ଭୁବନେଶ୍ୱର:( ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ସର୍ବଭାରତୀୟ ମହିଳା ହକି ଦଳ ନିମନ୍ତେ ଖେଳାଳି ଚୟନ ପାଇଁ ବିଧିବଦ୍ଧ କାର୍ଯ୍ୟ ଆରମ୍ଭ ହୋଇଛି। ତେଣୁ ଜାତୀୟ ମହିଳା ସିନିୟର୍ ହକି କ୍ୟାମ୍ପ ପାଇଁ ଖେଳାଳି ଚୟନ କରାଯାଇଛି। ଏଥିପାଇଁ ସମଗ୍ର ଦେଶରୁ ୬୦ ଜଣ ଙ୍କୁ ଚୟନ କରାଯାଇଥିବାବେଳେ ଓଡ଼ିଶାରୁ ଆଠ ଜଣ ଖେଳାଳି କ୍ୟାମ୍ପ ରେ ଭାଗ ନେବା ସକାଶେ ଡାକରା ପାଇଛନ୍ତି।
ସେମାନଙ୍କ ମଧ୍ୟରେ ଦୀପ ଗ୍ରେସ୍ ଏକ୍କା,ନିଲିମା ମିଞ୍ଜ,ନମିତା ଟପ୍ପୋ ,ରଶ୍ମିତା ମିଞ୍ଜ,ମାରିଆନା କୁଜୁର,ଜୀବନ କିଶୋରୀ ଟପ୍ପୋ ,ଓ ଦୀପ୍ତି ଲାକ୍ରା ।ସୂଚନାଯୋଗ୍ୟଯେ ନିକଟରେ ଆୟୋଜିତ ହୋଇଥିବା ୧୧ ତମ ହକି ଇଣ୍ଡିଆ ସିନିୟର୍ ମହିଳା ଚାମ୍ପିଅନସିପ ୨୦୨୧,ପ୍ରଥମ ହକି ଇଣ୍ଡିଆ ସିନିୟର୍ ମହିଳା Int-department ନ୍ୟାସନାଲ ଚାମ୍ପିଅନସିପ ୨୦୨୧ ଏବଂ ହକି ଇଣ୍ଡିଆ ଦ୍ଵାରା ଆୟୋଜିତ ଅନ୍ୟ ଇଭେଣ୍ଟ ରେ ପ୍ରଦର୍ଶନ ଅନୁସାରେ ଖେଳାଳି ମାନଙ୍କୁ ଚୟନ କରାଯାଇଛି।