ଭୁବନେଶ୍ୱର: ଜୀବନରେ ଆସୁଥିବା ଝଡ଼ ଝଞ୍ଜାରୁ ରକ୍ଷା ପାଇବା ଲାଗି ତଥା ଘାତ ପ୍ରତିଘାତରୁ ମୁକୁଳିବା ନିମନ୍ତେ କିଛି ନୀତି ପାଳନ କରିବା ଜରୁରୀ। ଏଥିନିମନ୍ତେ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ପାଳନ କରନ୍ତୁ। ଆଉ ଦେଖନ୍ତୁ ଆପଣଙ୍କୁ ଜୀବନରେ କେବେ ହାରର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ। ପ୍ରତ୍ୟେକ ବ୍ୟକ୍ତିଙ୍କ ଲାଗି ଏହା ଖୁବ ଉପଯୋଗୀ ହେବା ଭଳି କଥା ମଧ୍ୟ ଚାଣକ୍ୟ କହିଛନ୍ତି।
ଚାଣକ୍ୟଙ୍କ ପରାମର୍ଶ ଅନୁଯାୟୀ, ଯେତେ ଘନିଷ୍ଠ ହେଲେ ମଧ୍ୟ ଜଣେ ବ୍ୟକ୍ତିଙ୍କୁ ସବୁ ଗୋପନ କଥା କହିବା ଉଚିତ ନୁହେଁ। ପାରିବାରିକ ଜୀବନରେ ଶାନ୍ତି ଚାହୁଁଥିଲେ ଏବଂ ଜୀବନରେ ସଫଳ ହେବାକୁ ଚାହୁଁଥିଲେ ବହୁତ କଥା ନିଜ ମଧ୍ୟରେ ସୀମିତ ରଖିବା ଆବଶ୍ୟକ। ତେବେ ଜାଣନ୍ତୁ ସେ ସବୁ କଥା କ’ଣ ଯାହା ଆପଣ ଅନ୍ୟକୁ କହିବା ଉଚିତ୍ ନୁହେଁ।
ପ୍ରତେକ ବ୍ୟକ୍ତିର କିଛି ନା କିଛି ରହସ୍ୟ ରହିଥାଏ। ଏହି ରହସ୍ୟ ହିଁ ଜଣେ ବ୍ୟକ୍ତିର ଦୁର୍ବଳତା ହୋଇଥାଏ। ତେବେ ଆପଣଙ୍କର ଯେତେ ଘନିଷ୍ଠ ବନ୍ଧୁ କିମ୍ବା ପତ୍ନୀ ହୁଅନ୍ତୁ ନା କାହିଁକି ଆପଣ ନିଜ ରହସ୍ୟ କାହାକୁ ବି କୁହନ୍ତୁ ନାହିଁ।
ପତ୍ନୀଙ୍କ ଖରାପ୍ ବ୍ୟବହାର
ଚାଣକ୍ୟ ନୀତି ଅନୁସାରେ ଆପଣ ଭୁଲ୍ରେ ମଧ୍ୟ ସାଙ୍ଗସାଥିଙ୍କୁ ବା ଯେତେ ପ୍ରିୟଜନ ହୋଇଥାନ୍ତୁ ନା କାହିଁକି ଆପଣଙ୍କ ପତ୍ନୀଙ୍କ ଖରାପ୍ ବ୍ୟବହାରକୁ ଅନ୍ୟ ଆଗରେ କୁହନ୍ତୁ ନାହିଁ।
ଇଜ୍ଜତ
ଚାଣକ୍ୟ ନୀତି ଅନୁସାରେ ଆପଣ କେଉଁଠି ନା କେଉଁଠି ଇଜ୍ଜତ ତଳେ ପଡ଼ିଥିବା କଥା କାହାକୁ କୁହନ୍ତୁ ନାହିଁ। ଏହା କରିବା ଦ୍ୱାରା ଅନ୍ୟମାନଙ୍କ ଆଗରେ ଆପଣ ନିଜ ଇଜ୍ଜତ ତଳେ ପକାଇବା ଭଳି କାମ କରିଥାନ୍ତି ।
ଗାଳି
ଚାଣକ୍ୟ କହିଛନ୍ତି ଯେ, ମନୁଷ୍ୟ ଅନ୍ୟ ବ୍ୟକ୍ତିଙ୍କଠାରୁ ଶୁଣିଥିବା ଗାଳି ଏବଂ ଉପଦେଶ କାହାକୁ କହିବା ଉଚିତ୍ ନୁହେଁ। ଏହାକୁ ଅନ୍ୟ ବ୍ୟକ୍ତିଙ୍କୁ କହିବା ଅର୍ଥ ଆପଣ ସେହି ବ୍ୟକ୍ତିଙ୍କର ଅପମାନ କରୁଛନ୍ତି।
I have been looking for articles on these topics for a long time. casinocommunity I don’t know how grateful you are for posting on this topic. Thank you for the numerous articles on this site, I will subscribe to those links in my bookmarks and visit them often. Have a nice day
With CareCredit you can choose to reserve your cash and free up your general purpose credit cards for other expenses propecia before and after