ଟିଟିଲାଗଡ :(ସଞ୍ଜୟ କୁମାର ନାୟକ)ଟିଟିଲାଗଡ଼ ଲାୟନ୍ସ୍ କ୍ଲବ ତରଫରୁ ବୁଧୁବାର ସକାଳୁ ହାଟପଦା ପଡ଼ା ହନୁମାନ ମନ୍ଦିର ସମ୍ମୁଖରେ ନିଃଶୁଳ୍କ ମଧୁମେହ ପରିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା, ଏହି ଶିବିରରେ ଚାଳିଶରୁ ଉର୍ଦ୍ଧ୍ବ ଲୋକଙ୍କ ମଧୁମେହ ପରିକ୍ଷଣ କରାଯାଇ ଲୋକଙ୍କୁ ମଧୁମେହ ବିଷୟରେ ଲୋକଙ୍କୁ ସଚେତନ କରାଯାଇଥିଲା।
ଅପରାହ୍ନରେ ଲାୟନ୍ସ କ୍ଲବର ପ୍ରତିଷ୍ଠାତା ମେଲଭିନ ଜୋନଙ୍କ ଜନ୍ମତିଥି ଉପଲକ୍ଷେ ଏହାକୁ ସେବା ସପ୍ତାହ ରୁପେ ପାଳନ କରାଯିବା ସହ ସ୍ଥାନୀୟ ଗୋରୁବଜାର ପଡ଼ାଠାରେ ରହୁଥିବା ବାସିନ୍ଦାଙ୍କୁ ରାସନ ସାମଗ୍ରୀ ବଣ୍ଟନ କରାଯାଇଥିଲା।
ଏହି ସେବା ସପ୍ତାହ ଅବସରରେ କ୍ଲବର ପି ଏମ ସି ସି ସଦସ୍ୟ ଶ୍ରୀ ସଞ୍ଜୟ ସାହୁ, କ୍ଲବ ସଭାପତି ଦୀପକ ପୃଷ୍ଟି, ସମ୍ପାଦକ ଆଶୀର୍ବାଦ ମହାପାତ୍ର,ଲାୟନ ଲିଙ୍ଗରାଜ ସାହୁ, ସଞ୍ଜୟ କୁମାର ନାୟକ, ସନ୍ତୋଷ ମହାନ୍ତି, ମଦନ ପୃଷ୍ଟି, ଭି ଶ୍ରୀନିବାସ ରାଓ ପ୍ରମୁଖ ଯୋଗ ଦେଇଥିଲେ।