ନବରଙ୍ଗପୁର:(ବେଣୁ ଗୋପାଳ ରାଓ )ଆଜି ପୋୖର ନିର୍ବାଚନ ପାଇଁ ନବରଙ୍ଗପୁର ଠାରେ ମତଦାନ ପ୍ରକ୍ରିୟା ସମାପ୍ତ ହୋଇଛି । ନବରଙ୍ଗପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା । ଜିଲ୍ଲାର ନବରଙ୍ଗପୁର ଓ ଉମରକୋଟ ଦୁଇଟି ପୋୖର ପରିଷଦ ପାଇଁ ନିର୍ବାଚନ ହେଇଛି। ନବରଙ୍ଗପୁର ପୋୖର ପରିଷଦ ରେ ୧୭ ଟି ୱାର୍ଡ ପାଇଁ ନିର୍ବାଚନ ହେଇଛି ।
ଏଥିପାଇଁ ୨୯ ଟି ବୁଥ କରାଯାଇଥିଲା । ସେଥିମଧ୍ୟରୁ ୩ ଟି ମହିଳା ବୁଥ ଓ ୩ ଟି ମଡେଲ ବୁଥ ରହିଥିଲା । ୨୯ ଟି ବୁଥ ପାଇଁ ୨୯ ପୋଲିଂ ପାର୍ଟି ସହ ନିର୍ବାଚନ ପାଇଁ ୧୮୦ ଜଣ ସରକାରୀ କର୍ମଚାରୀ ଓ ପୋଲିସ କର୍ମଚାରୀ ନିୟୋଜିତ ହୋଇଥିଲେ ।
ଏହାସହ ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଥିଲା । ନବରଙ୍ଗପୁର ପୌରପାଳିକା ରେ ୨୪୭୮୫ ଜଣ ଭୋଟର । ସେଥିମଧ୍ୟରୁ ୧୧୮୯୧ ପୁରୁଷ ଭୋଟର ଓ ୧୨୮୮୮ ଜଣ ମହିଳା ଭୋଟର ଥିବା ବେଳେ ୬ ଜଣ ତୃତୀୟ ଲିଙ୍ଗୀ ଭୋଟର ରହିଛନ୍ତି । ନିର୍ବାଚନ କୁ ଶାନ୍ତି ଶୃଙ୍ଖଳା ରେ ସମାପନ କରାଯାଇଥିଲା ।