Breaking News
11:54 pmପୋଲିସ ଅତ୍ୟାଚାରରେ ଆତ୍ମହତ୍ୟା ଘଟଣା ପଡିଲା ମହଙ୍ଗା। ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ନେଲେ ଯାଜପୁର ଆରକ୍ଷୀ ଅଧିକ୍ଷକ। ବଦଳିଲେ ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅଧିକାରିଣୀ ରୀନାରାଣୀ ସାହୁ। ସୂଚନା ଦେଲେ ଯାଜପୁର ଆରକ୍ଷୀ ଅଧିକ୍ଷକ ଭିନିତ ଅଗ୍ରୱାଲ 12:19 pmଘଟଗାଁ: ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଘଟଗାଁ ତହସିଲ୍ ଅଫିସର କନିଷ୍ଠ କିରାଣୀ ଦେବାଶିଷ ପଣ୍ଡା 7:25 amପରବର୍ତ୍ତୀ ରାଜ୍ୟପାଳ ନିଯୁକ୍ତି ଯାଏ ପ୍ରଫେସର ଗଣେଶୀ ଲାଲଙ୍କୁ ଦାୟିତ୍ବ 7:25 amବୁଧବାର ରାଜ୍ୟରେ +୨ ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି,ପ୍ରାୟ ସମସ୍ତ କଲେଜରେ ଭଲ ଫଳ ହୋଇଛି 7:24 amବିଦ୍ୟୁତ ବିଭାଗ ଡିଜିଏମ୍‌ ଦାମୋଦର ଦାଶଙ୍କ ୮.୩୩ ଲକ୍ଷର ସମ୍ପତ୍ତି ବାଜ୍ୟାପ୍ତ। ଭିଜିଲାନ୍ସ ଆବେଦନ ଆଧାରରେ ବାଜ୍ୟାପ୍ତ କଲେ ସ୍ୱତନ୍ତ୍ର କୋର୍ଟ

ମା’-ପୁଅକୁ ହତ୍ୟା, ଝିଅକୁ ଅତ୍ୟାଚାର ଘଟଣା,ଦକ୍ଷିଣ ଭାରତ ରୁ ଅଭିଯୁକ୍ତ ଗିରଫ

1270 0

ଧର୍ମଶାଳା ଥାନ‌ା ଅଞ୍ଚଳରେ ମା ଓ ପୁଅକୁ ହତ୍ୟା କରିବା ସହିତ ଝିଅକୁ ଅତ୍ୟାଚାର କରି ପାହାଡ଼ରେ ଫିଙ୍ଗି ଦେବା ଘଟଣାର ମୁଖ୍ୟ ଅଭିଯୁକ୍ତ ବିଜୟ ବେହେରାକୁ ପୁଲିସ ଦକ୍ଷିଣ ଭାରତରୁ ଗିରଫ କରିଛି। ବିଜୟର ଜଣେ ସହଯୋଗୀ ପୂର୍ବରୁ ଗିରଫ ହୋଇଥିବା ବେଳେ ଅନ୍ୟ ଜଣେ ସହଯୋଗୀକୁ ପୁଲିସ ଆଜି ଉଠାଇ ନେଇଛି। ବାତ୍ୟା ‘ଫନି’ ର ପୂର୍ବ ଦିନ ୨ତାରିଖ ରାତିରେ ଦେଉଳି ଗାଁ’ର ଅବସରପ୍ରାପ୍ତ କର୍ମଚାରୀ କୃଷ୍ଣ ସାମଲଙ୍କ ଦ୍ବିତୀୟ ପତ୍ନୀ ମିତା ସାମଲ ଓ ତାଙ୍କ କଲେଜ ପଢୁଆ ଝିଅକୁ ଫେରାର ମୁଖ୍ୟ ଅଭିଯୁକ୍ତ ବିଜ‌‌ୟ, ଗିରଫ ହୋଇଥିବା ଭିକି ଓ ଅନ୍ୟ ସହଯୋଗୀ ନିକଟ ଦେଉଳି ପାହାଡ଼ ଉପର ଗୁମ୍ଫାକୁ ଟେକି ନେଇ ରାତି ସାରା ନିର୍ଯ୍ୟାତନା ଦେଲେ। ୪ ତାରିଖ ଦିନ କେତେକ ଲୋକେ ପାହାଡ଼ ଉପରକୁ ଯାଇଥିବା ବେଳେ ମିତାଙ୍କ ମରଶରୀର ଓ ସଂଜ୍ଞାହୀନ ଅବସ୍ଥାରେ ଝିଅ ପଡ଼ିଥିବାର ଦେଖି ପୁଲିସକୁ ଖବର ଦେଇଥିଲେ।

ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ନାଁ ବିଜୟ କୁମାର ବେହେରା। ତା’ର ଘର ଦେଉଳି ଗାଁରେ। ଗତ ମାସରେ ଅଭିଯୁକ୍ତ ବିଜୟ ଏହି କାଣ୍ଡ ଘଟାଇ ଫେରାର ହୋଇଯାଇଥିଲା।ସୂଚନା ଅନୁସାରେ, ଗତ ୨ ତାରିଖରେ ଦେଉଳି ଗ୍ରାମର ଜଣେ ନାବାଳିକାକୁ ମୁଖ୍ୟ ଅଭିଯୁକ୍ତ ଓ ତାର ସହଯୋଗୀ ରାତିରେ ଡାକି ନେଇଥିଲେ। ଏହାକୁ ନାବାଳିକାର ମା’ ବିରୋଧ କରିବା ସହ ସେମାନଙ୍କ ପିଛା କରିଥିଲେ। ହେଲେ ଉଭୟ ମା’ ଓ ଝିଅ ରାତିରେ ଘରକୁ ଫେରିନଥିଲେ। ମେ’ ୪ ତାରିଖ ସକାଳେ ଦେଉଳି ପାହାଡରେ ମହିଳାଙ୍କ ମୃତଦେହ ସହ ତାଙ୍କ ଝିଅକୁ ଅଚେତ ଅବସ୍ଥାରେ ପଡିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଚିକିତ୍ସିତ ହେଉଥିବା ସମୟରେ ପୁଲିସ ପୀଡ଼ିତାଙ୍କ ବୟାନକୁ ରେକର୍ଡ କରିଥିଲା।ପୂର୍ବରୁ ଏହି ଘଟଣାରେ ଅଭିଯୁକ୍ତ ବିଜୟର ଜଣେ ସହଯୋଗୀକୁ ପୁଲିସ ଗିରଫ କରିଥିଲା। ତାଙ୍କ ବୟାନ ଆଧାରରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯାଇଛି।

Related Post

ଶାସ୍ତ୍ରୀୟ କଣ୍ଠଶିଳ୍ପୀ ସୁନନ୍ଦା ପଟ୍ଟନାୟକଙ୍କ ପରଲୋକ

Posted by - January 19, 2020 0
ଭୁବନେଶ୍ୱର ୧୯।୦୧ – ନିରବୀ ଯାଇଛି ଏକ ସ୍ବର ।  ସେହି ମହାବାହୁଙ୍କ ପାଖକୁ ଚାଲିଯାଇଛନ୍ତି ସୁନନ୍ଦା ପଟ୍ଟନାୟକ।  ଏହି ମର୍ମସ୍ପର୍ଶୀ କଣ୍ଠ ପ୍ରତିଟି ଓଡ଼ିଆର ହୃଦୟକୁ…

Leave a comment

Your email address will not be published.