ଯାଜପୁର:ଆଜି ଚଣ୍ଡିଖୋଲ ଠାରେ କେନ୍ଦୁଝର ସଂଘର ୫ଟି ବସକୁ ଚଣ୍ଡିଖୋଲ ବସ ମାଳିକ ସଂଘର କେତେକ କର୍ମକର୍ତ୍ତା ଅଟକାଇ ଯାତ୍ରୀଙ୍କୁ ବସରୁ ଓହ୍ଲାଇ ଦେଇଛନ୍ତି। ଆଜି ପ୍ରଚଣ୍ଡ ଖରା ଓ ଗରମ ହେଉଥିବା ବେଳେ ଦୂର ଦୂରାନ୍ତରୁ ପିଲାଛୁଆକୁ ଧରି ଆସିଥିବା ଶତାଧିକ ଯାତ୍ରୀ ନାହିଁ ନଥିବା ଦୁର୍ଦ୍ଦଶା ଭୋଗ କରିଛନ୍ତି। ଯାତ୍ରୀଙ୍କ ସଂପୃକ୍ତ ବସ ମାଲିକଙ୍କ ଉପରେ ଏଭଳି ଅମାନୁସିକ କାର୍ଯ୍ୟାନୁଷ୍ଠାନକୁ ବୁଦ୍ଧିଜୀବୀ ମହଲରେ ନାପସନ୍ଦ କରାଯିବା ସହିତ ଆଇନକୁ ହାତକୁ ନେଇଥିବା ମାଲିକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। ବସରୁ ଯାତ୍ରୀଙ୍କୁ ଓହ୍ଲାଇ ଦେବା ଘଟଣା ଗତକାଲି ଠାରୁ କେନ୍ଦୁଝର ଜିଲ୍ଲାରେ ଚାଲୁ ରହିଛି। ପ୍ରଭାବଶାଳୀ ବସ ମାଲିକ ଆଇନକୁ ହାତକୁ ନେଇ ଶହଶହ ଯାତ୍ରୀଙ୍କୁ ରାଜରାସ୍ତାରେ ହଇରାଣ କରୁଥିବା ବେଳେ ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ କରି ଆଇନଗତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରବାକୁ ଭୟ କରୁଛି ବୋଲି ବୁଦ୍ଧିଜୀବୀ ମହଲରେ ସମାଲୋଚନା କରାଯାଇଛି।
Facebook Notice for EU!
You need to login to view and post FB Comments!