ବେଆଇନ ମୋରମ ଚାଲାଣ ବେଳେ ଭାରଶ୍ୟାମ ହରାଇ ଓଲଟିଲା ମୁରମ ବୋଝେଇ ଡ଼ମ୍ଫର

337 0

ବାଲେଶ୍ଵର :ପୁଣି ରାସଗୋବିନ୍ଦପୁର ବ୍ଲକ ଅଞ୍ଚଳରେ ମୋରମ ମାଫିଆ ସକ୍ରିୟ ହୋଇ ଉଠିଥିବା ଦେଖିବାକୁ ମିଳିଛି।ସୂଚନା ଥାଉ କି ଯେ, ରାସଗୋବିନ୍ଦପୁର ଥାନା ଦେଇ ଦୈନିକ ମଧ୍ୟ ରାତ୍ରିରେ (୧/୨ଟା)ସମୟରେ ବିନା ରୟାଲ୍ଟିରେ ବାଲେଶ୍ଵରକୁ ମୋରମ ଚାଲାଣ ହେଉଥିବା ଅଭିଯୋଗ ହେଉଥିଲେ ହେଁ ପ୍ରଶାସନ ପାଖରେ କୌଣସି ଖବର ନାହିଁ କି ଜାଣି ଶୁଣି ଗାଡି ଛାଡ଼ି ଦେଉଛନ୍ତି ? ତେବେ  ସୋମବାର ଭୋର ୪.୩୦ ମିନିଟ ସମୟରେ ମାଫିଆ ମାନେ ଚୋରାରେ ମୋରମ ଚାଲାଣ କରୁଥିବା ସମୟରେ ଏକ ମୋରମ ବୋଝେଇ ଡମ୍ଫର ନଂ ଓଡି ୦୨ ଏନ ୧୩୨୬ ଭାରଶ୍ୟାମ ହରାଇ ଗେଟ ବଜାର ଅନୀତ ଦୂରରେ ଥିବା ଶ୍ରୀ ବାରିକଙ୍କ ଘର ସମ୍ମୁଖରେ ଓଲଟି ପଡିଥିଲା।

ଖବର ପାଇ ରସଗୋବିନ୍ଦପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦାମ୍ଫର ଜବତ କରିଥିବା ଜଣାପଡ଼ିଛି।ତେବେ ପ୍ରତିଦିନ ରାସଗୋବିନ୍ଦପୁର ତହସିଲ/ଥାନା ଅଞ୍ଚଳରୁ ଚୋରା ଚାଲାଣ ହେଉଥିଲେ ହେଁ ପ୍ରଶାସନ ସବୁ ଜାଣି ଚୁପ ରହିବା ରହସ୍ୟ କ’ଣ ବୋଲି ଅଞ୍ଚଳବାସୀଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ତେବେ ଏହି ମୋରମ ଚାଲାଣ କରୁଥିବା ଦେଖି ପୋଲିସ ନୀରବ ରହିବା ସନ୍ଦେହ ସୃଷ୍ଟି କରିବା ସହ ପୋଲିସର କାର୍ଯ୍ୟ ଦକ୍ଷତା ପ୍ରତି ସାଧାରଣରେ ସନ୍ଧେହ ସୃଷ୍ଟି କରିଛି। ଏ ଥିରୁ ଜଣା ପଡୁଛି କି ଯେ ପୋଲିସ ତାର କାର୍ଯ୍ୟ ଠିକ ଭାବେ ସମାପନ କରୁ ନାହାନ୍ତି କି ନା ହାତ ଗୁଞ୍ଜା ନେଇ ଗାଡି ଛାଡି ଦେଉଥିବା ସାଧାରଣରେ ଆଜିର ଆଲୋଚ୍ୟର ବିଷୟ ବସ୍ତୁ ପାଲଟିଛି।ତେବେ ମୟୂରଭଞ୍ଜ ଓ ବାଲେଶ୍ଵର ଜିଲ୍ଲା ପ୍ରଶାସନ ଚୋରା ଚାଲାଣକୁ ରୋକିବା ଦିଗରେ ବିହିତ ପଦକ୍ଷେପ ନେବା ସହ ରଜସ୍ୱହାନି କୁ ରୋକ ଲଗାଇବା ଦିଗରେ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।(ଫଟୋ)

Related Post

ଲାଞ୍ଜିଗଡ଼ ରେ ହାତୀ ଉପଦ୍ରବ

Posted by - December 5, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ/ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଳକ ଦକ୍ଷିଣ ବନଖଣ୍ଡ ଅଞ୍ଚଳରେ ହାତୀ ଉପଦ୍ରବ ବୃଦ୍ଧି ପାଇବାରେ ଲାଗିଛି। କ୍ରମାଗତଭାବେ ଜଙ୍ଗଲ କ୍ଷୟ ଯୋଗୁଁ ବନ୍ୟପ୍ରାଣୀ…

ବ୍ରଜରାଜନଗର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ପାଳିତ ହେଲା ଦେଶ ସ୍ବାଧିନତାର ଅମୃତ ମହୋତ୍ସବ

Posted by - August 18, 2022 0
ସମ୍ବଲପୁର:(ରାମାକାନ୍ତ ବିଶ୍ଵାଳ) ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ରେ ଅନୁଷ୍ଠିତ ହୋଇଯାଇଛି ଦେଶ ସ୍ବାଧୀନତାର ଅମୃତ ମହୋତ୍ସବ ତଥା ୭୬ ତମ ସ୍ବାଧିନତା…

ଭି.ଗାର୍ଡ ତରଫରୁ ଦଧିବାବନ ହାଇସ୍କୁଲରେ ପାଠ୍ୟ ସାମଗ୍ରୀ ଦାନ ଓ ସମ୍ଭର୍ଦ୍ଧନା ଉତ୍ସବ

Posted by - September 30, 2022 0
ଭୁବନେଶ୍ୱର : (ପାୟଲ ରାଉତ) ଭୁବନେଶ୍ୱର ନନ୍ଦନକାନନ ନିକଟବର୍ତ୍ତୀ ରଘୁନାଥପୁର ଗ୍ରାମର ଦଧିବାବନ ହାଇସ୍କୁଲରେ  ଆଜି ଭି.ଗାର୍ଡ ର ଡେପୁଟି ଜେନେରାଲ ମ୍ୟାନେଜର ସୁମନ୍ତ କୁମାର ପ୍ରଧାନ…

ହରିଶଙ୍କରର ବିଭିନ୍ନ ସମସ୍ୟା ପଚାରି ବୁଝିଲେ ପାଟଣାଗଡ ଉପଜିଲ୍ଲାପାଳ

Posted by - July 20, 2022 0
ଖପ୍ରାଖୋଲ :(ତାପସ ରଞ୍ଜନ ବେହେରା) ପାଟଣାଗଡ ଉପଜିଲ୍ଲାପାଳ ଡ଼ା ବିଜୟା ନନ୍ଦ ସେଠୀ ଖପ୍ରାଖୋଲ ବ୍ଲକ୍ ପବିତ୍ର ଧର୍ମ କ୍ଷେତ୍ର ତଥା ପର୍ଯ୍ୟଟନ କ୍ଷେତ୍ର ହରିଶଙ୍କର ବୁଧବାର…

ଦାନଗଦୀ ଠାରେ ଯାଜପୁର ଜିଲ୍ଲା ବିଜେଡି ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ

Posted by - September 11, 2019 0
ଯାଜପୁର ସୁକିନ୍ଦା ନିର୍ବାଚନ ମଣ୍ଡଳୀର ଦାନଗଦୀ ଠାରେ ଯାଜପୁର ଜିଲ୍ଲା ବିଜେଡି ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ। ଯୋଗଦେଲେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ…