ଯାଜପୁର ଜିଲା ରେ ପୂଣ୍ୟାତ୍ମା ଉକ୍ରଳମଣୀ ଗୋପବନ୍ଧୁ ଦାସ ଙ୍କ ଶ୍ରାଦେ୍ଧାତ୍ସବ ସରକାରୀ ବାଳିକା ବିଦ୍ୟାଳୟ ଓ ବୈଷ୍ଣବ ଦତ ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସମାଜସେବୀ ନିଶିଥ୍ ଦାସ ଙ୍କ ଉଦ୍ୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଇଓ ସ୍ମୃତିରେଖା ନାୟକ ଯୋଗ ଦେଇ ଉକ୍ରଳମଣୀଙ୍କ ଜୀବନାଦର୍ଶ ସଂପର୍କରେ ଆଲୋଚନା କରିଥିଲେ ।
ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ,ସ୍ୱେଚ୍ଛାସେବୀ ଓ ବିଭିନ୍ନ ସ୍କୁଲ ର ଛାତ୍ରଛାତ୍ରୀ ସାମିଲ ହୋଇ ଗୋପବନ୍ଧୁଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହି ଅବସରରେ ଆୟୋଜକ ମାନଙ୍କ ପକ୍ଷରୁ ସମସ୍ତଙ୍କୁ ମିଷ୍ଟାନ୍ନ ବଂଟନ କରାଯାଇଥିଲା ।