କନକ ଗଡର ୨୫ ବର୍ଷ ଶାସନରେ ସରୋଜ ରାଜ ପୋଛି ନେଲେ ଅଧ୍ୟକ୍ଷା ସମେତ ୧୪ କାଉନସିଲର ୧ ସ୍ବାଧିନ ହାତରେ

421 0

ପାଟଣାଗଡ଼:(ତାପସ ରଞ୍ଜନ ବେହେରା) ପାଟଣାଗଡ଼ରେ ପୌର ନିର୍ବାଚନ ପାଇଁ ଶନିବାର ଦିନ ମତଗଣନା କଡ଼ା ସୁରକ୍ଷା ବ୍ୟବସ୍ଥା ରେ ଆରମ୍ଭ ହୋଇଯାଇଛି । ଏନଏସିର ୧୫ଟି ୱାର୍ଡ ପାଇଁ ସମୁଦାୟ ୧୭ ହଜାର ୭୨୩ ଜଣ ଭୋଟର ଥିବାବେଳେ ୧୧ ହଜାର ୭୧୧ ଜଣ ଭୋଟ ଦେଇଥିଲେ । ଆଜି ସକାଳୁ ଭୋଟ ଗଣତି ପାଇ ଇଭିଏମକୁ କଡ଼ା ସୁରକ୍ଷା ମଧ୍ୟରେ ମତଗଣନା କେନ୍ଦ୍ରକୁ ଅଣାଯାଇଥିଲା ।

୧୫ଟି ୱାର୍ଡରୁ ୧୪ଟି ୱାର୍ଡରେ ବିଜେଡି କାଉନସିଲର ବିଜୟୀ ହୋଇଥିବାବେଳେ ୧୩ନଂ ୱାର୍ଡରେ ସ୍ୱାଧିନ ପ୍ରାର୍ଥୀ ରୁନୁ କୁମ୍ଭାର ବିଜୟୀ ହୋଇଥିବା ସରକାରୀ ସୂତ୍ରରୁ ଜଣା ପଡ଼ିଛି । ଫଳରେ ଦୀର୍ଘ ୨୫ ବର୍ଷ ପରେ ବିଜେଡି ପାଟଣାଗଡ଼ ଏନଏସି ଦଖଲ କରିବାରେ ସଫଳ ହୋଇଛି ।ସେହିପରି ବିଜେଡିର ଅଧ୍ୟକ୍ଷ ପ୍ରାର୍ଥିନୀ ମାନସୀ ବିଶ୍ୱାଳ ତାଙ୍କ ନିକଟତର ବିଜେପି ପ୍ରାର୍ଥୀ ବୁଡୁ ଶବରଙ୍କ ଠାରୁ ଅଧିକ ଭୋଟ ପାଇ ବିଜୟୀ ହୋଇଛନ୍ତି

। ବିଜେଡି ପ୍ରାର୍ଥୀ ମାନସୀ ବିଶ୍ୱାଳ ୬,୬୩୭ ଭୋଟ ପାଇଥିବାବେଳେ ବିଜେପି ପ୍ରାର୍ଥୀ ବୁଡୁ ଶବର ୩,୫୭୧ ଭୋଟ ପାଇଛନ୍ତି । ଅନ୍ୟପଟେ କଂଗେସ ପ୍ରାର୍ଥୀ ନୀଳମଣୀ ଭୋଇ ୧୦୭୦ ଭୋଟ, ସ୍ୱାଧୀନ ପ୍ରାର୍ଥୀ ମାନ ମୁଣ୍ଡା ୩୨୯ ଓ ନୋଟାରେ ୧୭୨ ଭୋଟ ପଡ଼ିଛି । ପାଟଣାଗଡ଼ ଏନଏସିରେ ବିପୁଳ ପରିମାଣରେ ବିଜେଡିକୁ ସମର୍ଥନ କରି ଏନଏସି ଅଧ୍ୟକ୍ଷା ପ୍ରାର୍ଥୀ ଓ ୧୪ଟି କାଉନସିଲରକୁ ବିଜୟୀ କରିଥିବାରୁ ବିଧାୟକ ସରୋଜ କୁମାର ମେହେର ପାଟଣାଗଡ଼ ଜନସାଧାରଣଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Related Post

ଭତା ପାଇବାରୁ ବଞ୍ଚିତ ଗୋକୁଳ

Posted by - August 14, 2023 0
ହରଭଙ୍ଗା:(ଚିତ୍ତରଞ୍ଜନ ସିଂହ) ବୟସ ୬୫  ବର୍ଷ ହୋଇଥିଲେ ମଧ୍ୟ ବାର୍ଦ୍ଧକ୍ୟ ଭତା ରୁ ବଞ୍ଚିତ ଗୋକୁଳ। ଏ ଭଳି ଏକ ଚିତ୍ର ସାମ୍ନା କୁ ଆସିଛି। ସୂଚନା…

ସୁବର୍ଣ୍ଣପୁର ରେ ଓକିଲଙ୍କ ସତ୍ୟାଗ୍ରହ

Posted by - December 12, 2022 0
ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ମାନ୍ୟବର ଉଚ୍ଚ ନ୍ୟାୟାଳୟ ଆନ୍ଦୋଳନକାରୀ ଓକିଲଙ୍କ ଲାଇସେନ୍ସ ରଦ୍ଦ ଆଦେଶକୁ ବିରୋଧ କରି ସୁବର୍ଣ୍ଣପୁର ଜିଲ୍ଲା ଓକିଲ ସଂଘ ସତ୍ୟାଗ୍ରହ ଆନ୍ଦୋଳନ ଆରମ୍ଭ କରିଛି…

ଆଶୀର୍ବାଦ ଯୋଜନାରେ ଆର୍ଥିକ ସହାୟତା ପ୍ରଦାନ

Posted by - August 15, 2021 0
ସୋନପୁର:( ଅଜିତ କୁମାର ପୁଝାରୀ)  ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠ ରେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଦ୍ୱାରା ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରେ ଜିଲ୍ଲପାଳ ଶ୍ରୀମତୀ ଅଵୋଲୀ…

ଆଇନ ସଚେତନତା ଶିବିର

Posted by - June 23, 2023 0
ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ଆଜି ଜ଼ିଲ୍ଲା ଆଇନ ସେବା ପ୍ରାଧିକରଣ ସୁବର୍ଣ୍ଣପୁର ର ଅଧ୍ୟକ୍ଷ ତଥା ଜ଼ିଲ୍ଲା ଜଜ ଶ୍ରୀ ରଶ୍ମି ମୋହନ ଆଚାର୍ଯ୍ୟ ଙ୍କ ନିର୍ଦେଶ କ୍ରମେ…

ସାବଧାନ! ବଜାରରେ ମିଳୁଛି ପ୍ଲାଷ୍ଟିକ୍ ଅଟା !ଅଟା ନୁହେଁ, ପ୍ଲାଷ୍ଟିକ ଗୁଣ୍ଡ

Posted by - September 27, 2019 130
ଭଦ୍ରକ: ବଜାରରେ ପ୍ଲାଷ୍ଟିକ୍‌ ଅଣ୍ଡା, ପ୍ଲାଷ୍ଚିକ୍‌ ଚାଉଳ ପରେ ଏବେ ପ୍ଲାଷ୍ଟିକ୍‌ ଅଟାକୁ ନେଇ ଚର୍ଚ୍ଚା। ଏଭଳି ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲାରୁ।ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ…