ଢେଙ୍କାନାଳ: ସହିଦ ଓଡିଆ ଯବାନ ଅଜିତ ସାହୁଙ୍କ ପାର୍ଥିବ ଶରୀର କୁ ଜନ୍ମ ମାଟି କାମାକ୍ଷାନଗର ବଡସୁଆଁଳ ଗାଁରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଶେଷକୃତ୍ୟ କରାଯାଇଛି । ସହିଦ ଅଜିତଙ୍କୁ ଅଶ୍ରୁଳ ବିଦାୟ ଦେଇଛନ୍ତି ଲୋକେ । ତାଙ୍କ ବଡ ଭାଇ ତାଙ୍କୁ ମୁଖାଗ୍ନି ଦେଇଛନ୍ତି ।ଜନ୍ମମାଟି ବଡ଼ସୁଆଁଳରେ ସହିଦ ଅଜିତ୍ ସାହୁଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଅତ୍ୟନ୍ତ ଶୋକାକୁଳ ପରିବେଶରେ ଗାଁ ଶ୍ମଶାନରେ ବୀର ପୁଅକୁ ଦିଆଯାଇଛି ଅନ୍ତିମ ବିଦାୟ।
ଶେଷକୃତ୍ୟ ସମ୍ପନ୍ନ ହେବା ପୂର୍ବରୁ ସହିଦଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା।ବଡ଼ସୁଆଁଳ ଗାଁରେ ଆଜି ସହିଦ ଅଜିତ ସାହୁଙ୍କ ପାର୍ଥିବ ଶରୀର ପହଞ୍ଚିବା ପରେ ଶେଷ ଦର୍ଶନ ଲାଗି ହଜାର ହଜାର ଜନତା ପହଞ୍ଚିଥିଲେ। କାମକ୍ଷାନଗରରୁ ଏକ ବିଶାଳ ଶୋଭାଯାତ୍ରାରେ ସହିଦଙ୍କୁ ତାଙ୍କ ଗାଁ ପର୍ଯ୍ୟନ୍ତ ନିଆଯାଇଥିଲା। ଜାମ୍ମୁର ଅନନ୍ତନାଗରେ ଆତଙ୍କବାଦୀଙ୍କ ମୁକାବିଲା ବେଳେ ସହିଦ ହୋଇଥିଲେ କାମାକ୍ଷାନଗର ବଡ଼ସୁଆଁଳ ଗାଁର ଅଜିତ । ୨୦୧୫ରେ ସେନାରେ ଯୋଗ ଦେଇଥିଲେ ଅଜିତ । ପ୍ରଥମେ କୋଲକାତାରେ ଜଏନ୍ କରିଥିଲେ । ବଦଳି ହୋଇଥିଲା ଜମ୍ମୁକୁ । ସେ ୪୪ ରାଷ୍ଟ୍ରୀୟ ରାଇଫଲ୍ସରେ କାର୍ଯ୍ୟରତ ଥିଲେ ।