ଅହଂକାର ଗର୍ବ ଠାରୁ ଦୂରେଇ ରୁହ; ଦାମୀ ଗାଡ଼ି ଚଢ଼ନା ବିଧାୟକଙ୍କୁ ନବୀନଙ୍କ ପରାମର୍ଶ

1188 0

ଭୁବନେଶ୍ୱର: ଲୋକଙ୍କ ପାଖକୁ ଯାଇ ସେମାନଙ୍କ ସୁଖଦୁଃଖରେ ଜଡିତ ହେବାକୁ ଏବଂ ଭଦ୍ର,ନମ୍ର ଓ ସରଳ ଜୀବନଯାପନ କରିବାକୁ ବିଜୁ ଜନତା ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ନବ ନିର୍ବାଚିତ ବିଧାୟକମାନଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି।ପୂର୍ବାହ୍ନ ୧୦ଟାରେ ଆରମ୍ଭ ହୋଇଥିବା ଏହି ବୈଠକ ପ୍ରାୟ ଦେଢ଼ ଘଣ୍ଟା ଧରି ଚାଲିଥିଲା। ଜଣେ ବିଧାୟକ କେବଳ ଦଳୀୟ କର୍ମୀ ବା ନିର୍ଦ୍ଦିଷ୍ଟ ଦଳର ନୁହନ୍ତି, ସେ ସବୁ ଦଳର। ନିର୍ବାଚନମଣ୍ଡଳୀର ସମସ୍ତ ଲୋକଙ୍କ ବିଶ୍ୱାସକୁ ନେଇ ସରକାରୀ ଯୋଜନାର ସୁଫଳ ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚାଇବାକୁ ସେ କହିଛନ୍ତି। ଗର୍ବ ଓ ଅହଂକାରଠାରୁ ବିଧାୟକମାନେ ନିଜକୁ ଦୂରରେ ରଖନ୍ତୁ। ସେହିପରି ଦାମୀ ଗାଡ଼ି ନ ଚଢ଼ି ଅପେକ୍ଷାକୃତ କମ୍‌ ଦାମର ଗାଡ଼ି ଚଢ଼ିବାପାଇଁ ମଧ୍ୟ ତାଙ୍କୁ ପରାମର୍ଶ ଦେଇଛନ୍ତି। ପ୍ରାୟ ୪୦ରୁ ୫୦ଜଣ ବିଧାୟକ ଏହି ବୈଠକରେ ଯୋଗ ଦେଇଥିଲେ।

ଗତ ମେ ୨୯ ତାରିଖ ଦିନ ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳ ଶପଥ ନେବା ପରେପରେ ନବଗଠିତ ମନ୍ତ୍ରୀ ପରିଷଦର ପ୍ରଥମ ବୈଠକରେ ଦଳର ସମସ୍ତ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ ପାଇଁ ନିଷ୍ପତ୍ତି ହୋଇଥିିଲା। ନବୀନ ମଧ୍ୟ ମନ୍ତ୍ରୀମାନଙ୍କୁ ଲୋକଙ୍କ ସମସ୍ୟା ସମାଧାନ ଉପରେ ପ୍ରାଥମିକତା ଦେଇଥିଲେ। ଆସନ୍ତା ୭ ତାରିଖ ଦିନ ମନ୍ତ୍ରୀମାନଙ୍କୁ କାର୍ଯ୍ୟବଳିର ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ମୁଖ୍ୟମନ୍ତ୍ରୀ କିଛି ଦିନ ଆଗରୁ ମଧ୍ୟ ରାଜ୍ୟର ବରିଷ୍ଠ ଅଧିକାରୀମାନଙ୍କୁ ଉଦ୍‌ବୋଧନ ନେଇ ତାଙ୍କର ୫ଟି ମନ୍ତ୍ର (ଟିମ୍‌ଓ୍ଵାର୍କ,ଟ୍ରାନ୍ସପାରେନ୍ସି,ଟେକ୍ନୋଲୋଜି,ଟ୍ରାନ୍ସଫର୍ମେସନ ଓ ଟାଇମ୍‌) ର ସଫଳ ପାଳନ ଉପରେ ଗୁରୁତ୍ୱ ଆରୋପ କରିଥିଲେ।

Related Post

ବିଡ଼ିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବି ପତ୍ର

Posted by - December 30, 2022 0
କାଶୀପୁର:(ଅଞ୍ଜନ କୁମାର ନାଏକ) ଏକୋଲବ୍ୟ ବିଦ୍ୟାଳୟକୁ ଅନ୍ୟତ୍ର ସ୍ଥାନାନ୍ତର କୁ କେନ୍ଦ୍ର କରି କାଶୀପୁର ବାସୀ ପ୍ରଶାସନକୁ ଚେତାବନୀ ।ଅନେକ ଦିନର ଆଶା ଆକାଂକ୍ଷା ପୂରଣ ହେବା ପୂର୍ବରୁ…

ରାଜ୍ୟ ପଣ୍ୟାଗାର ନିଗମର ରାସ୍ତା କାମରେ ଅନିୟମିତତା ଅଭିଯୋଗ

Posted by - August 27, 2022 0
କେସିଙ୍ଗା:(ପୀତେଶ ପଟେଲ)କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଜୋଲକୋ କଲୋନୀପଡା ନିକଟରେ ଥିବା ଓଡ଼ିଶା ରାଜ୍ୟ ପଣ୍ୟାଗାର ନିଗମର ଗୋଦାମ କୁ ଯିବା ପାଇଁ ରହିଥିବା ରାସ୍ତା…

ବିଧାନସଭାରେ ଗୃହୀତ ହେଲା କୋଭିଡ ନିୟମ ଉଲ୍ଲଂଘନ ବିଲ୍

Posted by - October 1, 2020 0
ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନର ଦ୍ୱିତୀୟ ଦିବସରେ ସଂକ୍ରାମକ ରୋଗ ବିଲ-୨୦୨୦ ପାରିତ ହୋଇଛି । ବିରୋଧୀଙ୍କ ବିରୋଧ ସତ୍ୱେ ଏହି ବିଲ ବିଧାନସଭାରେ ଗୃହୀତ…

କନକ ମୃତ୍ୟୁ ରହସ୍ୟ, ସି ବି ଆଇ ତଦନ୍ତ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣ ବିକ୍ଷୋଭ

Posted by - September 16, 2022 0
ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଘୋଟିଆ ଗ୍ରାମର ବହୁ ଚର୍ଚ୍ଚିତ କନକ ନିଆଲ ମୃତ୍ୟୁ ଘଟଣାର ସି ବି ଆଇ…

ମାଣ୍ଡିଆ ବିକ୍ରୟ ନିମନ୍ତେ ସଚେତନତା ରଥ ଶୁଭାରମ୍ଭ ଓ ୱାସିଡିଏ ୩୦ବର୍ଷ ପୂର୍ତ୍ତି ଲୋଗୋ ପ୍ରଦର୍ଶନ

Posted by - December 21, 2022 0
ଖପ୍ରାଖୋଲ: ୨୦/୧୨(ତାପସ ରଞ୍ଜନ ବେହେରା) ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଳକ କୃଷି କାର୍ଯ୍ୟାଳୟ ଠାରେ ଓଡିଶା ମିଲେଟ ମିଶନ ପକ୍ଷରୁ ମାଣ୍ଡିଆ ବିକ୍ରୟ ନିମନ୍ତେ ସଚେତନତା ରଥ…

Leave a comment

Your email address will not be published.