ରାଜ୍ୟର ବରିଷ୍ଠ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉତ୍ତମ ଶାସନ ଓ ଶାସନରେ ସନ୍ତୁଷ୍ଟିକୁ ପ୍ରଶାସନିକ ବ୍ୟବସ୍ଥାର ମୁଖ୍ୟ ଆଧାର କରିବାକୁ ପରାମର୍ଶ ଦେଇଛନ୍ତି। ଓଡ଼ିଶାକୁ ଆହୁରି ଆଗକୁ ନେବା ଏବଂ ସରକାରୀ ସେବା କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଆଣିବାକୁ ଅଫିସରଙ୍କୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ସେହିଭଳି ଫାଇଭ୍ ଟି (ଟେକ୍ନୋଲୋଜି, ଟିମୱାର୍କ, ଟ୍ରାନ୍ସପରେନ୍ସି, ଟାଇମ୍ ଓ ଟ୍ରାନ୍ସଫରମେସନ) ଫର୍ମୁଲାକୁ ଅକ୍ଷରେ ଅକ୍ଷରେ ପାଳନ କରିବାକୁ ନେଇ ତାଗିଦ ମଧ୍ୟ କରିଛନ୍ତି।ଥିସହ ନିଯୁକ୍ତିକୁ ଗୁରୁତ୍ୱ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
