ଭୁବନେଶ୍ୱର : ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ ତାରିଖକୁ ନେଇ ଚାଲିଥିବା କଳ୍ପନାଜଳ୍ପନାରେ ପରିସମାପ୍ତି। ଆସନ୍ତା ୨୦ତାରିଖରେ ଅନୁଷ୍ଠିତ ହେବ ବହୁ ପ୍ରତିକ୍ଷୀତ ପାଟକୁରା ବିଧାନସଭା ନିର୍ବାଚନ । ନିର୍ବାଚନ କମିଶନ ଏନେଇ ବିଜ୍ଞପ୍ତି ଜାରି କରିଛନ୍ତି । ଆସନ୍ତା ୨୪ତାରିଖରେ ଭୋଟ୍ ଗଣତି ହେବ । ୨୬ତାରିଖରେ ନିର୍ବାଚନ ପ୍ରକ୍ରିୟା ଶେଷ ହେବ । ଫଳରେ ଆଜିଠାରୁ ହିଁ କେନ୍ଦ୍ରାପଡା ଜିଲ୍ଲାରେ ନିର୍ବାଚନ ଅଚରଣ ବିଧି ଲାଗୁ ହୋଇଛି ।
ଗତ ସାଧାରଣ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ଅର୍ଥାତ ଏପ୍ରିଲ ୨୯ରେ ପାଟକୁରାରେ ନିର୍ବାଚନ ହେବାର ଥିଲା। ତେବେ ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରଓ୍ୱାଲ୍ଙ୍କ ପରଲୋକ ହେବାରୁ ମତଦାନକୁ ସ୍ଥଗିତ ରଖାଯାଇଥିଲା। ମେ ୧୯ରେ ଏଠାରେ ମତଦାନ କରାଇବାକୁ ନିର୍ବାଚନ କମିଶନ ତାରିଖ ଘୋଷଣା କରିଥିଲେ। ତେବେ ବାତ୍ୟା ଫୋନି ଉପକୂଳ ଓଡ଼ିଶାରେ ଧ୍ୱଂସର ତାଣ୍ଡବ ରଚିବା ପରେ ମତଦାନକୁ ପୁଣି ଘୁଞ୍ଚାଇବାକୁ ପଡିଥିଲା।