ବସ୍ତା: ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ନଟାକଟା ପଞ୍ଚାୟତ ସ୍ଥିତ ଅମର୍ଦ୍ଦାରୋଡ ସିଦ୍ଧେଶ୍ୱର ମହାବିଦ୍ୟାଳୟ ପରିସରରେ ରବିବାର ସିଦ୍ଧେଶ୍ୱର ମହାବିଦ୍ୟାଳୟର +୨ ବିଜ୍ଞାନ ୨୯୮୫/୧୯୮୭ ବ୍ୟାଚ ଛାତ୍ର,ଛାତ୍ରୀଙ୍କ ଦ୍ୱାରା ଏକ ସ୍ଵଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।
ସିଦ୍ଧେଶ୍ୱର ମହାବିଦ୍ୟାଳୟର ଅଧ୍ୟକ୍ଷ ଡ: ଅକ୍ଷୟ କୁମାର ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିରିରକୁ ଉଦଘାଟନ କରିଥିଲେ।ଏହି ଶିବିରରେ ୩୭ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।ବାଲେଶ୍ଵର ଜିଲ୍ଲା ରକ୍ତ ଭଣ୍ଡାର ଡାକ୍ତର ମହେଶ୍ୱର କୁମାର ବିଶ୍ବାଳ ରକ୍ତଦାତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିବା ବେଳେ ଟେକ୍ନିସିଆନ,ନର୍ସ, କାଉନସିଲର ଓ ଆଦେନ୍ଦେଣ୍ଟ ରକ୍ତ ସଂଗ୍ରହ କରିଥିଲେ।
ଜିଲ୍ଲା ରକ୍ତଦାତା ସଂଘ ସଭାପତି କମଳ ଚକ୍ରବର୍ତ୍ତୀ,ସମ୍ପାଦକ ମନରଞ୍ଜନ ଦାସ, ସତ୍ୟବ୍ରତ ସାହୁ(ଟୁନା), ଇଂରାଜୀ ବିଭାଗ ପ୍ରାଧ୍ୟାପକ ମାନସ କୁମାର ସାମଲ, ମହାବିଦ୍ୟାଳୟର ଯୁବ ରେଡକ୍ରସ୍ ବିଭାଗର ଅଧିକାରୀ ହୃଦୟ ରଞ୍ଜନ ବେହେରା,ଜାତୀୟ ସେବା ଯୋଜନାର ଅଧିକାରୀ ଭିକାରୀ ଚରଣ ଯୋତି ଓ ରାମ ଚନ୍ଦ୍ର ହେମ୍ରମ,ମୋ କଲେଜ ସଂଯୋଜକ ଡ: ବଟକୃଷ୍ଣ ସାନ୍ତ୍ରା ଓ ମହାବିଦ୍ୟାଳୟର ଛାତ୍ର/ଛାତ୍ରୀ ଅଣଶିକ୍ଷକ କର୍ମଚାରୀ ଉପସ୍ଥିତ ରହି ସୁଚାରୁ ରୂପେ ପରିଚାଳନା କରିଥିଲେ।