ନିଉଜ ଡେସ୍କ: ପ୍ରେମ ନିବେଦନ କରି ବିଫଳ ଜଣେ ନାବାଳକ ସହପାଠୀ ଜୁନ୍ ପହିଲାରେ ତାଙ୍କ ଉପରେ ପେଟ୍ରୋଲ ଢାଳି ପୋଡ଼ି ମାରି ଦେବାକୁ ଉଦ୍ୟମ କରିଥିଲେ। ପୀଡ଼ିତାଙ୍କୁ ପ୍ରଥମେ କୋରାପୁଟ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ବ୍ରହ୍ମପୁର ଏବଂ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା। ଆଜି ତାଙ୍କର ମୃତ୍ୟୁ ଘଟିଛି।
ସେପଟେ ଅଭିଯୁକ୍ତ ନାବାଳକ କୋରାପୁଟ କୋର୍ଟରେ ଆତ୍ମସମର୍ପଣ କରିବା ପରେ ପୋଲିସ ନିଜ ହେପାଜତକୁ ନେଇ ଜୁଭେନାଇଲ କୋର୍ଟରେ ହାଜର କରାଇଥିଲା।
