ଅଭିନେତା ମିହିର ଦାସଙ୍କ ୬୩ ବର୍ଷ ବୟସରେ ପରଲୋକ,ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ

336 0

ଭୁବନେଶ୍ବର :ବରିଷ୍ଠ ସିନେ ଅଭିନେତା ମିହିର ଦାସଙ୍କ ଆଜି ଚିକିତ୍ସାଧୀନ ଅବସ୍ଥାରେ ୬୩ ବର୍ଷ ବୟସରେ ପରଲୋକ ଘଟିଛି। କିଛିଦିନ ହେବ ଅସୁସ୍ଥତା ଯୋଗୁ ସେ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଅନେକ ଲୋକପ୍ରିୟ ଚଳଚ୍ଚିତ୍ରରେ ତାଙ୍କର ବଳିଷ୍ଠ ଅଭିନୟ ଯୋଗୁ ସେ ଦର୍ଶକମାନଙ୍କ ପ୍ରିୟଭାଜନ ହୋଇପାରିଥିଲେ।ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ବୟସ ହେଇଥିଲା। ମିହିର ଦାସଙ୍କ ପରଲୋକରେ ରାଜ୍ୟ ପଲ୍ଲୀରୁ ସହର ପର୍ଯ୍ୟନ୍ତ ଚାରିଆଡେ ଶୋକର ଛାୟା ଖେଳିଯାଇଛି। ମିହିର ଦାସଙ୍କ ବିୟୋଗରେ ରାଜ୍ୟର ବିଶିଷ୍ଟ ବ୍ୟକ୍ତିମାନେ ଶୋକ ପ୍ରକାଶ କରିଛନ୍ତି।

୧୯୫୯ ମସିହା ଫେବୃଆରୀ ୧୧ରେ ବାରିପଦାରେ ଜନ୍ମଗ୍ରହଣ କରିଥିବା ମିହିର ଦାସ ଗୋବିନ୍ଦ ତେଜଙ୍କ ନିର୍ଦ୍ଦେଶିତ ‘ରାମାୟଣ’ ଚଳଚ୍ଚିତ୍ରରୁ ନିଜ ଅଭିନୟ ଜୀବନର ଆରମ୍ଭ କରିଥିଲେ। ୧୯୭୯ରେ ନିର୍ମିତ ଚଳଚ୍ଚିତ୍ର ‘ମଥୁରା ବିଜୟ’ରେ ତାଙ୍କ ଅଭିନୟ ହୃଦୟସ୍ପର୍ଶୀ ହୋଇପାରିଥିଲା। ପ୍ରାୟ ୩ ଦଶନ୍ଧି ହେବ ମିହିର ଅନେକ ଲୋକପ୍ରିୟ ଚଳଚ୍ଚିତ୍ରରେ ଅଭିନୟ କରି ନିଜର ପରାକାଷ୍ଠା ଓ ଅଭିନୟ ପାରଦର୍ଶିତା ପ୍ରତିପାଦିତ କରିବାରେ ସଫଳ ହୋଇପାରିଥିଲେ।ମିହିର ଦାସଙ୍କ ପରଲୋକରେ ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଗଭୀର ଶୋକ ପ୍ରକଟ କରିବା ସହିତ ତାଙ୍କର ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସାନ୍ତ୍ଵନା ଜଣାଇଛନ୍ତି।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍‌ କରି ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନା୍ୟକ କହିଛନ୍ତି, ବର୍ଷୀୟାନ ଅଭିନେତା ମିହିର ଦାସଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ।

ଓଡ଼ିଆ କଳା ଜଗତରେ ସେ ଛାଡିଯାଇଥିବା ଅଭିନୟର ଛାପ ତାଙ୍କୁ ସର୍ବଦା ଅମର କରି ରଖିବ। ତାଙ୍କ ବିୟୋଗ ଓଡ଼ିଆ କଳାଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା ଜଣାଉଛି।କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ୍‌ କରି କହିଛନ୍ତି, ଓଡ଼ିଶା ସିନେ ଜଗତର ସ୍ବନାମଧନ୍ୟ ଲୋକପ୍ରିୟ ଅଭିନେତା ମିହିର ଦାସଙ୍କ ବିୟୋଗରେ ମୁଁ ଦୁଃଖିତ ଓ ମର୍ମାହତ । ଜଣେ କଳାକାର ଭାବରେ ନୁହେଁ ବରଂ ତାଙ୍କ ସହ ମୋର ସମ୍ପର୍କ ବଡ଼ ଭାଇ ଭଳି ଥିଲା । ସେ ଆମ ଗହଣରେ ଆଜି ନାହାନ୍ତି, ଏ ଖବରକୁ ମୁଁ ବିଶ୍ୱାସ କରିପାରୁନାହିଁ ।

ମିହିର ଦାସ କଟକର ଏକ ଘରୋଇ ହସ୍ପିଟାଲରେ ଆଜିି ଅପରାହ୍‌ଣରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି।  କିଡନି ବ୍ୟାଧିରେ ପୀଡ଼ିତ ମିହିର ଦାସଙ୍କ ଏକାଧିକ ଅଙ୍ଗ ଅକାମୀ ହୋଇ ପଡ଼ିବା ଫଳରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି। ୨୦୨୧ ଡିସେମ୍ବର ମାସ ୮ ତାରିଖରେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ କଟକର ଏକ ଘ‌ରୋଇ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ଏହାପର ଠାରୁ ସେ ଆଇସିୟୁରେ ରହି ଚିକିତ୍ସିତ ହେଉଥିଲେ।ସନ୍ଧ୍ୟାରେ ମିହିର ଦାସଙ୍କ ମରଶରୀରକୁ ଉକ୍ତ ଘରୋଇ ହସ୍ପିଟାଲରୁ ସିଡ଼ିଏ ସେକ୍ଟର-୮ସ୍ଥିତ ତାଙ୍କ ବାସଭବନକୁ ନିଆଯାଇଛି ଓ ସେଠାରେ ତାଙ୍କର ଶେଷ ଦର୍ଶନ ଲାଗି ବ୍ୟବସ୍ଥା କରାଯାଇଛି।

Related Post

ଆସନ୍ତା ପୌର ର୍ନିବାଚନ ଖର୍ଚ୍ଚ ତଦାରଖ ପାଇଁ ଏକ ବୈଠକ ଅନୁଷ୍ଠିତ

Posted by - March 17, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲାପରିଷଦ ସଭାଗୃହରେ ଆସନ୍ତା ପୌର ର୍ନିବାଚନ ପାଇଁ ଖର୍ଚ୍ଚ ତଦାରଖ ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।  ଉପ…

ଗୋଟାଏ ପିସ୍ତଲ ଓ ୫ଟି ମୋବାଇଲ ଜବତ ସହିତ ୫ ଜଣ ଡକାୟତ ଗିରଫ

Posted by - July 26, 2021 0
ଖୋର୍ଦ୍ଧା:(ଶୁଭଲକ୍ଷ୍ମୀ ସାମନ୍ତରା)ଖୋର୍ଦ୍ଧା ଜିଲ୍ଲା ବାଣପୁର ପୋଲିସକୁ ଦୀର୍ଘଦିନ ପରେ ମିଳିଛି ବଡ ସଫଳତା । ଏକ ବଡ଼ ଡକାୟତ ଗ୍ୟାଙ୍ଗର ପର୍ଦାଫାଶ କରିବାରେ ପୋଲିସ ସଫଳ ହୋଇଛି…

ଭିଜିଲାନ୍ସ ହାବୁଡାରେ ମୁଖ୍ୟ ଇଲେକ୍ଟ୍ରିକାଲ ଇନ୍ସପେକ୍ଟର

Posted by - February 14, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ସମ୍ବଲପୁର ଜିଲ୍ଲା ମୁଖ୍ୟ ଇଲେକ୍ଟ୍ରିକାଲ ଇନ୍ସପେକ୍ଟର ସୁନିଲ କୁମାର ପଣ୍ଡା ଏବେ ଭିଜିଲାନ୍ସ ହାବୁଡାରେ । ଆୟ ବହିଭ୍ୟୁତ ସଂପତ୍ତି ଠୁଲ ଅଭିଯୋଗ ରେ ସମ୍ବଲପୁର…

କଳାମାଟିଆ ପଂଚାୟତର ୪ଟି ଗ୍ରାମକୁ ବରୀ ପ୍ରଶାସନ ତରଫରୁ ସିଲ

Posted by - May 4, 2020 0
ବରୀ:(ସ୍ନେହାଂଶୁ ଶେଖର ମହାନ୍ତି) ବରୀବ୍ଲକ ର କଳାମାଟିଆ ପଂଚାୟତର କାଇପଡା ଗ୍ରାମରୁ ଜଣେ , ଉଦୟନାଥପୁର ପଞ୍ଚାୟତ ର ଉଦ୍ୟନାଥପୁର ଗ୍ରମରୁ ଜଣେ ଓ ବାଇଁଶିରିଆ ପଂଚାୟତ…