ମାଲକାନଗିରି:ମାଲକାନଗିରି ସ୍ଥିତ ମାଲ୍ଯବନ୍ତ ଛାତ୍ରାବାସ ଠାରେ ଉତ୍କଳ ସାହିତ୍ଯ ସଂସଦ ତରଫରୁ ୧୮୦ତମ ବ୍ଯାସକବି ଫକୀର ମୋହନ ସେନାପତିଙ୍କ ୧୮୦ତମ ଜୟନ୍ତୀ ପାଳିତ ହୋଇ ଯାଇଛି I
ଏହି ଉତ୍ସବରେ ଉତ୍କଳ ସାହିତ୍ଯ ସଂସଦ ସଭାପତି କେଶବ ଚନ୍ଦ୍ର ନାୟକ ସଭାପତିତ୍ବ କରିଥିବା ବେଳେ ମୁଖ୍ଯ ଅତିଥି ଭାବେ ମାଲକାନଗିରି ମହାବିଦ୍ଯାଳୟର ଅଧ୍ଯାପକ ରଞ୍ଜନ କୁମାର ସ୍ବାଇଁ,ମୁଖ୍ଯବକ୍ତା ଭାବେ ପଡିଆ ଆଞ୍ଚଳିକ ମହାବିଦ୍ଯାଳୟର ଅଧ୍ଯକ୍ଷ ପରମାନନ୍ଦ ମହାପାତ୍ର,ସମ୍ମାନିତ ବକ୍ତା ଭାବେ ଶିକ୍ଷକ କବିର ମୋହନ ବେହେରା, ସମ୍ମାନିତ ଅତିଥି ଭାବେ ରାଜ୍ଯପାଳ ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ସୁକୁମାର ବିଶ୍ବାଳ (ପଟାଙ୍ଗି),କବି କଟିଆ ରତ୍ନ ବଂଶୀଧର ମହାରଣା (ସେମିଳିଗୁଡା),ମାଲ୍ଯବନ୍ତଶ୍ରୀର ସଂପାଦକ ମନୋଜ ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ I
ପ୍ରଥମେ ଅତିଥିମାନେ ବ୍ଯାସକବି ଫକୀର ମୋହନଙ୍କ ତୈଳଚିତ୍ରରେ ପୁଷ୍ପମାଲ୍ଯ ଅର୍ପଣ କରିବା ସହ ପ୍ରଦୀପ ପ୍ରଜ୍ବଳନ କରିଥିଲେ Iଫକୀରମୋହନ ସେନାପତି ଓଡିଆ ଭାଷାର ବିଲୋପ ସମୟରେ ଜନ୍ମଗ୍ରହଣ କରି ଓଡିଆ ଭାଷାର ଉଦ୍ଧାକରିବାରେ ଯେଉଁ ସଂଘର୍ଷ ଜାରି ରଖିଥିଲେ ତାଙ୍କର ନିଷ୍ଠପର କାର୍ଯ୍ଯକୁ ସଦା ସର୍ବଦା ଏହି ଓଡିଆ ଜାତି ସ୍ମୃତି ଚାରଣ କରିବେ ବୋଲି କୁହାଯାଇଥିଲା Iସେ ଯେଉଁ କ