Breaking News
2:05 pmତେଲ ରେଟ କମିବାରୁ କମିଲା ବସ ଭଡା ,ସାଧାରଣ ବସରେ କିଲୋମିଟର ପିଛା ୩ ପଇସା ହ୍ରାସ, 2:04 pmପାରାଦୀପ ରେ ଫାଟିଲା IOCL ତେଲ ପାଇପ ,ଘଟଣା ସ୍ଥଳ ରେ ପହଞ୍ଚିଲେ IOCL ଅଗ୍ନିଶମ ବାହିନୀ, ପ୍ରଚୁର ମାତ୍ର ରେ ତେଲ ବହି ପାଣି ରେ ମିଶୁଚି 1:58 pmଭୁବନେଶ୍ବର: ରାଜ୍ୟସଭା ଉପନିର୍ବାଚନ ଲାଗି ବିଧାନସଭା ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି, ଆଜିଠାରୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ 10:45 pmଭୁବନେଶ୍ୱର: ଜମିଜମା ବିବାଦକୁ ନେଇ ପୁରୁଣା ଭୁବନେଶ୍ୱର ରଥରୋଡରେ ପୁଲିସ ଉପସ୍ଥିତିରେ ବଡ଼ଭାଇକୁ ହାଣିଲା ସାନଭାଇ। ଖଣ୍ଡା ଆକ୍ରମଣରେ ବଡ଼ଭାଇ ଗୁରୁତର। ହସ୍ପିଟାଲରେ ଭର୍ତ୍ତି। 10:44 pmଭୁବନେଶ୍ବର: ବରିଷ୍ଠ ଅଭିନେତା ବିରାଜ ଦାସଙ୍କ ପରଲୋକ। ୬୩ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କଲେ ବିରାଜ ଦାସ। କଟକର ଏକ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।

ଦେଶରେ କରୋନା ସ୍ଥିତିକୁ ନେଇ ପ୍ରଧାମନ୍ତ୍ରୀଙ୍କ ସମୀକ୍ଷା:ଭୟଭୀତ ନ ହୋଇ ସତର୍କ ରହିବାକୁ ପରାମର୍ଶ

224 0

ଭୁବନେଶ୍ୱର:( ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କରୋନା ସ୍ଥିତିକୁ ନେଇ ସମୀକ୍ଷା ବୈଠକ କରିବା ସଙ୍ଗେ ସଙ୍ଗେ ଦେଶକୁ ଉଦବୋଧନ ଦେଇଛନ୍ତି।ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ” ବର୍ତ୍ତମାନ ପୂର୍ବ ଭାରୀଆନ୍ତ ଅପେକ୍ଷା ଓମୀକ୍ରନ୍ ଦୃତ ଗତିରେ ବୃଦ୍ଧି ପାଉଛି।ଆମେରିକାରେ ଦୈନିକ ୧୪ ଲକ୍ଷ ଲୋକ ସଂକ୍ରମିତ ହେଉଛନ୍ତି।ତେଣୁ ଏହି ପରିସ୍ଥିତିରେ ଆମକୁ ଭୟଭୀତ ନ ହୋଇ ସତର୍କ ଏବଂ ସାବଧାନ ରହିବାକୁ ପଡ଼ିବ।

ପ୍ରଧାମନ୍ତ୍ରୀ କହିଛନ୍ତି ଦେଶରେ ବର୍ତମାନ ଶତକଡା ୯୦ ପ୍ରତିଶତ ପ୍ରଥମ ଡୋଜ୍ ଓ ଶତକଡା ୭୦ ପ୍ରତିଶତ ଦ୍ବିତୀୟ ଡୋଜ ଟିକା ନେଇ ସାରିଛନ୍ତି। ଭାରତରେ ୩ କୋଟି କିଶୋରଙ୍କୁ ଟୀକାକରଣ କରାଯାଇସାରିଛି।ସ୍ଵାସ୍ଥ୍ୟ ଭିତ୍ତିଭୂମିକୁ ବଢ଼ାଇବାକୁ ପରାମର୍ଶ ଦେବା ସହ ପ୍ରଧାମନ୍ତ୍ରୀ କହିଛନ୍ତି ଟୀକା ହିଁ କରୋନା ବିରୁଦ୍ଧରେ ଲଢିବା ସକାଶେ ପ୍ରମୁଖ ଅସ୍ତ୍ର।ଯେକୌଣସି ଭାରୀଏନ୍ତ୍ ହଉ ଟୀକା ତାହା ବିରୋଧରେ ଲଢିବ,ତେଣୁ ଟୀକାକରଣ କୁ ନେଇ କୌଣସି ପ୍ରକାର ଭ୍ରମକୁ ବିଶ୍ୱାସ ନ କରିବାକୁ ଦେଶର ଜନସାଧାରଣଙ୍କୁ ନିବେଦନ କରିଛନ୍ତି ପ୍ରଧାମନ୍ତ୍ରୀ।ସେ ଆହୁରି କହିଛନ୍ତି ଯେ ରାଜ୍ୟ ମାନଙ୍କ ପାଖରେ ପର୍ଯ୍ୟାପ୍ତ ପରିମାଣର ଟୀକା ମହଜୁଦ ଅଛି, ପ୍ରିକସନ ଡୋଜ ଯେତେ ଶୀଘ୍ର ଦିଆଯାଇପାରିବ ସେତେ ଭଲ।

ଜୀବନ ଜୀବିକା ସକାଶେ ଲୋକାଲ କଣ୍ଟେନମେଣ୍ଟ ଉପରେ ଗୁରୁତ୍ବ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।ଅନେକ ରାଜ୍ୟ ସ୍ଵାସ୍ଥ୍ୟ ଭିତ୍ତିଭୂମି କୁ ବେଶ୍ ସୁଦୃଢ କରିପାରିଛନ୍ତି ବୋଲି ସୂଚନା ଦେବାସହ ଓମିକ୍ରନ ସଙ୍ଗେ ସଙ୍ଗେ ଅନ୍ୟ ସମ୍ଭାବ୍ୟ ଭରିଆନ୍ତ୍ କୁ ମୁକାବିଲା କରିବା ପାଇଁ ଆମକୁ ପ୍ରସ୍ତୁତ ହେବାକୁ ପଡିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।ଏଥିସହ ପାରମ୍ପରିକ କଢ଼ା ପିଇ ବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି।

Facebook Notice for EU! You need to login to view and post FB Comments!

Related Post

ଆବାସ ଯୋଜନା କାହାପାଇଁ, ବୃଦ୍ଧା ଅବସ୍ଥା କୁ ଗଲେଣି ପଛେ ମିଳିଲା ନାହିଁ

Posted by - March 28, 2022 0
ବୌଦ୍ଧ: (ଚିତରଞ୍ଜନ ସିଂ) ସରକାର ଗରିବ ଜନକଲ୍ୟାଣ ପାଇଁ  ବିଭିନ୍ନ ଯୋଜନା ତିଆରି କରିଛନ୍ତି । କିନ୍ତୁ ତୃଣ ମୂଳ ସ୍ତର ରେ ତାହା ଠିକ ଭାବରେ…

କଲିକତା ଫେରନ୍ତା ଙ୍କ ମହିଳା ନାଏବ ସରପଞ୍ଚ ଙ୍କୁ ସଙ୍ଗବଦ୍ଧ ଆକ୍ରମଣ

Posted by - April 23, 2020 0
ଭୁବନେଶ୍ବର:-ଯାଜପୁର ର ୫ଜଣ କଲିକତା ଫେରନ୍ତା ଙ୍କ ମହିଳା ନାଏବ ସରପଞ୍ଚଙ୍କୁ ସଂଘବଦ୍ଧ ଆକ୍ରମଣ।ଘଟଣା ଟି ଘଟିଛି ଯାଜପୁର ଜିଲ୍ଲାର ରାହାସୋଇ ଗ୍ରାମ ରେ।ଗତକାଲି ଯାଜପୁର ଜିଲ୍ଲାର ରାହାସୋଇ…