ସମ୍ବଲପୁର:(ରମାକାନ୍ତ ବିଶ୍ୱାଳ)ବରଗଡ଼ ସ୍ଥିତ ବିଜୁ ପଟନାୟକ ଟାଉନହଲ ଠାରେ କଳିଙ୍ଗ କଲ୍ୟାଣ ଫାଉଣ୍ଡେଶନ, ଭୁବନେଶ୍ଵର ଓ ଏକ ଟିଭି ଚାନେଲ ର ମିଳିତ ଆନୁକୂଲ୍ୟରେ ଆୟୋଜିତ ରାଜ୍ୟ ସ୍ତରୀୟ ସମ୍ବର୍ଦ୍ଧନା ସମାରୋହରେ ବିଶିଷ୍ଠ ଅତିଥି ମାନଙ୍କ ଉପସ୍ଥିତ ରେ କଳାରତ୍ନ ବଂଶୀଧର କର ଙ୍କୁ ଜଣେ ବହୁମୁଖୀ ପ୍ରତିଭାର ବ୍ୟକ୍ତିତ୍ୱ ତଥା ଭାଷା,ସାହିତ୍ୟ, ସଂସ୍କୃତିର ବାର୍ତ୍ତାବହ ଭାବରେ ବର୍ଣ୍ଣନା କରିବା ସହିତ ତୃଣମୂଳ ସ୍ତର ପର୍ଯ୍ୟନ୍ତ ଜନଜୀବନର କଥା-ବ୍ୟଥା-ଗାଥା କୁ ଆପଣା ଅନ୍ତଃକରଣ ରେ ସ୍ଥାନିତ କାରିବାର ଶ୍ରେୟ ରେ ବିରଳ ଭାବ ସମ୍ପଦର ଅଧିକାରୀ ଭାବେ ଏହି କଳିଙ୍ଗ ସେବା ସମ୍ମାନ ୨୦୨୨ ପ୍ରଦାନ କରଯାଇଛି l
ସାଂସଦ ସୁରେଶ ପୂଜାରୀ, ପଦ୍ମଶ୍ରୀ ଡ଼ ହଲଧର ନାଗ, ମନ୍ତ୍ରୀ ସୁଶାନ୍ତ ସିଂ,ବିଧାୟକ ଦେବେଶ ଆଚର୍ଯ୍ୟ, ବରିଷ୍ଠ ସାମ୍ବାଦିକ ରମାକାନ୍ତ ବିଶ୍ୱାଳ, କଳିଙ୍ଗ ଫାଉଣ୍ଡେଶନ ର ମୁଖ୍ୟ ତଥା ନିଉଜ ୮ ଓଡିଆ ଟିଭି ଚାନେଲ ର ଅଧକ୍ଷ ରାଜେଶ କୁମାର ସାହୁ ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ l କରୋନା କଟକଣା ନିୟମ ମାନି ପୃଥକ ପୃଥକ ଭାବେ ଏହି କାର୍ଯ୍ୟକ୍ରମ ହୋଇଥିଲା l