାଁ ଲୋକନାଥ ବିଶ୍ୱାଳ। ତାଙ୍କ ପତ୍ନୀ ବନିତା ବିଶ୍ୱାଳ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ବେଲପଡ଼ା ବ୍ଲକ ବାଗଡ଼ୋର ପଞ୍ଚାୟତର ସମିତି ସଭ୍ୟ ନିର୍ଦ୍ୟନ୍ଦ ଭାବେ ନିର୍ବାଚିତ ହୋଇଥିଲେ ।

ମିଳିଥିବା ସୂଚନା ଅନୁଯାୟୀ ଲୋକନାଥ ତାଙ୍କ ଗାଁ ବନମାଳ ସ୍ଥିତ ଘରେ ସଂଧ୍ୟା ସମୟରେ ଥିବା ବେଳେ ଦୁଇ ଜଣ ବ୍ୟକ୍ତି ଏକ ବାଇକ୍ ଯୋଗେ ତାଙ୍କୁ ଭେଟିବାକୁ ଆସିଥିଲେ। ତାଙ୍କୁ ଡାକି କଥାବାର୍ତ୍ତା ହେବା ବେଳେ ହଠାତ୍ ସେମାନେ ଲୋକନାଥଙ୍କ ଉପରକୁ ଗୁଳି ଚାଳନା କରିଥିଲେ। ଗୁଳିଟି ତାଙ୍କ ଛାତିରେ ବାଜିଥିଲା। ପରିବାର ସଦସ୍ୟ ତାଙ୍କୁ ସଙ୍ଗେ ସଙ୍ଗେ ବେଲପଡ଼ା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ଏହା ଏକ ରାଜନୀତିକ ହତ୍ୟାକାଣ୍ଡ ନା ଆଉ କିଛି କାରଣ ରହିଛି, ତାହା ଜଣାପଡ଼ି ନାହି ।ସୂଚନାଯୋଗ୍ୟ, ନିକଟରେ ସମାପ୍ତ ହୋଇଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଲୋକନାଥଙ୍କ ପତ୍ନୀ ନିର୍ଦ୍ୱନ୍ଦ୍ୱରେ ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ। କୁହାଯାଉଛି, ଏହା ପଛରେ ଲୋକନାଥଙ୍କ ହିଁ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏମିତିକି ତାଙ୍କ ଉଦ୍ୟମରେ ଉକ୍ତ ପଞ୍ଚାୟତରେ ସରପଞ୍ଚ ବି ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବା କୁହାଯାଉଛି।ପୁଲିସ୍ ଏହି ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି। ତେବେ ପୁଲିସ୍ ପକ୍ଷରୁ ଏନେଇ କିଛି ପ୍ରତିକ୍ରିୟା ଦିଆଯାଇ ନାହିଁ।

Related Post

ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯୟ ମୁକାବିଲା ଓ ପରିଚାଳନା କମିଟି ବୈଠକ

Posted by - April 26, 2022 0
ନବରଙ୍ଗପୁର:(ବେଣୁଗୋପାଳ ରାଓ)ଆଜି ନବରଙ୍ଗପୁର ଜିଲ୍ଲା ପ୍ରଶାସନ ତରଫରୁ ଆୟୋଜିତ ବୈଠକ ରେ ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ…

ଛତିଆ ବଜାରରେ ପରିମଳ ବ୍ୟବସ୍ଥା ସୁଧୁରୁନି ,ମୁଖ୍ୟ ଡ୍ରେନ୍ ଜାମ୍ ଉଝୁଳୁଛି ଜଳ

Posted by - June 15, 2021 0
ଛତିଆ (ପ୍ରମୋଦ ନାୟକ) : ଛତିଆ ବଜାରରେ ପରିମଳ ବ୍ୟବସ୍ଥା ସୁଧୁରୁନି । ଡ୍ରେନ୍ ଠାରୁ ଆରମ୍ଭ କରି ଜଳ ନିଷ୍କାସନ ଆଦି ଫେଲ ମାରିଛି ।…

କଳାହାଣ୍ଡି ରେ ହେବ ରାଜ୍ୟସ୍ତରୀୟ ସାମ୍ବାଦିକ କର୍ମଶାଳା ,ଏଇ ଓଡ଼ିଶା ପକ୍ଷରୁ ପ୍ରସ୍ତୁତି ଆରମ୍ଭ

Posted by - April 29, 2022 0
ଭୁବନେଶ୍ବର: (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ଆଗାମୀ ଜୁନ ମାସରେ କଳାହାଣ୍ଡି ଜିଲ୍ଲାରେ “ଏଇ ଓଡିଶା” ଏଲ୍ ଏନ୍ ଟି ଭି ସମ୍ବାଦ ସରବରାହ…

୪ ହଜାର ପ୍ୟାକେଟ କାଢ଼ା ବଂଟନ

Posted by - November 23, 2020 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ସାରା ବିଶ୍ୱରେ କୋରୋନା ମହାମାରିକୁ ନେଇ ଏବେବି ଆତଙ୍କ ଦେଖାଦେଇଛି । କୋରୋନା ନିୟନ୍ତ୍ରଣ ପାଇଁ ଟିକା ନ ବାହାରିବା ପର୍ଯ୍ୟନ୍ତ…

ସ୍ତ୍ରୀକୁ ଅନ୍ୟତ୍ର ବାହା କରାଇଲା ସ୍ବାମୀ, ସ୍ଵାମୀ ଥାନାରେ ଅଟକ

Posted by - November 13, 2022 0
ନର୍ଲା : (ଅମିୟ କୁମାର ଦାସ) କଳାହାଣ୍ଡି ଜିଲା ନର୍ଲା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମାନାକୁ ଆସିଛି। ଜଣେ ସ୍ୱାମୀ ନିଜ ସ୍ତ୍ରୀକୁ ଅନ୍ୟ…