ବୌଦ୍ଧ:(ଚିତ୍ତ ରଂଜନ ସିଂ)ବୌଦ୍ଧସ୍ଥିତ ମାହେଶ୍ୱରୀ ସଂସ୍କୃତି ଭବନ ଠାରେ ଜିଲ୍ଲା ଯୁବ ଡ଼ୁମାଳ ବିକାଶ ପରିଷଦ ଆନୁକୂଲ୍ୟରେ କିଶୋର ମହାନ୍ତିଙ୍କ ଏକାଦଶlହ ତିଥିରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା l ଏହି ସଭାରେ ପରିଷଦର ସଭାପତି ଶମ୍ଭୁ ଗିରି ସଭାପତିତ୍ୱ କରିଥିଲେ l ସମ୍ପାଦକ କୃତ୍ତିବାସ ପଲିଆ, ସଂଯୋଜକ ପ୍ରଭାତ ଚନ୍ଦ୍ର ପ୍ରଧାନ, ଯୁବ ନେତା ସୁବୋଧ ପ୍ରଧାନ, ଶ୍ରୀନିବାସ ପ୍ରଧାନ, ମାହେଶ୍ୱରୀ ପୂଜକ ପୁରୁଷୋତ୍ତମ ମହାକୁଡ଼ ଉପସ୍ଥିତ ରହି ଫୋଟଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ l
ସ୍ବର୍ଗତ ମହାନ୍ତି ପଶ୍ଚିମ ଓଡିଶା ବବିକାଶ ପରିଷଦ ଅଧକ୍ଷ ଥିବାବେଳେ ମାହେଶ୍ୱରୀ ସଂସ୍କୃତି ଭବନ ନିର୍ମାଣ ପାଇଁ 20ଲକ୍ଷ୍ୟ ଟଙ୍କା ପ୍ରଦାନ କରିଥିଲେ l ଶେଷରେ ଶିକ୍ଷକ ରାଜକୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ l