ସମ୍ବଲପୁର:( ରମାକାନ୍ତ ବିଶ୍ବାଳ) ସମ୍ବଲପୁର ସହରର ଗେଙ୍ଗୁଟିପାଲି ରେ ସ୍ୱଷ୍ଠ ଦିବାଲୋକରେ ୧୫ ଲକ୍ଷ ଟଙ୍କା ଲୁଟ ଘଟଣାରେ ୨ ଅଭିଯୁକ୍ତ ଙ୍କୁ ଗିରଫ କରିଛି ଆଜି ସମ୍ବଲପୁର ସଦର ପୋଲିସ । ତେବେ ଗିରଫ ୨ ଅଭିଯୁକ୍ତ ହେଲେ ସଂପର୍କ ରେ ମାଁ ପୁଅ । ଗତ ଜାନୁଆରୀ ୩୧ ତାରିଖରେ ସମ୍ବଲପୁର ସଦର ଥାନା ଅନ୍ତର୍ଗତ ଗେଙ୍ଗୁଟିପାଲି ଅଞ୍ଚଳରେ ହୋଇଥିବା ଏହି ସ୍ୱଷ୍ଠ ଦିବାଲୋକରେ ୧୫ ଲକ୍ଷ ଲୁଟ ଘଟଣା ।
ଏହି ଘଟଣା ରେ ସମ୍ବଲପୁର ପୋଲିସ ଗତ କିଛି ଦିନହେବ ଲୁଟେରା ଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ଟିମ ଗଠନ କରି ଚଡାଉ ରଖିଥିବା ବେଳେ ଆଜି ଏହି ଘଟଣାରେ ୨ ଅଭିଯୁକ୍ତ ଙ୍କୁ ଗିରଫ କରିବାରେ ସଫଳ ହୋଇଛି ।
ଗିରଫ ଅଭିଯୁକ୍ତ ମାନେ ହେଲେ ରାଘବ ଦାସ ଓ ପାର୍ବତୀ ଦାସ। ଏହି ଘଟଣାରେ ଅଭିଯୁକ୍ତ ଗିରଫ ୨ ଜଣ ହେଲେ ସମ୍ପର୍କରେ ମାଁ ପୁଅ । ଗିରଫ ଅଭିଯୁକ୍ତ ଙ୍କ ଘର ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଭଞ୍ଜନଗର ଥାନା ଅଞ୍ଚଳରେ।
ଏମାନଙ୍କ ଠାରୁ ସମ୍ବଲପୁର ସଦର ପୋଲିସ ଟଙ୍କା ଲୁଟ ଘଟଣାର ୪ ଲକ୍ଷ ଟଙ୍କା ଜବତ ମଧ୍ୟ କରିଛି। ତେବେ ଏହି ଲୁଟ ଘଟଣା ରେ ଆଉ ୩ ଅଭିଯୁକ୍ତ ଥିବାର ସୂଚନା ମିଳିଛି। ସେମାନଙ୍କୁ ପୋଲିସ ଧରିବାକୁ ଉଦ୍ୟମ କରୁଛି ବୋଲି ଆଜି ଏସ ପି ବାତୁଲା ଗଙ୍ଗାଧର ସୂଚନା ଦେଇଛନ୍ତି। ଆଜି ଜବତ ହୋଇଥିବା ଟଙ୍କା କୁ ଲୁଟର ଶିକାର ହୋଇଥିବା ବ୍ୟକ୍ତି ରାଜେଶ ସାହୁ ଙ୍କୁ ସଦର ପୋଲିସ ପ୍ରଦାନ କରାଯାଇଥିବା ଜଣାପଡିଛି ।