ବାଲେଶ୍ୱର: ବାଲେଶ୍ୱର ସହର ଉପକଣ୍ଠ ୨ଟି ସ୍ଥାନରେ ପୁଲିସ ଚଢାଉ କରି ବିପୁଳ ପରିମାଣର ବ୍ରାଉନସୁଗର ଜବତ କରିଛି। ଜବତ ବ୍ରାଉନସୁଗରର ଓଜନ ପ୍ରାୟ ୧ କିଲୋରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି।ଜବତବ୍ରାଉନ ସୁଗାରର ମୂଲ୍ୟ ଦେଢ କୋଟି ଟଙ୍କାର ଅଧିକ ବୋଲି ଆକଳନ କରାଯାଉଛି।ଦହପଡ଼ା ପଚା ଛକ ନିକଟରେ ଆଜି ଚଢାଉ କରାଯାଇଥିଲା ସେଠାରେ ଏକ କାର୍ (ODO1W-7995) ଠିଆ ହେବାର ଦେଖିବାକୁ ପାଇଥିଲେ। ପୁଲିସ ସେହି କାର ଉପରେ ଚଢାଉ କରି ୪ଜଣଙ୍କୁ ଗିରଫ କରିବା ସହିତ ସେମାନଙ୍କଠାରୁ ୧ କିଲୋଗ୍ରାମ୍ ୬୦୦ ଗ୍ରାମ୍ ପରିମାଣର ବ୍ରାଉନ୍ସୁଗାର ଜବତ କରିଥିଲା।
ଗିରଫ ବ୍ୟକ୍ତିମାନେ ହେଲେ ସେଖ୍ ମକସଦ୍ (୩୫),ଶେଖ୍ ରାଜୁ (୩୦),ଶେଖ୍ ଅବୁସେନ୍ (୨୮),ଶେଖ୍ ଜାମସେଦ୍ ଅଲ୍ଲୀ (୫୩)। ଏମାନଙ୍କ ଭିତରୁ ମାଷ୍ଟରମାଇଣ୍ଡ ବୋଲି କୁହାଯାଉଥିବା ସେଖ୍ ମକସଦ୍ର ଘର ଜଳେଶ୍ୱରର ରାଜପୁର ଗ୍ରାମରେ,ଆଉ ଅନ୍ୟଜଣଙ୍କ ଘର ଅରଡ଼ ବଜାରରେ ବୋଲି ଜଣାପଡ଼ିଛି।