ଅନୁଷ୍ଠିତ ହେବ ଡଙ୍ଗରିଆ ଙ୍କ ନିୟମରାଜା ପର୍ବ

135 0

କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଓ ରାୟଗଡା ସୀମାନ୍ତ ରେ ଅବସ୍ଥିତ ପ୍ରାକୃତିକ ସମ୍ପଦ ରେ ଭରପୁର ଓ ବନବାସୀ ଆଦିମ ଜନଜାତି ଙ୍କ ଜୀବନଧାରା ନିୟମଗିରି ପର୍ବତର ନିୟମରାଜା ଙ୍କ ପୂଜା ଉତ୍ସବ ସମାରୋହ ର ସହ ପାଳନ ନିମନ୍ତେ ନିଷ୍ପତ୍ତି ନିଆଯାଇଛି।ଆଗାମୀ ୨୫ ତାରିଖ ରୁ ଆରମ୍ଭ ହେଉଥିବା ଏହି ପର୍ବ ତିନିଦିନ ଧରି ଅନୁଷ୍ଠିତ ହୋଇ ୨୭ ତାରିଖ ରେ ସମାପିତ ହେବ।

ଆଦିବାସୀ ଝରଣୀଆ ଓ ଡଙ୍ଗରିଆ କନ୍ଧ ଙ୍କ ବିଶ୍ବାସ ରହିଛି ଯେ ବଳି ଦେଇ ନିୟମରାଜା ସନ୍ତୁଷ୍ଟ କଲେ ଫସଲ ଭଲ ଅମଳ ହେବା ସହ ସମସ୍ତେ ନିରୋଗ ରହନ୍ତି। ତେଣୁ ପ୍ରତିବର୍ଷ ନିୟମଗିରି ପାହାଡ଼ ଶୀର୍ଷ ରେ ଥିବା ନିୟମ ରାଜା ଙ୍କ ପୂଜା ବହୁ ଧୁମଧାମରେ ପାଳନ କରାଯାଏ। ଡଙ୍ଗରିଆ ଓ ଝରଣିଆ କନ୍ଧ ମାନେ ପାରମ୍ପରିକ ବସ୍ତ୍ର ଅସ୍ତ୍ରଶସ୍ତ୍ର ରେ ସଜ୍ଜିତ ହୋଇ ନାଚ ଗୀତ କରି ଧରଣୀ ପେନୁ ଠାରେ କୁକୁଡା, ପିରା, ବୋଦା, ଘୁଷୁରୀ, ପୋଡ଼ ଆଦି ବଳି ପ୍ରଦାନ କରି ନିୟମ ରାଜା କୁ ସନ୍ତୁଷ୍ଟ କରି ରକ୍ତ ଚାଉଳ ଧରି ନିୟମଗିରି ର ଜଳ, ଜମି, ଜଙ୍ଗଳ ସୁରକ୍ଷା ପାଇଁ ଶପଥ କରିଥାନ୍ତି।

ଏହି ପର୍ବରେ ବିଭିନ୍ନ ସଂଗଠନ, ପ୍ରକୃତି ପ୍ରେମୀ,ପରିବେଶ ବିତ, ସ୍ୱେଚ୍ଛାସେବୀ, ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ନିୟମଗିରି ସୁରକ୍ଷା ସମିତି ପକ୍ଷରୁ ଅନୁରୋଧ କରାଯାଇଛି। ସୁଚନା ଯୋଗ୍ୟ ଯେ ନିୟମଗିରି ଉପରେ ପ୍ରାୟ ଦୁଇ ଶହ ଗ୍ରାମର ଡଙ୍ଗରିଆ ଓ ଝରଣିଆ କନ୍ଧ ବସବାସ କରି କାନ୍ଦୁଲ, ମାଣ୍ଡିଆ, କୋଳଥ, କାଙ୍ଗୁ, କୋଶଳା, ଝୁଡ଼ଙ୍ଗ, କଟିଙ୍ଗ, ମକା, କଦଳୀ, ସପୁରୀ ପଣସ ଆଦି ଚାଷ କରି ଜିବିକା ନିର୍ବାହ କରନ୍ତି। କିନ୍ତୁ ରାଜ୍ଯ ସରକାର ବେଦାନ୍ତ ଭଲି ବହୁରାଷ୍ଟ୍ରୀୟ କମ୍ପାନୀ କମ୍ପାନୀ କୁ ଖଣି ଦେଇ ଅଦିମ ଜନଜାତି ଙ୍କ ସ୍ୱାଭିମାନ କୁ କୁଠାରଘାତ କରିଥିବା ରୁ ଏହାର ତୀବ୍ର ବିରୋଧ କରାଯାଉଛି। ନିଜର ଜୀବନ ଜୀବିକା ର ସୁରକ୍ଷା ପାଇଁ ଅଦିମ ଜନଜାତି ଡଙ୍ଗରିଆ କନ୍ଧ ଓ ଝରଣିଆ କନ୍ଧଙ୍କ ଠାରୁ ଆଧୁନିକ ମଣିଷ ସମାଜ ବହୁତ କିଛି ଶିଖିବାକୁ ବାକି ରହିଛି।

Related Post

ସ୍କୁଲରେ ଅଲିମ୍ପିକ ଶିକ୍ଷା ପ୍ରଦାନ ବ୍ୟବସ୍ଥା, ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

Posted by - May 25, 2022 0
ଭୁବନେଶ୍ବର (ବ୍ୟୁରେ।) :ଆଗାମୀ ଦିନରେ ସ୍କୁଲ ସ୍ତରରୁ ଅଲିମ୍ପିକ କ୍ରିଡ଼ା ପାଇଁ ପ୍ରସ୍ତୁତ ହେବେ ଛାତ୍ରଛାତ୍ରୀ। ଏଥିପାଇଁ ସ୍କୁଲ ରେ ଅଲିମ୍ପିକ ଶିକ୍ଷାଦାନ ବ୍ୟବସ୍ଥା ଯୋଜନାର ଶୁଭାରମ୍ଭ…

ମେଗାଲିଫ୍ଟ କେନାଲରୁ ଜଳ ଜୋଗାଣରେ ଅନିୟମିତତା : ନିର୍ବାହି ଯନ୍ତ୍ରୀ ଙ୍କ କାର୍ଯ୍ୟାଳୟରେ ଚାଷିଙ୍କ ଅଭିଯୋଗ

Posted by - September 7, 2022 0
ଭବାନିପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଇନ୍ଦ୍ରାବତି ମେଗା ଲିଫ୍ଟ କେନାଲରୁ ଜଳ ଜୋଗାଣରେ ଅନିୟମିତତା କୁ ନେଇ କୋକସରା ବ୍ଲକ୍ଅନ୍ତର୍ଗତରେଙ୍ଗାଲପାଲି,ମୁଷାପାଲି ଓ ଡାଲଗୁମା ପଞ୍ଚାୟତର ଶତାଧିକ…

ବିଜେଡିରେ ନୂଆ ନିଯୁକ୍ତି, ଖୋର୍ଦ୍ଧା ସାଂଗଠନିକ ଜିଲ୍ଲା ସଭାପତି ହେଲେ ବିଭୂତି ବଳବନ୍ତରାୟ

Posted by - November 9, 2021 0
ଭୁବନେଶ୍ୱର:ଖୋର୍ଦ୍ଧା ସାଂଗଠନିକ ଜିଲ୍ଲା ପାଇଁ ନୂଆ ନିଯୁକ୍ତିକୁ ମଞ୍ଜୁରୀ ଦେଇଛନ୍ତି ଦଳୀୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଖୋର୍ଦ୍ଧା ଜିଲ୍ଲା ସଭାପତି ଭାବେ ବିଭୂତି…

କୋରନା କଟକଣା ମଧ୍ୟ ରେ ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ।

Posted by - August 15, 2021 0
ନୀଳଗିରି:(ସୌମ୍ୟାସାଇ ବାରିକ)ସାରା ଭାରତ ବର୍ଷ ରେ ୭୫ ତମ ସ୍ବାଧିନତା ଦିବସ ପାଳିତ ହୋଇ ଯାଇଛି। ନୀଳଗିରି ରେ ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା ଦିବସ ମହାମାରୀ କରୋନ…

ସେପ୍ଟେମ୍ବର ୧ ରୁ ଫାର୍ମାସିଷ୍ଟ ସେବା ସଂଘର ଆନ୍ଦୋଳନ ଚେତାବନୀ

Posted by - August 27, 2022 0
ସମ୍ବଲପୁର:୨୭/୦୮ (ରମାକାନ୍ତ ବିଶ୍ବାଳ)ଓଡିଶା ଫାର୍ମାସିଷ୍ଟ ସେବା ସଂଘ ସମ୍ବଲପୁର ଆସୋସିଏସନ ତରଫରୁ ସେପ୍ଟେମ୍ବର ୧ ରୁ ଆନ୍ଦୋଳନ କରିବା ପାଇଁ ଆଜି ସମ୍ବଲପୁର ଠାରେ ଚେତାବନୀ ଦିଆଯାଇଛି…