ଅଡ଼େନିଗଡ ସ୍ୱାସ୍ଥ୍ୟ କେନ୍ଦ୍ରରେ କରୋନା ସଚେତନତା ରଥ ଶୁଭାରମ୍ଭ

316 0

ବୌଦ୍ଧ:(ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲ୍ଲା ଆଡ଼େନିଗଡ଼ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ବୌଦ୍ଧ ଜିଲ୍ଲା ପ୍ରଶାସନ ଏବଂ ପ୍ଲାନ୍ ଇଣ୍ଡିଆ ଅନୁଷ୍ଠାନ ର ମିଳିତ ସହୋଯୋଗ ରେ ସମ୍ପୂର୍ଣ୍ଣ kovid-୧୯ ଟୀକା କରଣ ଅଭିଯାନ କାର୍ଯକ୍ରମ ର ଶୁଭ ଆରମ୍ଭ ହୋଇ ଯାଇଛି । ଏହି ଅବସରରେ ବୌଦ୍ଧ ଜିଲ୍ଲା ଜିଲ୍ଲାପାଳ ଶ୍ରୀଯୁକ୍ତ ଲଲାଟେନ୍ଦୁ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯକ୍ରମ କୁ ଉଦଘାଟନ କରିବା ସହିତ ସମସ୍ତ ଙ୍କୁ ଉତ୍ସାହିତ କରିଥିଲେ ।

ଏକ ସଚେତତା ରଥ କୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥଲେ । ଅନ୍ୟାନ୍ୟ ଅତିଥି ମାନଙ୍କ ମଧ୍ୟରେ ଜିଲ୍ଲା epidemologist ଶ୍ରୀଯୁକ୍ତ ପ୍ରଦୋଶ କୁମାର ମହାପତ୍ର, ଏନ୍ ଆର୍ ଏଚ ଏମ ଜିଲ୍ଲା ମ୍ୟାନେଜର ଶ୍ରୀଯୁକ୍ତ ରୂପକ ମହାପାତ୍ର, ଡକ୍ଟର ହେମ୍ବ୍ରମ, ଆଡ଼ନିଗଡ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡକ୍ଟର ଶ୍ରିବନ୍ତ ସ୍ୱାଇଁ , ହରଭଙ୍ଗା ବ୍ଲକ ମହିଳା ଓ ଶିଶୁ ବିକାଶ ବିଭାଗ ସିଡ଼ିପିଓ ଶ୍ରୀମତୀ ନିରୁପାମ ପାଣି ଓ ଅନ୍ୟାନ୍ୟ ଜିଲ୍ଲା ତଥା ବ୍ଲକ ସ୍ଥରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ । ପ୍ଲାନ୍ ଇଣ୍ଡିଆ ଅନୁଷ୍ଠାନ ତରଫରୁ ରାଜ୍ୟ କାର୍ଯ୍ୟକ୍ରମ ପରିଚାଳକ ଶ୍ରୀଯୁକ୍ତ ସଞ୍ଜୀବ ବେହେରା, ଜିଲ୍ଲା କାର୍ଯକ୍ରମ ପରିଚାଳକ ଶ୍ରୀଯୁକ୍ତ ସଂଜିତ ପଟ୍ଟନାୟକ ଉପସ୍ଥିତ ରହି କାର୍ଯକ୍ରମ କୁ ପରିଚାଳନା କରିଥଲେ ।

ବୌଦ୍ଧ ଜିଲ୍ଲା ରେ ସମସ୍ତ ବ୍ୟକ୍ତି କିଭଳି ଭାବେ Covid-୧୯ ଟୀକା ର ସମ୍ପୂର୍ଣ ମାତ୍ରା ପାଇପାରିବେ ଓ ଅପହଞ୍ଚ ଅଞ୍ଚଳରେ ଅବସ୍ଥିତ ଗ୍ରାମରେମଧ୍ୟ ଏହାର ସୁଫଳ କିପରି ପ୍ରଚାର ଓ ପ୍ରସାର ହୋଇ ପ୍ରତେକ ବ୍ୟକ୍ତି କିଭଳି ଭାବରେ ଏହାର ସୁଫଳ ପାଇ ପାରିବେ ସେଥିପାଇଁ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିବା ଶ୍ରୀଯୁକ୍ତ ସଞ୍ଜୀବ ବେହେରା ପ୍ଲାନ୍ ଇଣ୍ଡିଆ ଅନୁଷ୍ଠାନ ତରଫରୁ ଜିଲ୍ଲା ପ୍ରଶାସନ ସହ ମିଳିତ ଭାବେ ଉଦ୍ୟମ କରବା ପାଇଁ ମତବ୍ୟକ୍ତ କରିଥିଲେ ।

Related Post

ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

Posted by - May 2, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ବ୍ଳକ ଭୁବନେଶ୍ୱରପୁର ପଂଚାୟତ ଜମୁନା ପ୍ରାଥମିକ ବିଦ୍ୟାଳୟ ପରିସରରେ ଅଶୋକ ଦାସ ପାଂଉଣ୍ଡେସନ ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।…

ନିଆଳୀ ତହସିଲଦାରଙ୍କ ସମେତ ନିଆଳି ବ୍ଲକ ଉନ୍ନୟନ ଅଧିକାରୀଙ୍କୁ “କରୋନା ଯୋଦ୍ଧା” ସମ୍ମାନ

Posted by - August 8, 2020 0
ନିଆଳୀ: ତା:୦୮/୦୭/୨୦ରିଖ ମହାମାରୀ କରୋନାର ପ୍ରକୋପ ବୃଦ୍ଧି ପାଉଥିବା ସ୍ଥଳେ ପ୍ରଶାସନିକ ଅଧିକାରୀଙ୍କ ଉତ୍ସର୍ଗୀକୃତ ସେବା କରୋନାକୁ ପ୍ରତିହତ କରିବା ଦିଗରେ ଅତୁଳନୀୟ ଅଟେ । ଏହି…

ମୟୂରଭଞ୍ଜରେ ଲୋକାର୍ପିତ ହେଲା କୋଭିଡ ହସ୍ପିଟାଲ

Posted by - April 15, 2020 222
ମୟୁରଭଞ୍ଜ:( ସୀତାରାମ ଦିକ୍ଷୀତ) ମୟୂରଭଞ୍ଜ ଜିଲ୍ଲା ବାଙ୍କିଶୋଳ ଠାରେ ଥିବା ଆଦାନୀ-କିସ୍ ଆବାସିକ ବିଦ୍ୟାଳୟ କ୍ୟାମ୍ପସରେ ପ୍ରସ୍ତୁତ ହୋଇଥିବା ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ୍-୧୯ ହସ୍ପିଟାଲ ଆଜି ଲୋକାର୍ପିତ…

ନୀଳଗିରି ର ଏକ ମାତ୍ର ସରକାରୀ ସ୍ଵୀକୃତି ପ୍ରାପ୍ତ ବରିଷ୍ଠ ସାମ୍ବାଦିକ ରତ୍ନାକର ବେହେରା ଙ୍କ ପରଲୋକ

Posted by - October 10, 2020 0
ନୀଳଗିରି :(ସୌମ୍ୟା ସାଇ ବାରିକ୍) ବରିଷ୍ଠ ସମ୍ବାଦିିକ          ରତ୍ନାକର ବେହେରା ଙ୍କ ଆଜି ଅପରାହ୍ନ ରେ ଦେହାନ୍ତ ହୋଇ ଯାଇଛି। ବାଲେଶ୍ୱର…

ହରିପୁର ( କତରାପୁର) ଗ୍ରାମକୁ କଣ୍ଟେନମେଣ୍ଟ ଯୋନ ଭାବେ ଘୋଷଣା

Posted by - June 2, 2020 414
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ବ୍ଲକର ଭୁଇଁପୁର ପଞ୍ଚାୟତରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ପଞ୍ଚାୟତର ହରିପୁର ( କତରାପୁର)…