ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଗତ କରି ବକ୍ତବ୍ୟ ରଖିବା ସମୟରେ ସୋମବାର ପ୍ରତାପ ଲୋକସଭାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା କରି ବିରୋଧୀଙ୍କ ଉପରେ ବର୍ଷିଥିଲେ | କିନ୍ତୁ କହିଥିଲେ ଯେ ୧୯୭୧ ମସିହାରେ ଅଟଳ ବିହାରୀ ବାଜପେୟୀ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ପ୍ରଶଂସା କରୁଥିଲେ | ସେ ଇନ୍ଦିରାଙ୍କୁ ଦୁର୍ଗା ବୋଲି କହିଥିଲେ | କଂଗ୍ରେସ ମଧ୍ୟ ଭଲ କଥା ପାଇଁ ପ୍ରଶଂସା କରିବା ଆବଶ୍ୟକ |
ତେବେ ଖୋଦ ଅଟଳ ଜୀବିତ ଥିବା ସମୟରେ ଏ କଥାକୁ ଅସ୍ୱୀକାର କରିଥିଲେ | ବାଜପେୟୀ ସ୍ପଷ୍ଟ ଭାବେ ଗଣମାଧ୍ୟମକୁ କହିଥିଲେ ଯେ ସେ ଇନ୍ଦିରାଙ୍କୁ ଏଭଳି କିଛି ବି ସମ୍ବୋଧନ କରିନଥିଲେ | ୧୯୭୧ ମସିହା ଯୁଦ୍ଧ ପରେ ଯେତେବେଳେ ପାକିସ୍ତାନର ଦୁଇଭାଗ ହୋଇ ବାଂଲାଦେଶ ସୃଷ୍ଟି ହୋଇଥିଲା, ସେତେବେଳେ ବାଜପେୟୀ ଇନ୍ଦିରାଙ୍କୁ ଦୁର୍ଗା କହିଥିବାର ଆଲୋଚନା ହୋଇଥିଲା | କିନ୍ତୁ ବାଜପେୟୀ ଏହି କଥା ଖଣ୍ଡନ କରିଥିଲେ |
Hello ! I am the one who writes posts on these topics baccaratsite I would like to write an article based on your article. When can I ask for a review?