ପୃଥକ ପୃଥକ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୨ ଜଣଙ୍କ ର ମୃତ୍ୟୁ

1015 0

ଯାଜପୁରରେ ଅଘଟଣ । ପୃଥକ ପୃଥକ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ବିଂଝାରପୁର ଥାନା ହଳଦୀଢିହ ପଂଚାୟତ ଫଳପୁର ଗାଁରେ ମଟର ଲଗାଇ ପରିବା କ୍ଷେତରେ ପାଣି ଦେଉଥିବା ବେଳେ ବିଦ୍ୟୁତ ସଂଷ୍ପର୍ଶରେ ଆସି ସୂର୍ଯ୍ୟକାନ୍ତ ଗୁରୁଙ୍କ ମୃତ୍ୟୁ ହୋଇଛି । ବିଦ୍ୟୁତ ତାର ସଂସ୍ପର୍ଷରେ ଆସି ସୂର୍ଯ୍ୟକାନ୍ତ ଗୁରୁତର ହୋଇପଡିଥିଲେ । ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ପ୍ରଥମେ ବିଂଝାରପୁର ମେଡିକାଲ ଓ ପରେ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ ।

ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ବିଂଝାରପୁର ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରି ଘଟଣାର ତଦନ୍ତ କରୁଛି । ସେହିପରି କୋରେଇ ଥାନା ବୈତରଣୀରୋଡ ଓଷଳା ଗାଁରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମହିଳାଙ୍କ ମୃତ୍ୟୁ ମଧ୍ୟ ଘଟିଛି । ମୃତକ ହେଲେ ଆରତି ମଲ୍ଲିକ । ସେ ଲୁଗା ଶୁଖାଉଥିବା ବେଳେ ବିଦ୍ୟୁତ୍ ତାର ଲାଗିଯାଇଥିଲା । ତାଙ୍କୁ ପ୍ରଥମେ କୋରେଇ ଡାକ୍ତରଖାନା ଓ ପରେ ଯାଜପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Related Post

ନିଖୋଜ ଯୁବତୀଙ୍କୁ ଉଦ୍ଧାର କଲା ବେଲଗୁଣ୍ଠା ପୋଲିସ୍

Posted by - March 27, 2023 0
ବେଲଗୁଣ୍ଠା:୨୭/୦୩ (ସୁଶାନ୍ତ କୁମାର ବେହେରା )ଆଜି ବେଲଗୁଣ୍ଠା ପୋଲିସ୍ ଜଣେ ନିଖୋଜ ଯୁବତୀଙ୍କୁ ଉଦ୍ଧାର କରି ତାର ପରିବାରକୁ ହସ୍ତାନ୍ତର କରିଥିବା ବେଲଗୁଣ୍ଠା ଥାନା ଅଧିକାରୀ ପ୍ରକାଶ…

ପୁରୀ ଜିଲ୍ଲା ଅସ୍ତରଙ୍ଗରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ଜଣେ ଗିରଫ

Posted by - March 22, 2019 0
ପୁରୀ : ପୁରୀ ଜିଲ୍ଲା ଅସ୍ତରଙ୍ଗରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ଜଣେ ଗିରଫ। ଗତକାଲି ଏକ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧି ନିର୍ବାଚନ ସଂପର୍କିତ ଖବର ସଂଗ୍ରହ କରିବାକୁ…

ପ୍ରଧାନମନ୍ତ୍ରୀ ଅIପ୍ପରେଣ୍ଟିସିପି ମେଳା ୨୦୨୩ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ, ରାୟଗଡା ରେ ଅନୁଷ୍ଠିତ

Posted by - April 10, 2023 0
ମୁନିଗୁଡା:(ରମାକାନ୍ତ ପଡ଼ାଲ)ପ୍ରଧାନମନ୍ତ୍ରୀ ଅIପ୍ପରେଣ୍ଟିସିପି ମେଳା -2023 ଅନୁଷ୍ଠିତ ହୋଇଯାଇଛି l ଏହି ମେଳାରେ 105 ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ ଏବଂ ଜିଲାର ପ୍ରାୟ ୦6…

ଯାଜପୁର ରେ କୋରୋନା ସ୍ଥିତି ସମୀକ୍ଷା କଲେ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ପି କେ ମେହେର୍ଦ୍ଦା

Posted by - April 24, 2020 108
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ରେ କୋରୋନା ସ୍ଥିତି ର ସମୀକ୍ଷା କରିଛନ୍ତି ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ତଥା ରାଜ୍ୟପାଳ ଙ୍କ ସଚିବ ପି କେ ମେହେର୍ଦ୍ଦା। ସେ…

ଖପ୍ରାଖୋଲ ଅଂଚଳରେ ମନ୍ଦିର ମାନଙ୍କରୁ ଚୋରି ରୋକିବାକୁ ବିଜେପି ତରଫରୁ ଥାନା ଆରକ୍ଷୀ ଅଧିକ୍ଷକ ଙ୍କ ଉଦେଶ୍ୟରେ ଦାବିପତ୍ର

Posted by - May 20, 2022 0
ଖପ୍ରାଖୋଲ: ୨୦/୫(ତାପସ ରଞ୍ଜନ ବେହେରା) ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଅଂଚଳରେ କିଛିଦିନ ହେଲା ମନ୍ଦିର ମାନଙ୍କରୁ ଚୋରୀ ହେଉଛି। ଘଟଣା ର ତଦନ୍ତ କରି ଚୋର…

Leave a comment

Your email address will not be published.