ମୁଖ୍ୟମନ୍ତ୍ରୀଙ୍କ କରୋନା ସ୍ଥିତି ସମୀକ୍ଷା:ସତର୍କ ରହିବାକୁ ପରାମର୍ଶ

136 0

ଭୁବନେଶ୍ୱର:( ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ କରୋନା ସ୍ଥିତିର ସମୀକ୍ଷା କରିବା ଅବସରରେ ପ୍ରଶାସନକୁ ସତର୍କ ରହିବା ପାଇଁ ପରାମର୍ଶ ଦେବା ସହିତ ସଚେତନତା କାର୍ଯ୍ୟକ୍ରମ ଜାରି ରଖିବା ଓ ବରିଷ୍ଠ ନାଗରିକ ତଥା ସମ୍ମୁଖ ଯୋଦ୍ଧା ଙ୍କୁ ବୁଷ୍ଟର ଡୋଜ ଦେବା ଉପରେ ଗୁରୁତ୍ବ ଆରୋପ କରିଛନ୍ତି। ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସ ମାଧ୍ୟମରେ କରିଥିବା ସମୀକ୍ଷା ବୈଠକ ରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ବର୍ତମାନ ସକ୍ରିୟ କୋଭିଡ୍ ରୋଗୀ ସଂଖ୍ୟା ସ୍ଥିର ରହିଥିବା ବେଳେ ନୂଆଁ ପଜିଟିଭ୍ କେସ ରେ ମଧ୍ୟ ହ୍ରାସ ଘଟିଛି।

କୋଭିଡ ର ତୃତୀୟ ଲହର ରେ ହସ୍ପିଟାଲ୍ ଉପରେ ବିଶେଷ ଚାପ ପଡ଼ିନାହିଁ।ତେବେ ଏଥିରେ ଆତ୍ମସନ୍ତୋଷ ନ ହୋଇ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହି ପରିସ୍ଥିତି ଉପରେ ନଜର ରଖିବା ସଙ୍ଗେ ସଙ୍ଗେ ମିଶନ ଶକ୍ତି ଗୋଷ୍ଠୀ ମାନଙ୍କ ସକ୍ରିୟ ସହଯୋଗ ରେ ସାରା ରାଜ୍ୟରେ ସଚେତନତା କାର୍ଯ୍ୟକ୍ରମ ଜାରି ରଖିବା ପାଇଁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ଜନସାଧାରଣ ଯେପରି କୋଭିଡ କଟକଣା ଓ ସୁରକ୍ଷା ନିୟମ କୁ କଡାକଡି ଭାବେ ପାଳନ କରନ୍ତି ସେଥିପ୍ରତି ବିଶେଷ ଧ୍ୟାନ ଦେବାକୁ ପୋଲିସ କୁ ପରାମର୍ଶ ଦେଇଛନ୍ତି।ସେହିପରି ପୃଥକ୍ ବାସରେ ଘରେ ରହି ଚିକିତ୍ସିତ ହେଉଥିବା ରୋଗୀ ମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ରାପିଡ୍ ରେଶ୍ ପଂସ୍ ଟିମ୍ ଓ କ୍ଷେତ୍ର କର୍ମଚାରୀ ମାନେ ସଠିକ୍ ଭାବରେ ତଦାରଖ କରିବା ପାଇଁ ମଧ୍ୟ ପରାମର୍ଶ ଦେଇଛନ୍ତି।

ଅନ୍ୟପକ୍ଷରେ ବର୍ତମାନ ପରିସ୍ଥିତିରେ ଆତଙ୍କିତ ନ ହୋଇ କୋଭିଡ ସୁରକ୍ଷା ନିୟମ କୁ ଠିକ୍ ଭାବରେ ପାଳନ କରିବାକୁ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି।ଉନ୍ନୟନ ତଥା ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା କୋଭିଡ଼ ଗାଇଡ ଲାଇନ ର ପରିପାଳନ ସକାଶେ ପ୍ରଶାସନ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଙ୍କୁ ଅବଗତ କରାଇଥିଲେ। ସ୍ୱାସ୍ଥ୍ୟ ବିଭାଗ ର ଅତିରିକ୍ତ ମୂଖ୍ୟ ଶାସନ ସଚିବ ଆର୍ କେ ଶର୍ମା ରାଜ୍ୟରେ କୋଭିଡ଼ ସ୍ଥିତିର ଏକ ବିସ୍ତ୍ରୁତ ଓ ସ୍ପଷ୍ଟ ଚିତ୍ର ଉପସ୍ଥାପନ କରିଥିଲେ।ଓଡ଼ିଶାରେ ଦୈନିକ ଟେଷ୍ଟିଂ ୬୫ ହଜାର ରୁ ୭୦ ହଜାର ରହିଥିବା ବେଳେ ପଯିଟିଭିଟି ହାର ୧୧.୪ ପ୍ରତିଶତ ରହିଛି ,ଯାହାକି ଜାତୀୟ ହାର ଠାରୁ କମ୍ ଅଟେ ବୋଲି ଶ୍ରୀ ଶର୍ମା ଜଣାଇଛନ୍ତି।ଏହି ସମୀକ୍ଷା ବୈଠକ କୁ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫- ଟି) ଭି କେ ପାଣ୍ଡିୟାନ ପରିଚାଳନା କରିଥିବା ବେଳେ ଭୁବନେଶ୍ୱର ଓ କଟକ ମ୍ୟୁନିସିପାଲ କମିଶନର ଏବଂ ଜିଲ୍ଲାପାଳ ମାନେ ଯୋଗ ଦେଇଥିଲେ।

Related Post

ଗଞ୍ଜାମ ଜିଲ୍ଲାରେ ସ୍ପିଡ୍‌ରେ ମାଡ଼ି ଚାଲିଛି କରୋନା,ନଜର ପକାନ୍ତୁ ରାଜ୍ୟ ର କୋରୋନା ଅପଡେଟ ରେ (୧୦ ମଇ ସକାଳ 0୭:୩୫)

Posted by - May 10, 2020 88
ଭୁବନେଶ୍ବର : ଗଞ୍ଜାମ ଜିଲ୍ଲାରେ ସ୍ପିଡ୍‌ରେ ମାଡ଼ି ଚାଲିଛି କରୋନା। ଯାହାକୁ ନେଇ ଓଡ଼ିଶା ସମେତ ସାରା ଦେଶରେ ବି ଚିନ୍ତା ବଢ଼ିଯାଇଛି।ସେପଟେ ବାହାର ରାଜ୍ୟରେ ଓଡ଼ିଆ…

ସାମାଜିକ ଓ ମାନବିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ରାଜ୍ୟପାଳ ଙ୍କ ଦ୍ଵାରା ସମ୍ମାନିତ ହେଲେ ଅଶ୍ବିନୀ କୁମାର ପରିଡା

Posted by - May 11, 2022 0
ଭୁବନେଶ୍ବର: (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ର ସୁଯୋଗ୍ୟ ସନ୍ତାନ ତଥା ବରିଷ୍ଠ ଅବସର ପ୍ରାପ୍ତ ପ୍ରଶାସନିକ ଅଧିକାରୀ ଅଶ୍ବିନୀ କୁମାର ପରିଡା,…

ଓଡିଶା ମିଡିଆ ୱେଲ୍‌ଫେୟାର ଆସୋସିଏସନ(OMA) ଜାରି କଲା ୨୪ଘଂଟିଆ ହେଲ୍ପଲାଇନ ହ୍ୱାଟ୍ସଅର୍ପ ନମ୍ବର

Posted by - January 26, 2021 0
ଭୁବନେଶ୍ୱର:ପବିତ୍ର ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ଓଡିଶା ମିଡିଆ ୱେଲ୍‌ଫେୟାର ଆସୋସିଏସନ (ଓଏମଏ) ପକ୍ଷରୁ ଏକ ହେଲ୍ପଲାଇନ ହ୍ୱାଟ୍ସଅର୍ପ ନମ୍ବର ଜାରି କରାଯାଇଛି । ରଘୁନାଥପୁରସ୍ଥିତ ରାଜ୍ୟ…

ଜିତିଥିବା ପ୍ରାର୍ଥୀ ଙ୍କ ତାଲିକା

Posted by - May 24, 2019 0
ରାଜନଗରରେ ବିଜେଡିରୁ ଧ୍ରୁବ ସାହୁ ଅନୁଗୋଳରେ ବିଜେଡିରୁ ରଜନୀକାନ୍ତ ସିଂହ ଆସିକାରେ ବିଜେଡିରୁ ମଂଜୁଳା ସ୍ୱାଇଁ ଆଠଗଡ଼ରେ ବିଜେଡିରୁ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଆଠମଲ୍ଲିକରେ ବିଜେଡିରୁ ରମେଶ…

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଶ୍ରୀମନ୍ଦିର ଯାଇ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ

Posted by - February 29, 2020 40
ପୁରୀ:୯।୦୨ – ଶ୍ରୀଜିଉଙ୍କ ସହ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଆଜି ସକାଳେ ଶ୍ରୀମନ୍ଦିର ଯାଇ ପ୍ରଥମେ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଥିଲେ ଶାହା।…