ଭୁବନେଶ୍ୱର, ୧୨।୭:ଇଟାଲିର ନାପୋଲିଠାରେ ଚାଲିଥିବା ଓ୍ବାଲର୍ଡ ୟୁନିଭର୍ସିଟି ଗେମ୍ସର ମହିଳା ୨୦୦ ମିଟର ଇଭେଣ୍ଟରେ ସ୍ପ୍ରିଣ୍ଟ କୁଇନ୍ ଓଡ଼ିଶାର ଦୂତୀ ଚାନ୍ଦ ୫ମ ସ୍ଥାନରେ ରହିଛନ୍ତି। ବୁଧବାର ହିଟ୍ରେ ୨୪.୦୮ ଓ ଗୁରୁବାର ସେମିଫାଇନାଲରେ ୨୩.୨୪ ସେକେଣ୍ଡ ସମୟ ନେଇଥିବା ଦୂତୀ ଫାଇନାଲରେ ୨୩.୩୦ ସେକେଣ୍ଡ ସମୟ ନେଇ ପଦକରୁ ଦୂରରେ ରହିଛନ୍ତି। ବେଲାରୁଷର କ୍ରିଷ୍ଟ୍ସ ସିମାନୋସ୍କାୟା ୨୩.୦୦, ଜର୍ମାନୀର ଜେସିକା ବିନାକା ଓ୍ବେସୋଲି ୨୩.୦୫ ଓ ଲିସା କ୍ୱାୟି ୨୩.୧୧ ସେକେଣ୍ଡ ସମୟ ନେଇ ଯଥାକ୍ରମେ ସ୍ବର୍ଣ୍ଣ, ରୌପ୍ୟ ଓ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଲାଟିଭିଆର ଗୁଣ୍ଟା ଭାଇକୁଲି ୨୩.୧୨ ସେକେଣ୍ଡ ନେଇ ଦୂତୀଙ୍କ ଉପରକୁ ୪ର୍ଥ ସ୍ଥାନରେ ରହି ପ୍ରତିଯୋଗିତା ଶେଷ କରିଛନ୍ତି। ପ୍ରକାଶ ଯୋଗ୍ୟ ଯେ, ପ୍ରତିଯୋଗିତାର ୧୦୦ ମିଟରରେ ଦୂତୀ ୧୧.୩୨ ସେକେଣ୍ଡ ସମୟ ନେଇ ପ୍ରଥମ ଭାରତୀୟ ଟ୍ରାକ୍ ଆଣ୍ଡ ଫିଲ୍ଡ ଆଥଲେଟ୍ଭାବେ ସ୍ବର୍ଣ୍ଣ ପଦକ ହାସଲ କରି ଇତିହାସ ରଚିଥିଲେ। କିଟ୍ ବିଶ୍ୱବିଦ୍ୟାଳୟର ଛାତ୍ରୀ ଭାବେ ସେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରି ବଡ଼ ସଫଳତା ପାଇଥିଲେ। ଓଡ଼ିଶାର ଏକମାତ୍ର ପ୍ରତିଯୋଗୀଭାବେ ସେ ଓ୍ବାଲର୍ଡ ୟୁନିଭର୍ସିଟି ଗେମ୍ସରେ ଭାଗ ନେଇଥିଲେ। କିଟ୍ ବିଶ୍ୱବିଦ୍ୟାଳୟର କ୍ରୀଡ଼ା ନିର୍ଦ୍ଦେଶକ ଗଗନେନ୍ଦୁ ଦାଶ ଡେପୁଟି ଚିଫ୍ ଡି’ ମିଶନ, ସହକାରୀ କ୍ରୀଡ଼ା ନିର୍ଦ୍ଦେଶକ ରୁଦ୍ରକେଶ ଜେନା ଅଫିସିଆଲ ଏବଂ ଆଥଲେଟିକ୍ସ ସଞ୍ଜୟ ଗଡ଼ନାୟକ କୋଚ୍ଭାବେ ଇଟାଲି ଯାଇଛନ୍ତି।ଇଟାଲୀର ନାପୋଲିରେ ଚାଲିଥିବା ୩୦ତମ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ଓଡ଼ିଆ ଧାବିକା ଦୂତୀ ଚାନ୍ଦଙ୍କୁ ମିଳିଛି ବଡ଼ ସଫଳତା। ମହିଳା ୧୦୦ ମିଟର ଦୌଡ଼ରେ ସେ ପ୍ରଥମ ସ୍ଥାନ ହାସଲ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଏହି କ୍ରୀଡ଼ାର ଚଳିତ ସଂସ୍କରଣରେ ଏହା ହେଉଛି ଭାରତର ପ୍ରଥମ ସ୍ୱର୍ଣ୍ଣ ପଦକ। ତା’ସହିତ ଏହି ବିଶ୍ୱସ୍ତରୀୟ କ୍ରୀଡ଼ାରେ ୧୦୦ ମିଟର ଦୌଡ଼ରେ ଏହା ହେଉଛି ଭାରତର ପ୍ରଥମ ସ୍ୱର୍ଣ୍ଣ। ବିଶ୍ୱବିଦ୍ୟାଳୟ କ୍ରୀଡ଼ା ଇତିହାସରେ ପୂର୍ବରୁ କୌଣସି ଭାରତୀୟ ୧୦୦ ମିଟର ଫାଇନାଲ୍କୁ ଯୋଗ୍ୟତା ଅର୍ଜନ କରି ନଥିଲେ।

୧୦୦ ମିଟର ଦୌଡ଼ରେ ପ୍ରଥମ,୨୦୦ ମିଟରରେ ଦୂତୀ ୫ମ
Facebook Notice for EU!
You need to login to view and post FB Comments!